ବୃନ୍ଦାବନ ସରକାରୀ ବିଦ୍ୟାଳୟରେ ବିଜ୍ଞାନମେଳା ଓ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ…

ହିଂଜିଳିକାଟୁ (୧୧/୧୧) : ହିଂଜିଳିକାଟୁ ବୃନ୍ଦାବନ ସରକାରୀ ବିଦ୍ୟାଳୟରେ ଶନିବାର ବିଜ୍ଞାନ ମେଳା ସହ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ଯୋଗଦେଈଥିବା ଵେଳେ ଅନ୍ୟତମ ଭାବେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ହିଞିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞିଳିକାଟୁ ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଓ ବିଦ୍ୟାଳୟ ପରିଚାଳନା ସଭାପତି ତଥା ୱାର୍ଡ ସଭ୍ୟ ବିଭୁପ୍ରସାଦ ପଣ୍ଡା ଯୋଗ ଦେଇଥିଲେ।ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ମେଳାକୁ ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଶୁଭ ଉଦଘାଟନ କରିବା ସହ ଶିକ୍ଷାର୍ଥୀ ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖୁଥିଲେ । ଏଥରେ ମୋଟ ୭୨ ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ବିଜ୍ଞାନ ମେଳା ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସୁଜାତା ପ୍ରଧାନ ଓ ଦିପ୍ତୀମୟୀ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ସରକାରୀ ଏନ୍ ଏ ସି ହାଇସ୍କୁଲ ର ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ଓ କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ସୁଜାଇ ଦାଶ ଯୋଗଦେଇଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ପରିସରରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥଲା । ବିଦ୍ୟାଳୟ ର ୫୯୪ ଜଣ ଛାତ୍ର ‌ଛାତ୍ରୀଙ୍କୁ ୨ ହଳ ପୋଷାକ, ୨ ହଳ ମୋଜା ଓ ଏକ ହଳ ଜୋତା ଅତିଥି ମାନଙ୍କ ଦ୍ଵାରା ପୋଷାକ ଵିତରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ହିଞିଳିକାଟୁ ସିଆରସିସି ଅଖୁଳ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଉପେନ୍ଦ୍ର କୁମାର ସାବତ, ବୈକୁଣ୍ଠନାଥ ପାଢି,ଲାଲମୋହନ ସାହୁ, ରଶ୍ମିତା ଭୋଳ, ଐଶ୍ୱର୍ଯ୍ୟା ପଟ୍ଟନାୟକ, ମଞ୍ଜୁଲତା ଦତ୍ତ,ସୂପ୍ରଭା ସାମନ୍ତରାଙ୍ଗ ସହ ସମସ୍ତ ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.