ପିତା ପାଲଟିଲା ପିଶାଚ:ଜନ୍ମିତ ଝିଅକୁ କଲା ବଳାତ୍କାର…!

ମାଲକାନଗିରି/ବାଲିମେଳା:(୧୦/୧୧) ସୁରକ୍ଷା ଦେବା ପାଇଁ ସୁରକ୍ଷାକର୍ମୀଟିଏ ସବୁ ଜାଗାରେ ଖୋଜା ପଡ଼େ। ଖୋଦ୍ ବାପା ଯେତେବେଳେ ସୁରକ୍ଷାକର୍ମୀ ଥାଏ କୌଣସି ଝିଅ ଅବା କେମିତି ଅସୁରକ୍ଷିତ ହୋଇପାରେ! କିନ୍ତୁ ଯେତେବେଳେ ଯୌନ ଉତ୍ପୀଡନରେ ପୀଡ଼ିତ ହୋଇଯାଏ ଗୋଟେ ବାପା, ସାମାଜିକ ରୀତିନୀତିର ଶୃଙ୍ଖଳ ସରହଦ ଡେଇଁଯାଏ ଯେତେବେଳେ ଯୌନ ଉତ୍ସୃଙ୍ଖଳା, ସମ୍ପର୍କର ସମସ୍ତ ସୀମା ଲଂଘୀ ଯାଏ ପାଶବିକତା ଓ ଲୋଲୁପଦୃଷ୍ଟି ଅର୍ଥାତ୍ ବାଡ଼ ହିଁ ଯେତେବେଳେ ଫସଲ ଖାଇବା ଆରମ୍ଭ କରେ ସେତେବେଳେ କୌଣସି ଝିଅ ଅବା କେମିତି ସୁରକ୍ଷିତ ରହି ପାରିବ? ତେବେ ପ୍ରତିଦିନ ନାରୀ ନିର୍ଯ୍ୟାତନାର ସମ୍ପର୍କିତ ବିଷୟ ଖବର କାଗଜର ପୃଷ୍ଠା ମଣ୍ଡନ କରୁଥିବା ବେଳେ ଆଜି ଏକ ନାଟକୀୟକାଣ୍ଡ ଦେଖିବାକୁ ମିଳିଛି ଯେଉଁଠି ଜନ୍ମିତ ଝିଅ ପ୍ରତି ଲୋଲୁପ ଦୃଷ୍ଟି ପକାଇଛି ଖୋଦ୍ ବାପା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳା ନଗରର ନଦୀ ଲାଇନ୍ ଠାରେ ଯେଉଁଠି ଯୌନ ଉତ୍ପୀଡନର ଉତ୍ପାତରେ ସମ୍ପର୍କ ଭୁଲି ଝିଅକୁ ବଳାତ୍କାର ଉଦ୍ୟମ କରିଛି ୪୦ବର୍ଷୀୟ ବାପା । ମିଳିଥିବା ସୂଚନା ମୁତାବକ ୪୦ବର୍ଷୀୟ ନିତାଇ ସରକାର ଗତ ପ୍ରାୟ ଦୁଇ ବର୍ଷ ଧରି ଡ୍ରଗ ଲାଇନ୍-୩ ଅନ୍ତର୍ଗତ ନଦୀ ଲାଇନ୍ ରେ ରହି ଆସୁଥିଲେ। ଘରେ କୌଣସି କଳହ ଓ ବଚସାକୁ କେନ୍ଦ୍ର କରି ତାଙ୍କ ସ୍ତ୍ରୀ ଗତ ପ୍ରାୟ ୫/୬ ମାସ ଧରି ଘର ଛାଡି ପୁଅକୁ ନେଇ ପଳେଇ ଯାଇଥିଲେ । ୭ ପ୍ରାଣୀ ବିଶିଷ୍ଟ ଉକ୍ତ ପରିବାର ପରବର୍ତ୍ତୀ ସମୟରେ ୫ପ୍ରାଣୀଙ୍କୁ ନେଇ ଚଳୁଥିଲେ । ପ୍ରଥମ ଅର୍ଥାତ୍ ବଡ଼ ଝିଅ ଇତି ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇସାରିଥିବା ବେଳେ ଦ୍ଵିତୀୟ ଓ ଚତୁର୍ଥ ଝିଅ ବାହାରେ କୌଣସି ଏକ ଛାତ୍ରାବାସରେ ରହି ପଢ଼ାପଢ଼ି କରନ୍ତି । ତେବେ ଓ.ଏଚ୍.ପି.ସି. ଅଫିସ୍ ରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ବାପାଙ୍କ ସୁବିଧା ଅସୁବିଧା, ଘରକାମ, ରନ୍ଧାବଢ଼ା ପାଇଁ ୧୩ ବର୍ଷୀୟା ତୃତୀୟ ଝିଅଟି ବାପାଙ୍କ ସହ ସହାବସ୍ଥାନ କରି ଆସୁଥିଲେ । କିନ୍ତୁ ସବୁଠାରୁ ହୀନ, ଅଭାବନୀୟ ତଥା ଘୁଣ୍ୟ ଘଟଣା ହେଲା ସ୍ତ୍ରୀଙ୍କ ବିଚ୍ଛେଦ ପରେ ବାପା ଜଣକ ପାଲଟି ଯାଇଥିଲେ ନର ରୂପୀ ରାକ୍ଷସ। ଏକାଧିକ ଥର ଝିଅ ପ୍ରତି ବଳାତ୍କାର ଉଦ୍ୟମ କରିଆସୁଥିବା ସ୍ଥଳେ ଗତ ୦୫ ନଭେମ୍ବର ରାତି ପ୍ରାୟ ୨.୦୦ ସମୟରେ ବଳପୂର୍ବକ ନିଜ ଝିଅ ସହ ବଳାତ୍କାର କରିଥିଲେ ।
ମାନସିକ ଭାରସାମ୍ୟ ହରାଇ ନାବାଳିକା ଝିଅଟି ସାହି ପଡ଼ିଶାରେ ସ୍ତ୍ରୀ ଲୋକ ମାନଙ୍କୁ ଏଭଳି ପାଶବିକ ଅତ୍ୟାଚାର ଓ ଅସଦାଚରଣ ସମ୍ପର୍କରେ ଜଣାଇବା ପରେ ସାହାଯ୍ୟର ହାତ ବଢ଼ାଇଥିଲେ ଉକ୍ତ ମହିଳାମାନେ । ବିଷାଦଗ୍ରସ୍ତ ଝିଅଟିକୁ ନେଇ ଗତକାଲି ସନ୍ଧ୍ୟା ସମୟରେ ଓରକେଲ ଥାନାର ଦ୍ବାରସ୍ଥ ହୋଇଥିଲେ ସ୍ଥାନୀୟ ମହିଳା ଏବଂ ସେଠାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ଖବର ପାଇ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଧୀରେନ୍ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ୍ ଖୋଳତାଡ଼ ଆରମ୍ଭ କରିଥିଲେ । ତେବେ ଆଜି ଝିଅଟିର ଡ଼ାକ୍ତରୀ ମାଇନା ପରୀକ୍ଷା ପାଇଁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସହ ସଂପୃକ୍ତ ବାପାକୁ ପୋଲିସ୍ ନିଜ ହେପାଜତକୁ ନେଇଛନ୍ତି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଲିଖିତ ଅଭିଯୋଗକୁ ପାଥେୟ କରି କେସ୍ ନଂ: ୩୯୫/୨୦୨୩ ଆଧାରରେ ଏକ ମାମଲା ରୁଜୁ ହୋଇଛି । ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୭୬[୨(ଏଫ୍)], ୩୭୬(୩),୫୦୬ ଏବଂ ପୋସ୍କୋ ଆକ୍ଟ ୪(୬) ଅନୁଯାୟୀ ଆଜି ନିତାଇ ସରକାରଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି । ଏଭଳି ନାଟକୀୟ ଘଟଣା ସଭ୍ୟ ସମାଜରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଥିବା ସ୍ଥଳେ ପୁରୁଷବାଦୀ,ବ୍ରାହ୍ମଣ୍ୟବାଦୀ ଅବା ନାରୀ ବିରୋଧି ପରିବାରରେ ଗୋଟିଏ ଝିଅ କିପରି ନିଜ ଘରେ ମଧ୍ୟ ସୁରକ୍ଷିତ ନାହିଁ ସେ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେବେ ଦେଖିବାକୁ ଅପେକ୍ଷା ରହିଲା କେବେ ସମାଜରୁ ନାରୀ ନିର୍ଯାତନା ବନ୍ଦ୍ ହେଉଛି ଏବଂ କେବେ ଗାନ୍ଧୀଙ୍କ ପରିକଳ୍ପିତ ରାମରାଜ୍ୟରେ ଝିଅଟିଏ ମଧ୍ୟରାତ୍ରିରେ ଏକାକୀ ଘରୁ ପାଦ କାଢ଼ି ବାହାରେ ସ୍ଵାଧୀନରେ ବୁଲି ପାରୁଛି ଏବଂ ଆମ ଦେଶ ପ୍ରକୃତ ସ୍ଵାଧୀନତା ପାଇ ପାରୁଛି ।

nis-ad
Leave A Reply

Your email address will not be published.