ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହେଲେ ୧୧ ବର୍ଷର ନାବାଳିକା…

a

ଉମରକୋଟ : ଶିକ୍ଷକ ସାଜିଲେ ଶିକାରୀ । ଶିକ୍ଷକଙ୍କ ଲୋଲୁପ ଦୃଷ୍ଟିର ଶିକାର ହେଲା ୧୧ ବର୍ଷର ନାବାଳିକା । ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ ମିଶି ନାବାଳିକାକୁ ଗଣ ଦୁଷ୍ମର୍ମ କରିବା ପରି ଲଜ୍ଜାଜନକ ଘଟଣା ଆସିଛି ନବରଙ୍ଗପୁର ଜିଲ୍ଲାରୁ । କୁଣ୍ଡେଇ ଗାଁରେ ଘଟିଛି ଏପରି ଲୋମହର୍ଷଣକାରୀ ଘଟଣା । ପୋଲିସ ୨ ଜଣ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ପୋଲିସର କହିବା ଅନୁଯାୟୀ, ଘଟଣା ମଙ୍ଗଳବାର ଘଟିଥିଲେ ହେଁ ପୀଡିତାଙ୍କ ବାପା ଗୁରୁବାର ଥାନାରେ ମାମଲା ଦାଏର କରିଥିଲେ । ତାଙ୍କର ଝିଅ ୬ଷ୍ଠ ଶ୍ରେଣୀରେ ପଢେ । ଆଦିବାସୀ ସଂପ୍ରଦାୟର ଏହି ଛାତ୍ରୀଙ୍କୁ ସ୍କୁଲ ଟଏଲେଟରେ ୨ ଜଣ ବଳାତ୍କାର କରିଥିଲେ । ୨ ଅଭିଯୁକ୍ତ ସେହି ସ୍କୁଲର ଶିକ୍ଷକ ବୋଲି ପୀଡିତାଙ୍କ ପିତା ଅଭିଯୋଗ କରିଛନ୍ତି ।

ଘରକୁ ଫେରିବା ପରେ ନାବାଳିକାର ଯନ୍ତ୍ରଣା ବଢିବାରୁ ତାଙ୍କୁ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ । ସେଠାରେ ସେ ସବୁକଥା ଖୋଲି କହିବା ପରେ ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ଆଇପିସି ଏବଂ ପୋସ୍କୋ ଆକ୍ଟ ଅନୁସାରେ ଏକ ମାମଲା ରୁଜୁ କରିଛି ।

ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ଜେରା କରୁଛି । ଅନ୍ୟପକ୍ଷେ ନାବାଳିକାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଥାଉ କି, ଏହା ପୂର୍ବରୁ ଏହା ପୂର୍ବରୁ ଜଣେ ନୟାଗଡରା ଜଣେ ମାନସିକ ଭିନ୍ନକ୍ଷମଙ୍କୁ ବଳାତ୍କାର କରାଯାଇଥିଲା । ବୁଧବାର ରାତିରେ ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଭିନ୍ନକ୍ଷମ ମହିଳା ଶୋଇଥିବାବେଳେ  ସେହି ଗାଁର ପାଣ୍ଡା ନାମକ ଜଣେ ନିଶାଗ୍ରସ୍ତ ଯୁବକ ରାତିରେ  ତାଙ୍କୁ ଦୁଷ୍ମର୍ମ କରିବା ପରେ ଛୁରା ମାଡ କରିଛନ୍ତି । ମହିଳାଙ୍କ ଅବସ୍ଥା ଗୁରୁତର ଥିଲା ।

nis-ad
Leave A Reply

Your email address will not be published.