ଯାହାବି ପ୍ରକଳ୍ପ କରାଯାଉ ଲାଭକ୍ଷତିକୁ ପ୍ରାଥମିକତା ଦିଆଯାଉ:ସଚିବ ଏସ୍.କେ. ବଶିଷ୍ଠ…

ଫୁଲବାଣୀ : ଓଡ଼ିଶା ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ସଚିବ – ତଥା- ଆକାଂକ୍ଷୀ ଜିଲ୍ଲା ଦାୟିତ୍ବରେ ଥ‌ିବା ସଚିବ ଏସ୍.କେ. ବଶିଷ୍ଠ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଆକାଂକ୍ଷୀ ଜିଲ୍ଲା କନ୍ଧମାଳର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଜି ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ପରେ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି ।ପାୱାର ପଏଣ୍ଟ ମାଧ୍ୟମରେ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗର ଅଗ୍ରଗତି ସମ୍ପର୍କରେ ସୂଚନା ଦେବା ସହିତ ଆକାଂକ୍ଷୀ ଜିଲ୍ଲା ସଚିବ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନାରୁ ଜଣାପଡ଼ିଛି ଯେ, ଜିଲ୍ଲାରେ ଆନୁଷ୍ଠାନିକ ପ୍ରସବ ହ୍ରାସପାଇଥିବା ବେଳେ ମାତୃ ମୃତ୍ୟୁ ହାର ପୂର୍ବ ବର୍ଷମାନଙ୍କ ତୁଳନାରେ କମୁଛି । ପ୍ରମୁଖ ସଚିବ ଶିଶୁ ମୃତ୍ୟୁହାର, ଅଙ୍ଗନଓ୍ବାଡ଼ି ପିଲା ଓ ଗର୍ଭବତୀ ମା’ମାନଙ୍କୁ ଦିଆଯାଉଥ‌ିବା ଖାଦ୍ୟ ତାଲିକା,ଟୀକାକରଣ, ଜିଲ୍ଲାରେ ଆବଶ୍ୟକ ହେଉଥ‌ିବା ଅଣ୍ଡା ଓ କୁକୁଡ଼ା ଫାର୍ମଗୁଡ଼ିକରୁ ବାହାରୁଥିବା ଅଣ୍ଡା ପରିମାଣ, ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ, ଉଦ୍ୟାନ କୃଷି, ଜଳ ବିଭାଜିକା,କୃଷି, ଲାଇଭ୍ ଷ୍ଟକ୍ ସ୍ଵାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ଯୋଜନା, ବିଦ୍ୟାଳୟ ମାନଙ୍କରେ ଝିଅ ଓ ପୁଅମାନଙ୍କ ପାଇଁ ଅଲଗା ଅଲଗା ପାଇଖାନା ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ପ୍ରାଣୀ ସମ୍ପଦ ଟୀକାକରଣ, ଜାତୀୟ ଜୀବିକା ମିଶନ, ଜିଲ୍ଲାର ବିଭିନ୍ନ ତାଲିମ ଅନୁଷ୍ଠାନରୁ ତାଲିମପ୍ରାପ୍ତ କେତେଜଣ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି,ବିଭିନ୍ନ ପେନସନ୍ ଯୋଜନାରେ କେତେଜଣ ହିତାଧିକାରୀ ଉପକୃତ ହୋଇଛନ୍ତି, ପି.ଡି.ଏସ୍. ବ୍ୟବସ୍ଥା,ଉଠାଜଳସେଚନ, କ୍ଷୁଦ୍ର ଜଳସେଚନ ଆଦିର ଅଗ୍ରଗତି ସମ୍ପର୍କରେ ସଂପୃକ୍ତ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିଥିଲେ । ସେ କହିଲେ କେବଳ ସ୍କିମ୍ ଭିତରେ ସିମୀତ ନ ରହି ସ୍କିମ୍ ବାହାରେ ବି କାର୍ଯ୍ୟ କର । କିଛି ବ୍ୟକ୍ତି ବେଶେଷ ନୁହଁ ବରଂ ଜିଲ୍ଲାର ଉନ୍ନତି ଆବଶ୍ୟକ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଯାହାବି ପ୍ରକଳ୍ପ କରାଯାଉ ଲାଭକ୍ଷତିକୁ ପ୍ରାଥମିକତା ଦିଆଯାଉ। ଅର୍ଥକାରୀ ଫସଲ ଅମଳ, ଡ୍ରୋନ୍ ବ୍ୟବସ୍ଥା , ଅଣ୍ଡାଦିଆ କୁକୁଡ଼ା ପାଳନ, ଲେମନ ଗ୍ରାସ୍ ଅଏଲ୍ ଉତ୍ପାଦନ, ଖାଦ୍ୟ ପ୍ରକ୍ରିୟା ୟୁନିଟ୍ ଯାହାବି କରାଯାଉ ପ୍ରଥମେ ଉତ୍ପାଦନ ପାଇଁ ସମୁଦାୟ ଖର୍ଚ୍ଚ, ବିକ୍ରିପରେ ସମୁଦାୟ ଆଦାୟ ଜାଣିବା ଦରକାର। ଲାଭ ହେଲେହିଁଅନ୍ୟମାନେ ଅନୁକରଣ କରିବେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯେତେବେଳେ ଗ୍ରସ୍ତରେ ଯିବେ ରାସ୍ତାରେ ପଡ଼ୁଥ‌ିବା ବିଦ୍ୟାଳୟ ମାନଙ୍କରେ ଲାଟ୍ରିନ ଓ ପିଇବା ପାଣି ବ୍ୟବସ୍ଥା ଠିକରେ କାର୍ଯ୍ୟକରୁଛିକି ନା ପଚାରି ବୁଝିବାକୁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲାରୁ ଯେ କୌଣସି ତାଲିମ ଅନୁଷ୍ଠାନରୁ ନିଯୁକ୍ତି ପାଇଲେବି ସମସ୍ତ ସୂଚନା ଜିଲ୍ଲା ନିୟୋଜନ ଅଧିକାରୀଙ୍କ ପାଖରେ ରହିବା ଆବଶ୍ୟକ ବୋଲି ସେ କହିଥିଲେ । ଜିଲ୍ଲାରେ କେତୋଟି ପରିବାର ନିୟମିତ ରେସନ ସାମଗ୍ରୀ ପାଉଛନ୍ତି ଓ କେତୋଟି ପରିବାର ଅକ୍ଟୋବର ରୁ ଡିସେମ୍ବର ମାସର ସାମଗ୍ରୀ ଆଗୁଆଭାବେ ପାଇଛନ୍ତି ତା’ର ତାଲିକା ଦେବାକୁ ବେସାମରିକ ଯୋଗାଣ ଅଧିକାରୀଙ୍କୁ କହିଥିଲେ ।
ଉକ୍ତ ସମୀକ୍ଷା ବୈଠକରେ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, ମୁଖ୍ୟ ଉନ୍ନୟନ ଅଧିକାରୀ -ତଥା- ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ରାଜେନ୍ଦ୍ର କୁମାର ରଞ୍ଜିତ୍ରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.