ଆସନ୍ନ ନିର୍ବାଚନ ସମୟରେ ସୀମାନ୍ତରେ ମାଓବାଦୀଙ୍କ ତାଣ୍ଡବ…

ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡ ର ସୁକମା ଜିଲ୍ଲା ରେ ମାଓବାଦୀଙ୍କ ଅଗ୍ନିକାଣ୍ଡ l ଛତିଶଗଡ ରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ବସ୍ତରରେ ମାଓବାଦୀଙ୍କ ଗତିବିଧି ତୀବ୍ର ହୋଇଛି l ସୂଚନା ଅନୁଯାଇ ସୁକମା ଜିଲ୍ଲାର କୋଣ୍ଟା ଅଞ୍ଚଳର ସପ୍ତାହିକ ବଜାରରୁ ଗ୍ରାମବାସି ମାନକୁ ନେଇ ଦୁଇଟି ଟାଟା ମେଜିକ ଗାଡି ଫେରୁଥିବା ସମୟରେ ବେଲପାଞ୍ଚ ରେ ଦୁଇଟି ଗାଡିକୁ ଶସସ୍ତ୍ର ମାଓବାଦୀମାନେ ଅଟକାଇ ନିଆଁ ଲଗାଇ ସମ୍ପୂର୍ଣ ରୂପେ ପୋଡିଦେଇଛନ୍ତି l ଏଥିରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନଥିବା ବେଳେ ବିଧାନସଭା ନିର୍ବାଚନକୁ ବହିଷ୍କାର କରିବା ପାଇଁ ଏଭଳି ଅଗ୍ନିକାଣ୍ଡ ଘଟାଇ ଥିବା ଏକ ହାତ ଲେଖା ଚିଠିରେ ଉଲେଖ ରହିଛି ଯାହାକୁ ମାଓବାଦୀ ସଂଗଠନର କୋଣ୍ଟା ଏରିଆ କମିଟି ଘଟଣା ସ୍ଥଳରେ ଛାଡି ଚାଲି ଯାଇଛନ୍ତି l ଛତିଶଗଡର ବସ୍ତରର ୧୨ ଟି ବିଧାନସଭା ଆସନ ମଧ୍ୟରୁ କୋଣ୍ଟା ବିଧାନସଭା ସର୍ବାଧିକ ନକ୍ସଲ ପ୍ରଭାବିତ ଅଞ୍ଚଳ ଅଟେ l ଶୁକ୍ରବାର ଦିନ ଘଟଣା ସ୍ଥଳରେ ସୁରକ୍ଷା ବାହିନୀ ଯବାନମାନେ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସ୍ଥଳରେ ସର୍ଚିଙ୍ଗ ଅପେରସନ ଚଳାଇଥିବା ଜଣାପଡ଼ିଛି l

nis-ad
Leave A Reply

Your email address will not be published.