ବାରାହା ଶିକାର ପାଇଁ ବିଛାଇ ଥିବା ବିଦୁତ୍ ତାରରେ ଲାଗି ଯୁବକଙ୍କ ମୃତ୍ୟୁ , ୧୨ ଦିନ ପରେ ପୋତିଥିବା ଶବ ଉଦ୍ଧାର କଲେ ପୋଲିସ୍

କାଶିପୁର : ବିଶେଶ୍ୱର ମାଝୀ ଗତ ଅକ୍ଟବର ୨୦ ତାରିଖରୁ ନିଖୋଜ ଥିବା ନେଇ ପରିବାର ଓ ଗ୍ରାମ ବାସୀ ଗାଁ ଆଖ ପାଖ ଅଞ୍ଚଳରେ ୫ ଦିନ ଖଜା ଖଜି କଲା ପରେ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ କାଶିପୁର ଥାନାରେ ଦେଇଥିଲେ । ଏହି ଦୁଃଖଦ ଘଟଣା ଟି ଘଟିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ପଞ୍ଚାୟତ ମହତ୍ ପୁଟ ଖୁରୀ ଗ୍ରାମରେ । ସୁନା ମାଝୀ ଙ୍କ ଗୋଟିଏ ମାତ୍ର ପୁଅ ବିଶେସ୍ୱର ମାଝୀ , ତାଙ୍କ କୁଣିଆ ଘର କୁ ଯାଇ ସନ୍ଧ୍ୟା ସମୟ ରେ ଫେରୁଥିବା ବେଳେ ବାରାହା ଶିକାର ପାଇଁ ବିଛାଇ ଥିବା ବିଦୁତ୍ ତାରରେ ଲାଗି ତାଙ୍କର ମୃତ୍ୟୁ ହେଲା ପରେ ତାଙ୍କୁ ପ୍ରମାଣ ନଷ୍ଟ ପାଇଁ ଗାତ ଖଳି ପୋତି ଦେଇଥିବା ବେଳେ କାଶିପୁର ପୋଲିସ୍ ଓ ଟିକିରି ପୋଲିସ୍ ଗାଁ କୁ ଯାଇ ତଦନ୍ତ କଲାପରେ ସନ୍ଧେହ ହେବାରୁ ସେହି ଗ୍ରାମର ଦୁଇ ଜଣକୁ କାଶିପୁର ଥାନରେ ଅଟକ ରଖି ପଚରା ଉଚରା କରିଥିଲେ , ଅଟକ ଥିବା ଦୁଇଜଣ ସେହି ସମୟ ରେ ପୋଲିସ୍ କୁ ସତ କଥା ପ୍ରକାଶ କରିଥିଲେ ।ରାୟଗଡା ଏସ,ପି ଙ୍କ ନିର୍ଦେଶ କ୍ରମେ ଆଜି ଟିକିରି ଓ କାଶିପୁର ପୋଲିସ୍ ମିଳିତ ଉଦ୍ୟମରେ ଘଟଣା ସ୍ଥଳରେ ପହଞ୍ଚି ପୋତା ଯାଇଥିବା ଶୋବ ଟିକୁ ଉଦ୍ଧାର କରିବା ପରେ ସବ ବ୍ୟବଚ୍ଛେଦ ପାଇଁ କାଶିପୁର ପଠାଇବା ପାଇଁ ସେହି ସବକୁ ନିଜେ ଟିକିରି IIC ଏବଂ ତାଙ୍କ ସହଯୋଗୀ ମିଶି ଆମ୍ବୁ ଲାନସ ରେ ଟେକି ଥିଲେ। ପୁଣିଥରେ ଟିକିରି IIC ଙ୍କ ମହାନତା ପାଇଁ ସମସ୍ତ ଙ୍କ ମନରେ ଚର୍ଚ୍ଚା ହୋଇଛନ୍ତି ।ଶୋବ ବ୍ୟବଚ୍ଛେଦ ପରେ ପୋରିବାରୁ ଲୋକଙ୍କୁ ହସ୍ତାନ୍ତର କରାଯିବା ସୁଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.