ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ କର୍ମକର୍ତ୍ତା ବୈଠକ…

ସର୍ବନିମ୍ନ ମଜୁରୀ ତଥା ସିଜିନାଲ କର୍ମଚାରୀମାନଙ୍କ ମାସିକ ମଜୁରୀ ବୃଦ୍ଧି, ପତ୍ର ଦର ବୃଦ୍ଧି ଓ କନ୍ୟା ବିବାହ ସହାୟତା ପ୍ରଭୁତି ୧୨ ଦଫା ଦାବି ନେଇ ବିଭିନ୍ନ ଡିଭିଜନରେ ସମାବେଶମାନ ହେବା ପାଇଁ ନିଷ୍ପତ୍ତି
ଭୁବନେଶ୍ୱର (୧୧/୧୧) : ଆଜି ଭୁବନେଶ୍ୱର ବିଶ୍ୱନାଥସ୍ଥିତ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର କାର୍ଯ୍ୟାଳୟରେ ରାଜ୍ୟ,ଡିଭିଜନ ଓ ରେଞ୍ଜ ସ୍ତରୀୟ କର୍ମକର୍ତ୍ତାମାନଙ୍କର ଏକ ବୈଠକ ସଂଘର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ଇତି ମଧ୍ୟରେ ୫ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ସର୍ବନିମ୍ନ ମଜୁରୀ ସଂଶୋଧନ ପାଇଁ ପ୍ରକାଶ ପାଇ ନ ଥିବାରୁ କର୍ମକର୍ତ୍ତାମାନେ ଗଭୀର ଉଦବେଗ ପ୍ରକାଶ କରିଥିଲେ । ୨୦୨୪ ମଃ ପ୍ରାରମ୍ଭରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ଏଥିରେ ବିଳମ୍ବହେଲେ ନିର୍ବାଚନ କର୍ମକର୍ତ୍ତା ଲାଗୁ ହେଲେ ଆଉ ୨୦୨୪ମଃ ରେ କର୍ମଚାରୀମାନଙ୍କ ମାସିକ ମଜୁରୀ ବୃଦ୍ଧି ହାଇପାରିବ ନାହିଁ । ଏହା ଫଳରେ ସିଜିନାଲ କର୍ମଚାରୀମାନଙ୍କ ସହିତ ଅନ୍ୟାନ୍ୟ ଶ୍ରମିକମାନେ ଆର୍ଥିକ ଦୁର୍ଦଶାର ସମ୍ମୁଖୀନ ହୋଇ କ୍ଷତିଗ୍ରସ୍ତ ହେବେ । ଏହା ବ୍ୟତୀତ ଅନ୍ୟାନ୍ୟ ଦାବି ମଧ୍ୟରେ କନ୍ୟା ବିବାହ ଆର୍ଥିକ ସହାୟତା ପାଇଁ ବର୍ତ୍ତମାନ ଘୋଷଣା ହୋଇନାହିଁ । ମୁଖ୍ୟମନ୍ତ୍ରୀଙ୍କ ୨୦୨୨ମଃ ନଭେମ୍ବର ୨୨ତାରିଖ ଘୋଷଣା ଅନୁଯାଇ କେନ୍ଦୁପତ୍ର ସଂସ୍ଥା କାର୍ଯ୍ୟରତ ସବୁ ଶ୍ରେଣୀର ଶ୍ରମିକମାନଙ୍କୁ ରାଜ୍ୟସରକାରଙ୍କ ନୀତିଗତ ସଂଶୋଧନ ବାରମ୍ବାର ଦାବି ସତ୍ୱେ ହୋଇ ନ ଥିବାରୁ ସମସ୍ତେ ଛାତ୍ର ବୃତ୍ତି ଏବଂ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୂକ୍ତ ହୋଇପାରୁନାହାନ୍ତି । ତେଣୁ ଏହାର ବିଶେଷ ସଂଶୋଧନ ପାଇଁ ଦାବି କରାଯାଇଛି । ପୂର୍ବରୁ କନ୍ୟାବିବାହ ସହାୟତା ପ୍ରଚଳିତ ହୋଇଥିଲେ ମଧ୍ୟ ତାହା ବନ୍ଦ ହୋଇଯାଇଛି, ସିଜିନାଲ କର୍ମଚାରୀମାନଙ୍କ ଗସ୍ତ ଖର୍ଚ୍ଚ ଓ ଦୈନିକ ଭଡ଼ାର ଗତ ୧୦/୧୨ ବର୍ଷ ଧରି ସଂଶୋଧନ ହୋଇନାହିଁ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାଇ ଚାକିରୀ ସର୍ତ୍ତାବଳି କାର୍ଯ୍ୟକାରୀ ହେବାକୁ ନାହିଁ । ଏଣୁ ଏହା ସଂଶୋଧନ ଓ କାର୍ଯ୍ୟକାରୀ କରାଯିବାକୁ ଦାବି କରାଯାଇଛି ।
ତୋଳାଳୀମାନଙ୍କ ପତ୍ର ଦର ୨୦୨୪ମଃ ରେ ବୃଦ୍ଧି କରିବା ଏବଂ ବନ୍ଧେଇ ଶ୍ରମିକମାନଙ୍କ ପାଇଁ ମଧ୍ୟ ବଂଦୀଲ ପ୍ରତି ମଜୁରୀ ଦର ବୃଦ୍ଧି କରିବାକୁ ୧୨ ଦଫା ସମ୍ବଳିତ ଦାବି ପତ୍ର ଦାବି କରାଯାଇ ମୁଖ୍ୟମନ୍ତ୍ରୀ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ସବୁ ଦାବି ନେଇ ଆଗାମୀ ଡିସେମ୍ବର ୧୧ ତାରିଖ ରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତି ଡିଭିଜନରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଣ ଧାରଣା ତଥା ବଡ ଧରଣର ସମାବେଶମାନ କରାଯିବାକୁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଆଲଚନା ପରେ କାର୍ଯ୍ୟକ୍ରମ ଘୋଷଣା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆହୁରି ମଧ୍ୟ ୬୨ବର୍ଷ ପର୍ଯ୍ୟନ୍ତ କେନ୍ଦୁପତ୍ର ଓ ୱେଲ ଫେୟାର ଟ୍ରଷ୍ଟ ସୁପାରିଶ ଅନୁକ୍ରମେ ସମସ୍ତ ତୋଳାଳୀ,ବନ୍ଧେଇ ଶ୍ରମିକ ଏବଂ ସିଜିନାଲ କର୍ମଚାରୀମାନଙ୍କୁ ସାମାଜିକ ନିରାପତ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରିବା, ସାମାଜିକ ନିରାପତ୍ତା ପାଇଁ ବଜେଟରେ ୨କୋଟି ଟଙ୍କା ଅର୍ଥର କରାଯିବ ।
ଏହି ବୈଠକରେ ଶ୍ରୀ ଉପସଭାପତି ଶ୍ରୀ ଗୋକୁଳ ମେହେର, ଉପସଭାପତି ବିନୋଦ ପ୍ରଧାନ,ସଂଗଠନ ସମ୍ପାଦକ ଶ୍ରୀ ସଂଜିତ ମହାନ୍ତି,ରାଜ୍ୟ ସମ୍ପାଦକ ଶ୍ରୀ ଅନାଦି ସାହୁ , ରାଜ୍ୟ ସମ୍ପାଦକ ଶ୍ରୀ ମହମ୍ମଦ ମୁର୍ତ୍ତୁଜା,ଶ୍ରୀ ଶିବାନନ୍ଦ ପରିଚ୍ଛା,ଡିଭିଜନ ସମ୍ପାଦକ ଯଥାକ୍ରମେ :- କିଶୋର ପ୍ରଧାନ, ଶ୍ରୀ ପ୍ରଦୀପ ସାହୁ,ରତ୍ନାକର ପ୍ରଧାନ, ସଞ୍ଜୟ ଚୌଧିରି, ସୁବ୍ରମ ପ୍ରଧାନ, ରାମଚନ୍ଦ୍ର ବିଶୋଇ, ବିରଞ୍ଚି ସାହୁ, ପରୀକ୍ଷିତ ବେହେରା, ଚୈତନ୍ୟ ମେହେର, ଭିକାରି ପ୍ରଧାନ, କୀର୍ତନ ବେହେରା, ଜ୍ଞାନେଦର ଗଡ଼ନାୟକ, ରମେଶ ଚନ୍ଦ୍ର ସାହୁ, ପ୍ରଶ୍ନ ସାହାଣୀ,ସୁରେଶ ସାମଲ, ଅଖିଳ ସାମଲ , ରମେଶ ମାହାଲ, ତରୁଣ ସେନ ସାହୁ , ରିତା ପ୍ରଧାନ, ପ୍ରୀତି ପ୍ରଧାନ, ଟ୍ୱିଜୁ ପ୍ରଧାନ ପ୍ରମୁଖ ଆଲଚନାରେ ଅଂଶ ଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.