ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମନିଯୁକ୍ତି ସଚେତନତା କାର୍ଯ୍ୟକ୍ରମ…

ଫୁଲବାଣୀ : ଓଡିଶା ସରକାରଙ୍କ MSME ବିଭାଗ ତରଫରୁ ଜିଲ୍ଲା ଶିଳ୍ପ କେନ୍ଦ୍ର ସହଯୋଗରେ ଚକାପାଦ ବ୍ଲକର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଙ୍କରାଖୋଲ ଠାରେ ଆତ୍ମନିଯୁକ୍ତି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫୁଲବାଣୀ ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ରର ଶିଳ୍ପ ବିକାଶ ଅଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇଥିବା ବେଳେ
ସାମାଜିକ କର୍ମୀ ଗୋକୁଳ କୃଷ୍ଣ ପଟ୍ଟନାୟକ, ଶଙ୍କରାଖୋଲ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ମନରଞ୍ଜନ ପତ୍ରୀ , ସ୍ଥାନୀୟ ଟିକାବାଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଓ ରାଜନୀତି ବିଜ୍ଞାନର ବରିଷ୍ଟ ଅଧ୍ୟାପକ ବନମାଳୀ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମରେ କ୍ଷୁଦ୍ର ଉଦ୍ୟୋଗ ସ୍ଥାପନ ସମ୍ଵନ୍ଧୀୟ ମିଳୁଥିବା ସରକାରୀ ପ୍ରୋସାହନ ଓ ଅନ୍ୟାନ୍ୟ ସୁବିଧା, ବ୍ୟାଙ୍କ ରୁଣ, ଆତ୍ମନିଯୁକ୍ତି ସମ୍ବନ୍ଧରେ ଆଲୋଚନା କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ ସଭାରେ ସଭାପତିତ୍ବ କରିବା ସହିତ ଭବିଷ୍ୟତରେ ଜଣେ ଜଣେ ସଫଳ ଉଦ୍ୟୋଗୀ ହେବ ପାଇଁ ପିଲାମାନଙ୍କୁ ଉଛାହିତ କରିଥିଲେ । ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡଃ ବାବୁଲା ପାଟଜୋଶୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ଉପସ୍ଥିତି ଓ ସହଯୋଗ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

nis-ad
Leave A Reply

Your email address will not be published.