ଅସହାୟ ଅବସ୍ଥାରେ ବୃଦ୍ଧା ଦମ୍ପତ୍ତି :ଭତ୍ତା ସହ ସହାୟତା ପ୍ରଦାନ ନିମନ୍ତେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ…

ଛତ୍ରପୁର : ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରିଛନ୍ତି । ବୃଦ୍ଧା କାଳକୁ ଚଳିବା ପାଇଁ ବାର୍ଦ୍ଧକ୍ୟ ଭତ୍ତା ବି ପ୍ରଦାନ କରୁଛନ୍ତି । ହେଲେ ସେ ସମସ୍ତ ଯୋଜନା ସଠିକ୍ ଭାବେ ହିତାଧିକାରୀ ମାନଙ୍କ ନିକଟରେ ପହଂଚି ପାରୁନି । ପରିଣତ ବୟସରେ ନିଜେ ଚାଲିବାକୁ ବି ସକ୍ଷମ ହୋଇପାରୁନଥିବା ଗଞ୍ଜାମ ଜିଲ୍ଲା ପାଣ୍ଡିଆ ଗ୍ରାମର ଜଣେ ବୃଦ୍ଧା ଦମ୍ପତ୍ତି ଗୁରୁବାର ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗୁହାରି କରିଛନ୍ତି । ଆଜକୁ ୩୦ ବର୍ଷ ହେଲା ତାଙ୍କ ପୁଅ ତାଙ୍କୁ ପଚାରୁନି । ସ୍ୱାମୀ ଙ୍କ ଭତ୍ତା ଟଙ୍କା ଓ ରାସନ କାର୍ଡରୁ ଯେଉଁ ୫କେଜି ମିଳୁଥିବା ଚାଉଳ ରେ ହିଁ ସେମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି । ପାଣ୍ଡିଆ ଗ୍ରାମର ଆଡ୍ଡା ଆମାଇଙ୍କୁ ବୟସ ୭୦ ଟପିଥିଲେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ । ଏନେଇ ସେମାନେ ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ଜଣାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ । ଯାହାଫଳରେ ସେମାନେ ବାଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ହଠାତ୍ ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତଙ୍କୁ ଭେଟି କାନ୍ଦି କାନ୍ଦି ନିବେଦନ କରିଛନ୍ତି । ସେ ତାଙ୍କ ସ୍ୱାମୀ ଆଡ୍ଡା ଚିନ୍ନାଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଓ ରାସନ କାର୍ଡରୁ ମିଳୁଥିବା ଚାଉଳରେ ଚଳିବା ସମ୍ଭବପର ହେଉନଥିବାରୁ ବୃଦ୍ଧା ଦମ୍ପତ୍ତି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀ ମହାନ୍ତ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଆଡ୍ଡା ଆମାଇଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ପୁରୁଷୋତ୍ତମପୁର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.