ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଚିକିଟି //ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକିଟି ଓ ପାତ୍ରପୁର ବ୍ଲକ କୁ ମରୁଡି ଘୋଷଣା ଓ ଚାଷୀଙ୍କୁ ସହାୟତା ଦାବୀ ନେଇ ଭାରତୀୟ ଜନତା ପାର୍ଟି ଚିକିଟି ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଂଜନ ଦ୍ୟାନ ସାମନ୍ତରା ଙ୍କ ନେତୃତ୍ୱ ଶହ ଶହ ଦଳୀୟ ନେତା ଓ କର୍ମୀ ଏବଂ ଚାଷୀ ମାନେ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଘେରାଉ କରିବା ସହ ସେମାନଙ୍କ ଦାବୀ ସମ୍ପର୍କ ରେ ଆଲୋକପାତ କରିଥିଲେ,ଯଥା ଶୀଘ୍ର ଦୁଇଟି ବ୍ଲକ କୁ ମରୁଡି ଘୋଷଣା କରିବା ସହିତ ଚାଷୀଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରାଯାଉ ବୋଲି ଦାବୀ କରାଯାଇଥିଲା, ଦଶଦଫା ଦାବୀ ନେଇ ଏକ ଦାବୀ ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି, ପ୍ରାରମ୍ଭ ରେ ଶ୍ରୀ ସାମନ୍ତରା ଙ୍କ ନେତୃତ୍ୱ ରେ ଶହ ଶହ ଦଳୀୟ ନେତା ଓ କର୍ମୀ ମାନେ ସ୍ଥାନୀୟ ଷ୍ଟାଡିଅମ ନିକଟରୁ ଶୋଭାଯାତ୍ରା ବାହାରି ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲେ |

nis-ad
Leave A Reply

Your email address will not be published.