ଦାରିଙ୍ଗବାଡ଼ିଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଦାରିଙ୍ଗବାଡ଼ି, ୦୬/୧୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସ୍ଥିତ ମିନି ଷ୍ଟାଡିୟମ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଭରଚୁଆଲ ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି. କେ.ପଣ୍ଡିଆନ କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରେ ମଞ୍ଜୁରି ପାଇଥିବା ବିଭିନ୍ନ ପ୍ରକଳ୍ପର ସୂଚନା ଦେଇ ବାର୍ତ୍ତା ରଖିଥିଲେ । ଏହା ପରେ ଜିଲ୍ଲାର ବିଭିନ୍ନ ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦାରିଙ୍ଗବାଡ଼ି ବ୍ଳକରେ ଏହି କାର୍ଯ୍ୟକ୍ରମକୁ ବିଡ଼ିଓ ଗଦାଧର ପାତ୍ରଙ୍କ ତତ୍ତ୍ୱାବଧାନରେ ପରିଚାଳନା ହୋଇଥିଲା ବେଳେ ବ୍ଳକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ସିଧାସଳଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିଜ ବକ୍ତ୍ୟବ ରଖି ସୂଚନା ରଖିଥିଲେ। ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୧୨ କୋଟି ୫୦ଲକ୍ଷ ଟଙ୍କା ଓ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ତଥା ହାତୀମୁଣ୍ଡା ଗ୍ରାମ ପଞ୍ଚାୟତର ତାମାଙ୍ଗି ସ୍ଥିତ ଋଷିମାଳ ବାରୁଣୀ, ଦାସିଙ୍ଗବାଡ଼ିର ମିଦୁବାନ୍ଧା ଜଳପ୍ରପାତ, କଫିବଗିଚାର ଉନତିକରଣ ଭଳି ବିଭିନ୍ନ ପ୍ରକଳ୍ପରେ ଅନୁଦାନ ୧୭କୋଟି ଟଙ୍କାର ମଞ୍ଜୁର କରିଥିବାରୁ ବ୍ଲକର ଜନ ସାଧାରଣଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

nis-ad
Leave A Reply

Your email address will not be published.