ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ନିର୍ମାଣ କରୁଛନ୍ତି ବାଲି ମାଫିଆ ନଷ୍ଟ କରୁଛନ୍ତି !

ବ୍ରହ୍ମପୁର : ଚୋରା ବାଲି ସମ୍ରାଟ ଜେଲରେ ଏହାର ସୁଯୋଗ ନେଇ ଅନ୍ୟ ବାଲି ମାଫିଆ ଏବେ ଆସିକାରେ ସକ୍ରିୟ। ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ନିର୍ମାଣ କରୁଛନ୍ତି। ଏପଟେ ବାଲି ମାଫିଆ ମାନେ ଉକ୍ତ ନଦୀ ବନ୍ଧ ଉପରେ ଭାରି ଯାନ ଚଲାଇ ନଷ୍ଟ କରୁଥିବା ଆସିକା ରେ ଦେଖିବାକୁ ମିଳିଛି। ବିଜୁପଟ୍ଟନାୟକ ନିକଟରେ ଥିବା ବଡ଼ ନଦୀ ରୁ ମଧ୍ୟ ରାତ୍ର ଦୁଇଟା ରୁ ଭୋର ପର୍ଯ୍ୟନ୍ତ ଅବାଧ ରେ ବିନା ୱାଇ ଫର୍ମ ରେ ବାଲି ଚଲାଣ ହେଉଥିବା ଚର୍ଚ୍ଚା କୁ ଆସିଛି। ତାହାର ନଗ୍ନ ନମୁନା ଏହି ନଦୀ ବନ୍ଧ କୁ ଦେଖିଲେ ସ୍ପଷ୍ଟ ଜଣା ପଡୁଛି। ରାଜନୈତିକ ଦଳ ରେ ଆଶ୍ରୟ ନେଇ ଚୋରା ବାଲି ବେପାର ରେ ବାଲି ମାଫିଆ ମାନେ ସକ୍ରିୟ ହେବା ଚର୍ଚ୍ଚା ହେଉଛି।

ବିଜୁ ପଟ୍ଟନାୟକ ଛକ ରେ ସିସି କେମେରା ଧର୍ମ କୁ ଆଖିଠାର ସଦୃଶ୍ୟ ହୋଇଛି। ଗଞ୍ଜାମ ଜିଲ୍ଲା ର ଚୋରା ବାଲି ସମ୍ରାଟ ଏବେ କୋଦଳା ଜେଲ ରେ ଥିବା ଯୋଗୁଁ ସର୍ଦାର ର କେତେକ ଘାଟ ବନ୍ଦ ରହିଛି। ଏହାର ସୁଯୋଗ ରେ ଅନ୍ୟ ବାଲି ମାଫିଆ ଏବେ ସକ୍ରିୟ ହୋଉଛନ୍ତି। ଜେସିବି ମେସିନ ସାହାଯ୍ୟ ରେ ବାଲି ଖନନ କରିବା ଫଳରେ ଆସିକା ଉଭୟ ନଦୀ ରୁଷିକୂଲ୍ୟା ଓ ବଡ଼ନଦୀ ର ଗତି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏହା ସହ ଗଭୀର ହୋଇ ପଟୁ ମାଟି ଉପରକୁ ଚାଲି ଆସିଥିବା ଦେଖିବାକୁ ମିଳିଛି। ସମ୍ରାଟ ଜେଲରେ ଥିବା ଯୋଗୁଁ ଏବେ ବାଲି ସୁନା ଦରରେ ବିକ୍ରି ହେଉଛି। ସମ୍ରାଟ ଗିରଫ ହେବାର କିଛି ଦିନ ବାଲି ଚାଲାଣ ବନ୍ଦ ଥିଲା ବର୍ତ୍ତମାନ ପୁଣି ମାଫିଆ ମାନେ ସକ୍ରିୟ ହେଲେଣି। ଗଞ୍ଜାମ ବାଲି ମାଫିଆ ସମ୍ରାଟ ଗିରଫ ପରେ ପୋଲିସ ରିମାଇଣ୍ଡ ରେ ଆଣି ଖୋଳତାଡ଼ କରିବା ପରେ କୌଣସି ତଥ୍ୟ ଲୋକ ଲୋଚନକୁ ଆସିନାହିଁ। ଏଣୁ ଏହି ତଦନ୍ତ ପ୍ରକ୍ରିୟା କୁ ସିବିଆଇ କୁ ଦେଲେ ସମ୍ରାଟ ପଛରେ ଥିବା ବହୁ ବଡ଼ ମାଛ ର ଗୁମର ଖୋଲିବ। ବଡ଼ ଅଧିକାରୀ ଙ୍କ ଅସଲ ମୁଖା ଖୋଲିବା ସହ ସେମାନଙ୍କ କଳାଧନ କେଉଁଠି ସଂରକ୍ଷିତ କରି ଖଟାଇଛନ୍ତି ତାହାର ଗୁମର ଖୋଲିବ ବୋଲି ବିରୋଧି ଦାବୀ କରୁଛନ୍ତି। ଶେରଗଡ଼ ତହସିଲ ଅଧିନସ୍ଥ ବ୍ରାହ୍ମଣଛାଇ ରେ ମଧ୍ୟ ବିନା ୱାଇ ଫର୍ମ ରେ ଅବାଧ ରେ ବାଲି ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି। ସରକାରୀ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏପଟେ ମାଫିଆ ମାନେ ନଷ୍ଟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.