କୁଆଁରମୁଣ୍ଡା ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଲିଯାଇଛ…

କୁଆଁରମୁଣ୍ଡା : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଟି ପଡିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫର୍ଶିଂ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜିଲ୍ଲାର ବିଭିନ୍ନ ୧୭ଟି ବ୍ଲକ ରେ ୧୩୯କୋଟି ୫୦ଲକ୍ଷ ଟଙ୍କା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ଲକ୍ଷ ଟଙ୍କା ବ୍ୟୟରେ ୩ହଜାର ୧୬ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକୁ 5T ଅଧ୍ୟକ୍ଷ ଭିକେ ପଣ୍ଡିୟନ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ସେଥି ମଧ୍ୟରୁ କୁଆଁରମୁଣ୍ଡା, ନୂଆଗାଁ ଓ ବୀରମିତ୍ରପୁର ଠାରେ ଶିକ୍ଷାର ଉନ୍ନତି ପାଇଁ ଡିଗ୍ରୀ କଲେଜ ର ଘୋଷଣା କରିବା ସହ ବୀରମିତ୍ରପୁର ସ୍ଥିତ ଶ୍ରମଶକ୍ତି ମହାବିଦ୍ୟାଳୟ ର ଉନ୍ନତିକରଣ ପାଇଁ ୧କୋଟି ଟଙ୍କା ଘୋଷଣା କରିଥିଲେ। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ କୁଆଁରମୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ ଗଙ୍ଗାଧର ବୁଡେକ୍ ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର, କୁଆଁରମୁଣ୍ଡା ବ୍ଲକ ଅଧ୍ୟକ୍ଷା ଜ୍ୟୋତି କେରକେଟା ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ସୁଚାରୁ ରୁପେ ଆୟୋଜନରେ କୌଣସି ଅପ୍ରୀତିକର ପରସ୍ଥିତି ନଉପୂଜେ ତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହାକୁ ତଦାରଖ କରିଥିଲେ କୁଆଁରମୁଣ୍ଡା ତହସିଲଦାର ଚନ୍ଦ୍ରଜିତ ବେହେରା ଜିଲ୍ଳାର ପୋଲିସ ପୂର୍ଣ୍ଣ ସହଯୋଗ କରିଥିଲେ।କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫ହଜାର ରୁ ଅଧିକ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ।

nis-ad
Leave A Reply

Your email address will not be published.