ହିଞ୍ଜିଳିକାଟୁ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ, ୧୦ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ୨୩୦ ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ (୨/୧୧) : ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଗୁରୁବାର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ହିଞିଳିକାଟୁ ବ୍ଳକ ରେ ୧୦ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ୨୩୦ ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ଗାଁ ଠୁ ସହର ସବୁଠି ବିକାଶର କାର୍ଯ୍ୟ ତ୍ୱରାନ୍ୱିତ ହେବ l
ଗାଁ କୁ ସଶକ୍ତ କରିବ ଓ ଗାଁ ହେବ ଓଡିଶାର ପରିଚୟ l ଗାଁରେ ହେବ ବିକାଶର ନୁଆଁ ମନ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ସହ ପଞ୍ଚାୟତକୁ ଦିଆଯାଇଥିବା ଅନୁଦାନକୁ ସଠିକ ବିନିମୟ କରିବକୁ ପରାମର୍ଶ ଦେଇଛନ୍ତିl ହିଞିଳିକାଟୁ ବ୍ଳକ ଅଧ୍ୟକ୍ଷ ସରସ୍ଵତୀ ସେଠି ନିଜର ଅଭିଭାଷଣ ରେ ମୁଖ୍ୟମନ୍ତ୍ରୀ ଏବଂ 5 ଟି ଅଧ୍ୟକ୍ଷ ଙ୍କୁ ଧନ୍ୟବାଦ ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଭି କିର୍ତ୍ତିଭାସନ, ହିଞିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା,ହିଞିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ହିଞିଳିକାଟୁ ପୌରପରିଷଦ ଵିଜେଡି ନଗର ସଭାପତି ଭୀମସେନ ବେହେରା, ହିଞିଳିକାଟୁ ବ୍ଳକ ଵିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ରାଜ୍ୟ ଵିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ନୀଳମଣି ପଟ୍ଟନାୟକ ,ସଂଜୟ କୁମାର ପଣ୍ଡା,ମନୋଜ କୁମାର ସାଵତ‌, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ପ୍ୟାରୀମୋହନ ପାଢି,ଅଜୟ କୁମାର ମହାରଣା, ପ୍ରଦୀପ କୁମାର ପଣ୍ଡା ,ଙ୍କ ସମେତ ମିଶନଶକ୍ତି ଓ ହଜାର ହଜାର ମହିଳା ମାନେ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.