ଶ୍ରୀ ଶ୍ରୀ ଶ୍ରୀ ମା ଦକ୍ଷୀଣ କାଳୀଙ୍କ ପୀଠ ପୂଜା ଧୁମ଼ଧାମରେ ପାଳିତ…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସ୍ଥିତ ସର୍ବ ପୁରାତନ
ଶ୍ରୀ ଶ୍ରୀ ଶ୍ରୀ ମା ଦକ୍ଷୀଣ କାଳୀଙ୍କ ପିଠ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାତ୍ରି କାଳୀନ ପୂଜା କରାଯାଇଛି । ପୂଜକ ସନ୍ତୋଷ କୁମାର ଦାଶ ପୂଜା କାର୍ଯ୍ୟ ଆରମ୍ଭ କରିଥିବା ବେଳେ କର୍ତ୍ତା ଭାବରେ ସୂର୍ଯ୍ୟ ପାଣିଗ୍ରାହୀ ବସିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଭୂତି ପଣ୍ଡା, ରାଜ ଶେଖର ସାହୁ, ମନ୍ଦିର ପୂଜକ ଦିଲୀପ ମହାପାତ୍ର, ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।
ସକାଳୁ ସକାଳୁ ମାଆଙ୍କ ପ୍ରଭାତ ପୂଜା ପରେ ପରେ ମାଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା। ସେହି କ୍ରମରେ ଦିନ ତମାମ ଏବଂ ରାତ୍ରିରେ ମଧ୍ୟ ଭକ୍ତଙ୍କ ଜନ ସମାଗମ ହୋଇ ମାଙ୍କ ମଧ୍ଯ ରାତ୍ର ପୂଜା ସମାପନ ହୋଇଥିଲା l ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଦୀପ ପଣ୍ଡା,ସମ୍ପାଦକ ଅଜିତ ମହାରଣା,ସହ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, କୋଷାଧ୍ଯକ୍ଷ ଅମରେଶ ପ୍ରସାଦ ରଥଙ୍କ ସମେତ ସଦସ୍ୟ ବାବୁ ଭାଇନା, ଅଶ୍ବିନ କର,ରିଟୁ, ଲିଟୁ ଓ ଅନ୍ୟମାନେ ପୂଜା କାର୍ଯ୍ୟରେ ସହଯୋଗ କରି ପୂଜା କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.