ଧରାକୋଟ ବ୍ଲକ ରେ ମରୁଡି ଆଶଙ୍କା, ଚାଷୀ ଆତଙ୍କିତ !

ବ୍ରହ୍ମପୁର : ଦୀର୍ଘ ଦିନ ହେଲା ବର୍ଷା ନାହିଁ। ନଦୀ, ଗାଡିଆ,ପୋଖରୀ ସମେତ ଜଳଉତ୍ସ ସବୁ ଶୁଖିଲା ପଡ଼ିଛି। ଆରମ୍ଭରୁ ବର୍ଷାର ଅନିୟମିତତା ଯୋଗୁଁ ବିଳମ୍ବରେ ବ୍ଲକର ଅଠର ଗୋଟି ପଞ୍ଚାୟତ ରେ ରୁଆ ବେଉଷଣ କାମ ଆରମ୍ଭ ହୋଇଥିଲା । ପ୍ରଥମରୁ ମନରେ ଗଭୀର ଆତ୍ମବିଶ୍ବାସ ରଖି ଚାଷ କାମରେ ମତିଥିବା ଚାଷୀ ସଂପ୍ରତି ମରୁଡି ଆଶଙ୍କା ରେ ଚିନ୍ତାଗ୍ରସ୍ତ ହୋଇପଡିଛି। ବର୍ଷକର ଅର୍ଜନ ଆଖି ଆଗରେ ଜଳି ପୋଡ଼ିଯିବାକୁ ବସିଛି। କିପରି ପରିବାର ପ୍ରତିପୋଷଣ କରିବେ ସେଥିପାଇଁ ଚିନ୍ତାରେ ପଡିଛନ୍ତି ଚାଷୀକୁଳ । ବ୍ଲକର ସିଙ୍ଗିପୁର, ଝାଡବନ୍ଧ, ଝରପାରୀ, ବାହାରପୁର, ରୁଗୁମୁ, ଓଳମ୍ବା,ବଳରାମ ପୁର, ସାବା, ମାଣିକପୁର, ବରଡାବିଲି,ଧରାକୋଟ ଆଦି ପଞ୍ଚାୟତ ରେ ପୁଡ଼ା ହୋଇଥିବା ଧାନ ଫସଲ ଜଳିଯିବା ସହ ଜମି ଫାଟି ଆଁ କଲାଣି । ଏ ସମ୍ପର୍କରେ ବ୍ଲକ କୃଷି ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଥିବା ପ୍ରକାଶ କରିଛନ୍ତି। ସେହିପରି ରାଜସ୍ବ ବିଭାଗ ସହ ଯୋଗାଯୋଗ ବେଳେ ସରକାରୀ ନିର୍ଦ୍ଦେଶ ପ୍ରକାରେ ରିପୋର୍ଟ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏଣୁ ସରକାର ତୁରନ୍ତ କ୍ଷୟକ୍ଷତି ର ଉପଯୁକ୍ତ ଆକଳନ କରି କୃଷି ଋଣ ଛାଡ ସହ ବୀମାଭୁକ୍ତ ଜମି ପାଇଁ କ୍ଷତି ପୂରଣ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.