ଆଦିବାସୀ ଓ ଦଳିତଙ୍କ ଅଧିକାର ଦାବୀରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଓ ସ୍ମାରକ ପତ୍ର ପ୍ରଦାନ…

ଦାରିଙ୍ଗବାଡ଼ି (୧୧/୧୧) : ଦାରିଙ୍ଗବାଡ଼ି ବ୍ଳକ ଆଦିବାସୀ ଓ ଦଳିତ ଜନସାଧାରଣ ଜମି, ଜଳ ଓ ଜଙ୍ଗଲ ସହିତ ବିଭିନ୍ନ ଦାବୀରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରି ସ୍ମାରକ ପତ୍ର ତହସିଲଦାର ଶରତ ଶବରଙ୍କୁ ପ୍ରଦାନ କରିଛନ୍ତି । ପ୍ରଥମେ ସାରିଙ୍ଗିଇର୍ପି ଠାରେ ସମସ୍ତେ ଏକତ୍ରିତ ହୋଇ ସେଠାରେ ଏକ ବୈଠକ କରିଥିଲେ। ଏହାପରେ ଶୋଭାଯାତ୍ରାରେ ବାହାରି ଦାରିଙ୍ଗବାଡ଼ି ବଜାର ପରିକ୍ରମା କରି ଚାରିଛକରେ ପହଞ୍ଚିଥିଲେ। ଚାରିଛକ ନିକଟରେ ବିବାଦୀୟ ହୋଇ ରହିଥିବା ଜାଗାର ଦାବୀ ସମ୍ପର୍କରେ ଭାଷଣ ପ୍ରଦାନ କରିଥିଲେ । ଏହାପରେ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଦାବୀରେ  ପ୍ରଶାସନଙ୍କ ଅବହେଳାକୁ ନେଇ ଭାଷଣ ବାଜୀ କଲା ପରେ ୧୦ଦାବୀ ସମ୍ବଳିତ ସ୍ମାରକ ପତ୍ର ତହସିଲଦାର ଶରତ ସବରଙ୍କୁ ପ୍ରଦାନ କରିଥିଲେ। ଦାବୀ ଗୁଡ଼ିକ ହେଲା ୧.ବହୁ ଚର୍ଚ୍ଚିତ ଚାରିଛକ ଜାଗାର ପୁନୋରୁଦ୍ଧାର ହେଉ ଏବଂ ମୂଳ ପଟ୍ଟାରେ ଥିବା ମନ୍ତବ୍ୟ ଶ୍ରୀ ଶ୍ରୀ ଦୁର୍ଗାଦେବୀଙ୍କ ଆସ୍ଥାନକୁ ଖାରଜ କରାଯାଉ, ୨. ଚାରିଛକ ଜାଗାକୁ ବେଆଇନ ଦଖଲରୁ ମୁକ୍ତ କରି ସେଠାରେ ଉନ୍ନତ ଧରଣର ପରିଶ୍ରାଗାର ନିର୍ମାଣ କରାଯାଉ,୩. ଜଙ୍ଗଲ ଜମିରେ ଚାଷ ଓ ବାସ କରି ରହୁଥିବା ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନଜୀବିଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ କରାଯାଉ, ୪, ସମସ୍ତ ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କୁ ମାସିକ ୫୦୦୦ ଟଙ୍କା ପେନସେନ୍ ଦିଆଯାଉ ।

ପେନସେନ୍ ଟଙ୍କାକୁ ଅନ୍‌ଲାଇନ ବଦଳରେ ନଗଦ ଟଙ୍କା ଆକାରରେ ଦିଆଯାଉ ।୫. ଗାନ୍ଧୀ ଛକ ଠାରୁ ଦୁଲୁରି ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ସମାପନ କରାଯାଉ,୬. ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶହେ ଶଯ୍ୟା ବିଶିଷ୍ଟ କରାଯିବା ସହ ସେଥ‌ିରେ ଆବଶ୍ୟକୀୟ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରାଯାଉ, ୭, ସିମନବାଡ଼ି ଠାରୁ ବଡ଼ବାଙ୍ଗା ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ସମାପନ କରାଯାଉ, ୮. ଦାରିଙ୍ଗବାଡ଼ି ଠାରେ ସରକାରୀ ଡ଼ିଗ୍ରୀ କଲେଜ ତୁରନ୍ତ ଖୋଲାଯାଉ, ୯.ବ୍ରାହ୍ମଣୀ ଗାଁକୁ ଏକ ସ୍ଵତନ୍ତ୍ର ବ୍ଳକ୍ ରୂପେ ଘୋଷଣା କରାଯାଉ, ୧୦. ଚିଟଫଣ୍ଡ କମ୍ପାନୀଙ୍କ ଦ୍ଵାରା ଠକାମୀର ସମ୍ମୁଖୀନ ହୋଇଥିବା ଜମାକାରୀମାନଙ୍କୁ ସେମାନଙ୍କ ଜମାଟଙ୍କା ଫେରସ୍ତର ବ୍ୟବସ୍ଥାକରାଯାଉ ।ଏହାକୁ ଆଞ୍ଚଳିକ ନାରୀ ମହାସଂଘ, ଆଦିବାସୀ ରାଷ୍ଟ୍ରୀୟ ଏକତା ପରିଷଦ ,ଅଖିଳ ଭାରତ କିଶାନ୍ ମଜଦୁର ସଭାର ବିଳାସିନି ନାୟକ, ନାମନ୍ତି ପ୍ରଧାନ, ଶୁଶିଳା ନାୟକ, ସୁଷମା ପ୍ରଧାନ, ମମତା ପ୍ରଧାନ, ନାଗେଶ୍ୱର ପ୍ରଧାନ, ସୁନିଲ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ଭାଲଚନ୍ଦ୍ର ଷଡ଼ଙ୍ଗୀ,ବିଦ୍ୟାଧର ମଲିକ, କୁସନାଥ ପ୍ରଧାନ, ତ୍ରିନାଥ ପ୍ରଧାନ, ସନ୍ତୋଷ ପ୍ରଧାନ, ବୁଲେଶ୍ୱର ମଲିକ, ମିଖ୍ୟାଲ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏସ ଆଇ ଜିତେନ୍ଦ୍ର କୁମାର ବେହେରା,ଏ ଏସ ଆଇ ଶ୍ରୀନିବାସ ରାଓ, ବାସନ୍ତୀ ବେହେରା ସହ ପୁରୁଷ, ମହିଳା ପୋଲି ମୁତୟନ ହୋଇଥିଲେ ।

nis-ad
Leave A Reply

Your email address will not be published.