ଅତି ଲୋଭ ରେ ଠକାମୀର ଶିକାର ହେଲେ ୨ ଯୁବକ : ୧୮ ଲକ୍ଷ ଟଙ୍କା ଠକିନେଲେ ଧରାଇଲେ ଜାଲି ଟଙ୍କା ଭର୍ତ୍ତି ବ୍ୟାଗ…

ବି ଏନ ପୁର ପୋଲିସ ଜବତ କରିଛି ୫oo ଟଙ୍କିଆ ପୁଳା ପୁଳା ନକଲି ନୋଟ ଭର୍ତ୍ତି ବ୍ୟାଗ..!


ବ୍ରହ୍ମପୁର : ୧୩ -୧୧ ବ୍ରହ୍ମପୁର ଶ୍ରୀରାମ ନଗର ର ସଚିନ ମହାପାତ୍ର ଙ୍କୁ ଟାଉନ ଥାନା ପୋଲିସ ଶୁକ୍ରବାର ରାତ୍ର ଦଶ ଘଣ୍ଟା ସମୟ ରେ ହରିଡ଼ା ଖଣ୍ଡି ପେଟ୍ରୋଲ ପମ୍ପ ରୁ ଉଠାଇ ନେଇଛି। ବ୍ରହ୍ମପୁର ଶ୍ରୀରାମ ନଗର ର ସଚିନମହାପାତ୍ର ବଡ଼ ବଜାର ରାଜା ସାହି ରେ କମିଶନ ଭାବେ ପିଆଜ ବେପାର କରନ୍ତି।ଗତ ଶୁକ୍ରବାର ଦିନ ତାଙ୍କର ଦୁଇଜଣ ସାଙ୍ଗ ବଦ୍ରି ଓ ସୂର୍ଯ୍ୟ ନାମକ ବ୍ୟକ୍ତି କହିଲେ ୯ ଲକ୍ଷ ଟଙ୍କା ଦେଲେ ଏକ ଘଣ୍ଟା ପରେ ୧୦ ଲକ୍ଷ ଟଙ୍କା RTGS ରେମିଳିବ l ଯାହାଫଳରେ ସଚିନ ଓ ସେହି ୨ ଜଣ ସାଙ୍ଗ ମିଶି ୨୮ ଲକ୍ଷ ୩୦ ଟଙ୍କା ନେଇ ଯୋଜନା ମୁତାବକ ବି ଏନ ପୁର ଥାନା ନିକଟବର୍ତ୍ତୀ କମା ପଲ୍ଲି କୁ ଯାଇଥଲେ। ସେଠାରେ କବିସୂର୍ଯ୍ୟନଗର ଅଞ୍ଚଳ ର ବାଲିଆସରା ଗ୍ରାମ ର ଅକ୍ଷୟ ନାୟକ ଓ ତାର ଗ୍ୟାଙ୍ଗ ମିଶି ଉକ୍ତ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି । ଏହି ତିନି ସାଙ୍ଗ ସେମାନଙ୍କ ମଧ୍ୟରୁ ଜଣକୁ ଧରି ଦେଇଥିଲେ। ଆମ ଟଙ୍କା ଫେରା ବୋଲି କହିବାରୁ ସେ ପିଲା ତାର ବାପାକୁ ଫୋନ ରେ ଘଟଣା କହିବା ପରେ।ତାର ବାପା ଟଙ୍କା ନେବ ଆସ ବୋଲି ହରିଡ଼ାଖଣ୍ଡି ପେଟ୍ରଲ ପମ୍ପ ନିକଟକୁ ଡାକିଲେ ସଚିନ ଓ ତାଙ୍କର ଜଣେ ଭାଇ ଅଭିନାଶ ରାଉଳ ଦୁହେଁ ମିଶି ସେଠାକୁ ଗଲେ ସେଠାରେ ଟାଉନ ଥାନା ପୋଲିସ ଦୁଇ ଜଣ ଙ୍କୁ ନେଇ କବିସୂର୍ଯ୍ୟନଗର ପୋଲିସ କୁ ହସ୍ତାନ୍ତର କରିଥିଲେ କିନ୍ତୁ ମଧ୍ୟ ରାତ୍ରରେ ଅଭିନାଶ କୁ ଛାଡ଼ି ଦେଇଥିଲେ ପୋଲିସ। ହେଲେ ସଚିନ କୁ ଖୋଜି ଖୋଜି ପରିବାର ଲୋକେ ନୟାନ୍ତ ହୋଇଥିଲେ। ଆଜି ସକାଳେ ସଚିନ ଙ୍କ ଭାଇ ଡାକ୍ତର ରାମକୃଷ୍ଣ ମହାପାତ୍ର ସଚିନ କୁ ଫୋନ କରିବାରୁ ସେ କବିସୂର୍ଯ୍ୟନଗର ଥାନା ରେ ଅଛି ବୋଲି କହିଥିଲେ। ସକାଳୁ ରାମକୃଷ୍ଣ କବିସୂର୍ଯ୍ୟନଗର ଥାନା କୁ ଯାଇ ନିଜ ଭାଇକୁ ନ ପାଇ ଶେଷରେ ଥାନା ରେ ଭାଇ ନିଖୋଜ ସମ୍ପର୍କ ରେ ଅଭିଯୋଗ କରିଥିଲେ କିନ୍ତୁ ଥାନାରେ କେହି ହେଲେ ଗୁହାରି ଶୁଣିଲେ ନାହିଁ। ଶେଷରେ ନିରାଶ ହୋଇ ବ୍ରହ୍ମପୁର ଫେରିଥିଲେ । ପୋଲିସ ଜଣେ ବ୍ୟବସାୟୀ କୁ ଉଠାଇ ନେବାର ୨୪ ଘଣ୍ଟା ହେଲେ ମଧ୍ୟ ପରିବାର ଲୋକଙ୍କୁ କୌଣସି ସଠିକ ଖବର ନ ଦେବା ଯୋଗୁଁ ପରିବାର ଲୋକେ ଚିନ୍ତା ରେ ରହିଥଲେ । ପରବର୍ତ୍ତୀ ସମୟ ରେ ଘଟଣା ସମ୍ପର୍କ ରେ ଗଞ୍ଜାମ ଏସ ପି ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ।ଯାହାଫଳରେ ସଚିନ ମହାପାତ୍ର କୁ କବିସୂର୍ଯ୍ୟନଗର ପୋଲିସ 41 ପି ଆର ବୋଣ୍ଡ ରେ ଛାଡିଥିଲେ l ଏଠାରେ ସୂଚନା ଥାଉକି ବଦ୍ରୀ ଓ ସୂର୍ଯ୍ୟ ନାମକ ୨ ଯୁବକ ସ୍ଥାନୀୟ ବି ଏନ ପୁର ଥାନାରେ ଅଟକ ରଖିଥବା ଅଖୟ ନାୟକ କୁ ଜିମା ଦେଇ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି ପୋଲିସ ଅନୁସନ୍ଧାନ ଜାରି ରଖିଥିଲେ ଘଟଣା ଟି ପୋଲିସ ପାଇଁ ଅଡୁଆ ସୁତା ସଦୃଶ୍ୟ ଥିଲା l କିନ୍ତୁ ପୋଲିସ ଅତି ଚତୁରତା ସହିତ ବଦ୍ରି କୁ ନିଜ ଅକ୍ତିଆର କୁ ନେଇ ଅନୁସନ୍ଧାନ ରେ ବଦ୍ରି ପାଖରେ ଥିବା ଆଳୁ ଖଳୁ ମହାଦେବ ପରି ବଦ୍ରି ନିକଟରୁ ନକଲି ପୁଳା ପୁଳା ୫oo ଟଙ୍କିଆ ନୋଟ ଜବତ କରିଛି l ଏହି ନକଲି ଟଙ୍କା କେଉଁଠୁ ଆସିଲା କିଏ ଏହାର ସୂତ୍ରଧର ପୋଲିସ ତଦନ୍ତ ଜାରି ରଖିଛି ଏହା ଏକ ବଡ଼ ରକେଟ ତାହା ସ୍ପଷ୍ଟ ହୋଇଛି ତେଣୁ ପୋଲିସ ଏହାକୁ ଗଭୀରତା ସହିତ ନେଇଛି l ବ୍ରହ୍ମପୁର ଟାଉନ ଏସ ଡି ପି ଓ ବି ଏନ ପୁର ଥାନାକୁ ଆସି ଅକ୍ଷୟ, ବଦ୍ରି, ସୂର୍ଯ୍ୟ, ଓ ସଚିନ କୁ ଜେରା କରୁଥିବା ସୂଚନା ମିଳିଛି l ଅନୁସନ୍ଧାନ ରୁ ଜଣାପଡୁଛି ବଦ୍ରି ଓ ଅକ୍ଷୟ ଓ ତାଙ୍କ ଗ୍ୟାଙ୍ଗ ମିଶି ଏହି ପରି ନକଲି ନୋଟ ସହିତ ଏପରି ଲୋକଙ୍କୁ ଠକି ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି କିନ୍ତୁ ପୋଲିସ କିଭଳି ଭାବେ ଏହି ଠକାମୀ ର ଶିକାର ହୋଇଥିବା ୨ ଯୁବକଙ୍କୁ ନ୍ୟାୟ ଦେବା ସହିତ ତାଙ୍କ ଟଙ୍କା କିପରି ଜବତ କରି ହସ୍ତାନ୍ତରିତ କରିବ ତାହା ସମୟ ହଁ କହିବ l ଏବଂ ଏଠାରୁ ସ୍ପଷ୍ଟ ହୋଇଛି ଗଞ୍ଜାମ ରେ ଘୁରି ବୁଲୁ ଥିବା ନକଲି ଟଙ୍କା କେଉଁଠୁ ଆସିଲା ତାହାବି ପୋଲିସ କୁ ଚାଲେଞ୍ଜ ସୃଷ୍ଟି କରିଛି l ତେଣୁ ପୋଲିସ ନକଲି ଟଙ୍କା କେଉଁଠୁ ଓ କିପରି ଆସିଲା ତାହା ବଦ୍ରି ଓ ଅକ୍ଷୟ ଠାରୁ ହିଁ ଏହି ରହସ୍ୟ ରୁ ପରଦା ହଟାଇ ପାରିବେ ଏବଂ ଏହି ଦୁହିଁଙ୍କୁ ସହଯୋଗ କରିଥିବା ବ୍ୟକ୍ତି ମାନଙ୍କ ପାଖରେ ପୋଲିସ ପହଞ୍ଚି ନକଲି ଟଙ୍କା ର ରହସ୍ୟ ଉନ୍ମୋଚନ କରିବେ ତାହା ସମୟ ସଫେକ୍ଷ ବର୍ତମାନ ପୋଲିସ ଚାରି ଜଣକୁ ଅଟକ ରଖି ତଦନ୍ତ କରୁଥିବା ସୂଚନା…

nis-ad
Leave A Reply

Your email address will not be published.