ନକଲି ୱାଇ-ଫର୍ମ ଚେରର ଟେର ପାଉନି ପୋଲିସ !

ସମ୍ରାଟ ଜେଲରେ ପୁଣି ବାଲି ମାଫିଆ ମାନେ ସକ୍ରିୟ……….
ଭୁବନେଶ୍ୱର : ଅକ୍ଟୋବର ମାସ ର ଦ୍ୱିତୀୟ ସପ୍ତାହ ରେ ଗଞ୍ଜାମ ଜିଲ୍ଲାର କୋଦଳା ପୋଲିସ ହାତରେ ନକଲି ୱାଇ- ଫର୍ମ ରେ ବାଲି ଚାଲାଣ ର ଗୁମର ଖୋଲିଥିଲା। ଏଥିରେ ଚୋରା ବାଲି ସମ୍ରାଟ କୃପାସିନ୍ଧୁ ମୁଦୁଲିକୁ ନକଲି ୱାଇ-ଫର୍ମ ରେ ଚୋରା ବାଲି ଚାଲାଣ ଅଭିଯୋଗ ରେ ଗିରଫ କରାଯାଇଥିଲା। ସେହି ସମୟରେ ସମ୍ରାଟ ର ଗିରଫ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା। ବର୍ଷ ବର୍ଷ ଧରି ଏହି କଳା କାରନାମା କରି ଅଧିକାରୀ ମାନଙ୍କୁ କଳା ଚଷମା ପିନ୍ଧାଇ ମୁଠା ମୁଠା ଟଙ୍କା ଦେଇ ସମ୍ରାଟ କୁବେର ପାଲଟିଥିବା ନେଇ ଜୋର ଚର୍ଚ୍ଚା ହେଉଥିଲା। ହେଲେ ସମ୍ରାଟ ର କଳା କାରନାମା ର ଚେର ରାଜଧାନୀରେ ଲମ୍ବି ଥିବା ଯୋଗୁଁ ତା ଦେହରେ ହାତ ମାରିବା କୁ କିଏ ସାହସ କରୁନଥିଲେ। ସମ୍ରାଟ କୁ କୋଦଳା ପୋଲିସ ଗିରଫ ପରେ ତାର ସହଯୋଗି ଆନଣ୍ଡାର ଗ୍ରାଉଣ୍ଡ ହୋଇ ଯାଇଥିଲେ। ସମ୍ରାଟ ବର୍ତ୍ତମାନ ଜେଲ ରେ ତାର ସହଯୋଗି ମାନେ ସକ୍ରିୟ ତାର ପୁରୁଣା ଚୋରା ବାଲି ଆଡ୍ଡା ଗୁଡ଼ିକରେ ପୁଣି ବେପାର ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ପୋଲିସ ନକଲି ୱାଇ-ଫର୍ମ ର ଖୋଡ଼ ତାଳ କେବଳ ତଦନ୍ତ ରେ ସୀମିତ କି ବୋଲି ଚର୍ଚ୍ଚା ହେଉଛି। ଇତି ମଧ୍ୟରେ ସମ୍ରାଟ କୁ କେତେକ ଆଗ ଧାଡ଼ିର ଅଧିକାରୀ ଯେଉଁ ପ୍ରକାର ଅନୁକମ୍ପା ଦେଖାଇ କୁବେର ପାଲଟିଛନ୍ତି, ସେମାନଙ୍କ ମଧ୍ୟରେ ଛନକା ପସିଥିଲା।

ଏବେ ଏହି ଘଟଣା ନାଲି ଫାଇଲ ତଳେ ଚାପିବାକୁ ଉଦ୍ୟମ ହେଉଥିବା ନେଇ ଭୁବନେଶ୍ୱର ରେ ଚର୍ଚ୍ଚା ହେବାକୁ ଲାଗିଲାଣି। ଯଦି ବଡ଼ ଅଧିକାରୀ ଙ୍କ ମୁଖା ଖୋଲିଲେ ହରଡ଼ାଘଣା ରେ ପଡ଼ିବେ ସେହି ଭୟ ରେ ଏବେ ତଦନ୍ତ ଧିମା କରିବାକୁ ଚାପ ପଡୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଲାଣି। ଏହି ଘଟଣା କୁ ଯଦି ସିବିଆଇ କୁ ହସ୍ତାନ୍ତର କରିଲେ ସବୁ ଗୁମର ଖୋଲିବ ଓ ବାବୁ ମାନେ ରାଜ୍ୟ ରୁ ତଡା ଖାଇବେ ବୋଲି ବିରୋଧି ମୋହଲ ରେ ଚର୍ଚ୍ଚା ହେଉଛି। ସମ୍ରାଟ କୁ ଗିରଫ ପରେ ଘନ ଘନ ଜେରା ପାଇଁ ପୋଲିସ ରିମାଇଣ୍ଡ ରେ ଆଣି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଲେ। ହେଲେ କାର୍ଯ୍ୟନୁଷ୍ଠାନ କଣ ହେଲା ତାହା ଲୋକ ଲୋଚନକୁ ଆସିଲାନି। ମିଡ଼ିଆ ଆଗରେ ମଧ୍ୟ ମୁହଁ ଖୋଲିବାକୁ ପୋଲିସ ନାରାଜ ସେଥିପାଇଁ ତଦନ୍ତ ନାଲି ଫିତା ତଳେ ବୋଲି ଚର୍ଚ୍ଚା ହେଉଛି। ସମ୍ରାଟ କୁ ସହଯୋଗ କରୁଥିବା ଅଦୃଶ୍ୟ ଶକ୍ତି କଣ ସତରେ ସମ୍ରାଟ କୁ ମୁକୁଳାଇ ପାରିବେ ନାଁ ନିଜେ ମଧ୍ୟ ଛନ୍ଦି ହେବେ ସମୟ କହିବ ବୋଲି ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.