ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ସମୀକ୍ଷା କଲେ ଗଜପତି ଦିବ୍ୟସିଂହ ଦେବ

gajj

ପୁରୀ : ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । କାର୍ଯ୍ୟର ଅଗ୍ରଗତି ଏବଂ କେବେ ସରିବ , ସେ ନେଇ ଆଲୋଚନା କରିଛନ୍ତି  । ମହାପ୍ରଭୂଙ୍କର ପ୍ରମୋଦ ଉଦ୍ୟାନ , ଜଗନ୍ନାଥବଲ୍ଲଭ ପାର୍କିଂ କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଛନ୍ତି  । ଶ୍ରୀସେତୁ ପ୍ରକଳ୍ପ ମଧ୍ୟ ବୁଲି ଦେଖିଛନ୍ତି  । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଜିଲ୍ଲାପାଳ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ ।

ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପରେ ଗଜପତି ମହାରାଜା କହିଛନ୍ତି ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ହେବ  ।  ଏହି ପ୍ରକଳ୍ପକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଜାନୁଆରୀ ୧୨ ତାରିଖରୁ ୫ଦିନ ଧରି ହୋମଯଜ୍ଞ ହେବ । ପରେ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ହେବ  । ୨୦୨୧ ଡିସେମ୍ବର ୨୧ ତାରିଖରେ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ  । ଏବଂ ଡିସେମ୍ବର ୨୪ ତାରିଖରେ ଶେଷ ହୋଇଥିଲା ।

nis-ad
Leave A Reply

Your email address will not be published.