ସୋସିଆଲ ମିଡିଆ ମାଧ୍ୟମରେ ଏ.ଡ୍.ସ୍ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ…


ଫୁଲବାଣୀ: ଜାତୀୟ ଏ.ଡ୍.ସ. ନିୟନ୍ତ୍ରଣ ଅନୁଷ୍ଠାନଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଜାତୀୟଏ.ଡ୍.ସ୍. ନିୟନ୍ତ୍ରଣ କାର୍ଯ୍ୟକ୍ରମର ୫ମ ସଂସ୍କରଣରେ ଲକ୍ଷ୍ୟ ରଖାଯାଇଥିବା ସଂଖ୍ୟାର ୯୫ ପ୍ରତିଶତକୁ ହାସଲ କରିବା ପାଇଁ ସୋସିଆଲ୍ ମିଡିଆର ସାହାରା ନିଆଯାଉଥିବା ବେଳେ ଆଜି ଫୁଲବାଣୀ ସ୍ଥିତ ମହିଳା ମହାବିଦ୍ୟାଳୟ ଠାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କନ୍ଧମାଳଙ୍କ ମିଳିତ ସହଯୋଗ ରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡା.ତନୁଜା ସିଂ ଅଧକ୍ଷତା କରିଥିବା ବେଳେ ଅଧ୍ୟାପିକା ଯଶୋଦା ଜେନା ଆୟୋଜନରେ ସହଯୋଗ କରିଥିଲେ । ଜିଲ୍ଲା ଏ.ଡି.ସ୍.ପରିଚାଳନା ୟୁନିଟି ଗଞ୍ଜାମର ଡି.ପି. ଏସ୍. ହେମନ୍ତ କୁମାର ଦାସ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ଏଚ.ଆଇ.ଭି.
ସଂକ୍ରମଣର ଗମ୍ଭିରତାକୁ ଉପସ୍ଥାପନା କରିବା ସହ ସାମାଜିକ ଗଣମାଧ୍ୟମ ମାଧ୍ୟମରେ କିପରି ସମସ୍ତ ଙ୍କୁ ଯୋଡି ଅଧିକ ଜନ ସଚେତନତା ସୃଷ୍ଟି କରାଯାଇପାରିବ ତାହା ଗୁରୁତ୍ଵ ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଓଡିଶା ସାକ୍ସର ସାଇଟ୍ କି ଆସେପ୍‌ଟ୍ କରି ସେଥିରୁ ଅଧିକ ସୂଚନା ଗ୍ରହଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ତତ୍ ସହିତ ଡା.ସନ୍ତୋଷ କୁମାର ରାଜୁ, ସି.ଏସ୍.ଓ, ସରୋଜ କୁମାର ମହାନ୍ତି , ଏ.ଆର.ଟି. କାଉନ୍‌ସିଲର୍ ଭଞ୍ଜନଗର, ଯୋଗଦେଇ ଭୂତାଣୁ ବ୍ୟାପିବାର ଚାରିଗୋଟି ମାଧ୍ୟମ ଓ ସେଥିରୁ ବଂଚିବା ପାଇଁ ସରଳ ଉପାୟ ମାନ ଗପ ଓ ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ଜିଲ୍ଲା ସୁପରଭାଇଜର ଦେବାଶିଷ ମିଶ୍ର ଯୋଗ ଦେଇ ଏଚ.ଆଇ.ଭି. ସଂକ୍ରମଣ ରେ କନ୍ଧମାଳ ଜିଲ୍ଲାର ବର୍ତମାନ ସ୍ଥିତି ଓ ନୂଆ ସଂକ୍ରମଣରେ ଲକ୍ଷଭେଦି ପ୍ରକଳ୍ପର ଭୂମିକାକୁ ଉପସ୍ଥାପନା କରିବା ସହ ଏହା ନିଶ୍ଚିତ ଜିଲ୍ଲାବାସୀଙ୍କ ପାଇଁ ଆଗାମୀ ଦିନରେ ଲକ୍ଷ୍ୟର ଶିର୍ଷରେ ପହଂଚିବ ବୋଲି ବିଶ୍ଵାସର ସହ କହିଥିଲେ । ଅନୁଷ୍ଠାନର ବରଷ୍ଠ କର୍ମୀ ବିଶ୍ଵରଞ୍ଜନ କର ପରିଚାଳନା କରିଥିବା ବେଳେ କାଉନ୍‌ସିଲର ଗୋବିନ୍ଦ ଚନ୍ଦ୍ର ଜେନା, ସ୍ନେହଲତା ନାୟକ, ସୀତା ରଣା ଓ କନକ ପାତ୍ର ସହଯୋଗ କରିଥିଲେ । ସଂପାଦକ ହରିଶଙ୍କର ରାଉତ ଗଞ୍ଜାମ ଡି.ପି.ଏସ୍. ଙ୍କ ର ଏହି ପରିଦର୍ଶନ ଜିଲ୍ଲାପାଇଁ ପଥପ୍ରଦର୍ଶକ ହେବ ବୋଲି କହିଥିଲେ । ଆଗକୁ ଅଧିକ ସମୟ ଦେଇ ଆଗକୁ ବଢିବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।

nis-ad
Leave A Reply

Your email address will not be published.