ବିଜେଡ଼ି ଛାନିଆ ! : ପଦ୍ମ ଧରିବେ ପ୍ରଦୀପ…

ବ୍ରହ୍ମପୁର : କିଛି ଦିନର ନୀରବତା ପରେ ପୂର୍ବତନ ଗଞ୍ଜାମ ଜିଲ୍ଲା ବିଜେଡ଼ି ର ଚାଣକ୍ୟ ଭୂମିକା ରେ ଥିବା ପ୍ରଦୀପ ବାବୁ ଏବେ ସକ୍ରିୟ ହେଉଥିବା ଖବର ମିଳିଛି । ଦିନଥିଲା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଏକମାତ୍ର ଅନୁଗତ ଭାବେ ଚର୍ଚ୍ଚାରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଜୀବନରେ କଳାବାଦଲ ଆସିଗଲା । ସେବେଠାରୁ ଭାଇନାଙ୍କ ଅତି ଘନିଷ୍ଠ ଓ ପାଖେ ପାଖେ ରହୁଥିବା ବିଧାୟକଙ୍କ ଠାରୁ ଆରମ୍ଭ କରି ନେତା ମାନେ ଦୁରେଇ ଗଲେ। ଭାଇନାଙ୍କ ଉପରେ ମିଛିମିଛିକା କେଶ ହେବା ପରେ ଭୟରେ ସମସ୍ତେ ଚୁପଚାପ ହୋଇ ଦେଖୁଛନ୍ତି। ଭାଇନା ଏବେ ଗେରୁଆ ଗୋଠ ରେ ମିଶିବେ ବୋଲି କିଛି ଦିନ ହେଲା ଚର୍ଚ୍ଚା ହେଉଛି। ଭାଇନା ଙ୍କୁ କୁଆଡ଼େ କେନ୍ଦ୍ରମନ୍ତ୍ରୀ ଙ୍କ ଇଶାରା ମଧ୍ୟ ମିଳିଥିବା ଚର୍ଚ୍ଚା ହେଉଛି। ଭାଇନା କୁ ନେଲେ ଗେରୁଆ ଦଳ ଗଞ୍ଜାମ ରେ ଲାଭବାନ ହେବ ନା ନାହିଁ ତାକୁ ନେଇ ତର୍ଜମା ଚାଲିଛି ଓ ଭାଇନା ଙ୍କୁ ଜିଲ୍ଲା ର କଣ ଦାୟିତ୍ୱ ଦିଆ ଯିବ ବୋଲି ଚର୍ଚ୍ଚା ଜୋର ଧରିଛି।

ପ୍ରଦୀପ ପାଣିଗ୍ରାହୀ ଦୀର୍ଘ ବର୍ଷ ହେଲା ଶାସକ ଦଳର ମଙ୍ଗଧରି ବିରୋଧୀଙ୍କୁ ମୂଳ ପୋଛ କରି ଜିଲ୍ଲାରେ ବିଜେଡ଼ିର ଦବଦବା ଜାହିର କରିଥିଲେ। ଇତି ମଧ୍ୟରେ ଏବେ ପ୍ରଦୀପ ପାଣିଗ୍ରାହୀ ବିଜେଡ଼ି ଦଳରୁ ବହିସ୍କୃତ କରାଯାଇଛି। ଏଥର ଆଗାମୀ ସାଧାରଣ ନିର୍ବାଚନ ରେ ବିଜେଡ଼ି ଦଳ ବିନା ପ୍ରଦୀପ ପାଣିଗ୍ରାହୀ ଙ୍କ ସହଯୋଗ ରେ ଲଢ଼ିବ। ଜିଲ୍ଲା ରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ପ୍ରଦୀପ ପାଣିଗ୍ରାହୀ ଙ୍କ ସହ ବିଜେଡ଼ି କୁ ସାମ୍ନା ସାମନୀ ହେବାକୁ ପଡ଼ିବ ଯଦି ଗେରୁଆ ଦଳ ରେ ସାମିଲ ହେଲେ। ଏବେ ଠାରୁ ରାଜନୈତକ ପଣ୍ଡିତ ମାନେ ଅଙ୍କକଷା ଆରମ୍ଭ କରିଛନ୍ତି। ଦୀର୍ଘ ବର୍ଷ ହେଲା ବିଜେଡ଼ି ରେ ରହି ପ୍ରଦୀପ ପାଣିଗ୍ରାହୀ ଅନେକ ବିଧାୟକ ଙ୍କ ସ୍ପର୍ଶ ରେ ରହିଛନ୍ତି। ବର୍ତ୍ତମାନ ବିଜେଡ଼ି ଗଞ୍ଜାମ ରେ କାହାକୁ ମଙ୍ଗ ଧରିବା ର ଦାୟିତ୍ୱ ଦେବ ସେ କଣ ପ୍ରଦୀପ ଙ୍କୁ ଟକ୍କର ଦେଇ ପାରିବେ କି ବୋଲି ଚର୍ଚ୍ଚା ହେଉଛି।

ଏବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଙ୍କୁ ଅଧିକାଂଶ ସମୟ ଗୋପାଳପୁର ରେ ଦେଖିବାକୁ ମିଳୁଛି। ଏପଟେ ପ୍ରଦୀପ ପାଣିଗ୍ରାହୀ ଗେରୁଆ ଗୋଠ ରେ ଯିବା କଥା କୁ ନେଇ ବିଜେଡ଼ି ଛାନିଆ ହୋଇଥିବା ଚର୍ଚ୍ଚା ହେଉଛି। ଆଜି ବିକ୍ରମ ପଣ୍ଡା ଏକ ବୈଠକ ଡ଼ାକି ବିଜେପି ପ୍ରଦୀପ ଙ୍କୁ କିପରି ଗ୍ରହଣ କରିବ ସେ ଜଣେ ଠକ ବୋଲି ଆଖ୍ୟା ଦେଉଛନ୍ତି। ଦଳର ମୁଖିଆ ସବୁ ବେଳେ ବିଜେପି ସାଙ୍ଗ ରେ କୋଳା କୋଳି ହେଉଥିବା ଓ ପ୍ରତେକ କ୍ଷେତ୍ରରେ ସହଯୋଗ କରୁଥିବା ନେଇ ଚର୍ଚ୍ଚା ହେଉଛି। ପ୍ରଦୀପ ପାଣିଗ୍ରାହୀ ଙ୍କୁ ଗେରୁଆ ଦଳରେ ସାମିଲ କରି ଗେରୁଆ ଦଳ କାର୍ଡ ଖେଳିବ ନା ସିଧା ଟିକେଟ ଦେଇ ନିର୍ବାଚନ ମଇଦାନ ରେ ଓହ୍ଲେଇବ ଦେଖିବାକୁ ବାକି ରହିଲା। ନଦୀ ନ ଦେଖୁଣୁ…… ବୋଲି ବିକ୍ରମ ବାଉଳା କାହିଁକି ବୋଲି ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.