ଗଂଜାମ ଜିଲ୍ଲା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର କାର୍ଯ୍ୟକାରୀ କମିଟି ବୈଠକ

ଛତ୍ରପୁର : ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ବରମନ୍ଦିର ପରିସରରେ ଗଂଜାମ ଜିଲ୍ଲା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର କାର୍ଯ୍ୟକାରୀ କମିଟିର ବୈଠକ ସଭାପତି କାମରାଜୁ ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦିବଂଗତ ଶିକ୍ଷକ ନେତା ନରସିଂହ ପଣ୍ଡାଙ୍କ ଦେହାନ୍ତରେ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ଅମର ଆତ୍ମାର ସଦ୍ ଗତି କାମନା କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଗଂଜାମ ଜିଲ୍ଲା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ତରଫରୁ ରାଜେନ୍ଦ୍ର କୁମାର ପଣ୍ଡା, ପ୍ରଫୁଲ୍ଲ କୁମାର ଦାଶ, ସୁବାସ ଚନ୍ଦ୍ର ମିଶ୍ର, କବିରାଜ ସାହୁ ,ଶିକ୍ଷକ ମହାସଂଘର ସଂପାଦକ ଅଶୋକ କୁମାର ଦଳାଇ ପ୍ରମୁଖ ଯୋଗଦେଇ ସଂଗଠନକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଗାମୀ ତିନି ବର୍ଷ ପାଇଁ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ବର ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର କର୍ମକର୍ତ୍ତା ନିର୍ବାଚନ କରାଯାଇ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଉପସଭାପତି ଭାବେ ଗଙ୍ଗାଧର ନାହାକ ଓ ଅନ୍ତର୍ଯ୍ୟାମୀ ଶତପଥୀ, ସଂପାଦକ ଭାବେ ପତିତପାବନ ବିଷୋୟୀ ଓ ସହ ସଂପାଦକ ଭାବେ ନୃସିଂହ ଚରଣ ତ୍ରିପାଠୀ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।ଉପଦେଷ୍ଟା ମଣ୍ଡଳୀ ରେ ଯୁଧିଷ୍ଠିର ବିଷୋୟୀ, ଲକ୍ଷ୍ମୀ ନାରାୟଣଶତପଥୀ, ମାଧବ ବିଷୋୟୀ , କାମରାଜୁ ମହାରଣା ଓ ବିପ୍ରଚରଣ ପ୍ରଧାନ ମନୋନୀତ ହୋଇଥିଲେ ।ଟାଙ୍ଗଣାପଲ୍ଲୀ ସଂଗଠନର ସଭ୍ଯ ତଥା ବରିଷ୍ଠ ଶିକ୍ଷକ ନେତା କାମରାଜୁ ମହାରଣା ଜିଲ୍ଲା ସଂଗଠନର ସଭାପତି ଦାୟିତ୍ବ ନେଇଥିବା ପରିପ୍ରେକ୍ଷୀରେ ସଂଗଠନ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିରଞ୍ଚି ନାରାୟଣ ଶତପଥୀ, କରୁଣା କର ପଣ୍ଡା, କୈବଲ୍ଯ ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଏବଂ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ

nis-ad
Leave A Reply

Your email address will not be published.