ଗମନା ଗମନ ସୁବିଧାରୁ ବଞ୍ଚିତ ମୁଣ୍ଡାମା ଗ୍ରାମବାସୀ। ଶତାଧିକ ମହିଳା ପୁରୁଷ ରାସ୍ତା ପାଇଁ ଅଣ୍ଟା ଭିଡି଼ଲେ

ଦାରିଙ୍ଗବାଡ଼ି, ୦୨/୧୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ପଞ୍ଚାୟତ ଅଧିନସ୍ତ ଗଡମା ରାଜସ୍ୱ ଗ୍ରାମର ପଡା ଗ୍ରାମ ମୁଣ୍ଡାମା। ସ୍ବାଧୀନତାର ୭୬ବର୍ଷ ପରେବି ଗମନା ଗମନ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ଏହିଗ୍ରାମ ବାସୀ। ପାହାଡ଼ ତଳେ ଏହି ଗ୍ରାମ ବସତି ରହିଛି। ଏହି ଗାଁରେ ୪୨ ଆଦିବାସୀ ପରିବାରର ପ୍ରାୟ ଦୁଇଶହ ଜନସଂଖ୍ୟା ଅଟେ। ରାଜସ୍ୱ ଗ୍ରାମ ଗଡମା ଯାଏ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରହିଛି। ହେଲେ ମୁଣ୍ଡାମା ଗ୍ରାମବାସୀ ଖରା ବର୍ଷା ଶୀତରେ ବିଲ ହିଡରେ ଯିବା ଆସିବା କରି ଆସୁଛନ୍ତି। ରାସ୍ତା ନଥିବାରୁ ଗ୍ରାମ ବାସୀ କୃଷିଜାତ ଜିନିଷ ସହିତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁ ମୁଣ୍ଡ ବୁଝେଇ କରି ନେବା ଆଣିବା କରୁଥିବା ଗ୍ରାମ ବାସୀ ସୂଚନା ପ୍ରଦାନ କରିଛନ୍ତି। ରାସ୍ତା ନଥିବାରୁ ସ୍କୁଲ କଲେଜ ପଢ଼ା ପିଲା ମାନେ ବିଲ ହିଡରେ ପ୍ରତିଦିନ ଯିବା ଆସିବା କରୁଛନ୍ତି। ହେଲେ ବର୍ଷା ଦିନରେ ପାଠ ପଢା ପିଲା ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଜଣା ପଡ଼ିଛି। ସେହିଭଳି ମୁଣ୍ଡାମା ଗ୍ରାମର କିଛି ପରିବାର ଏହି ବର୍ଷ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଛନ୍ତି ସତ, ରାସ୍ତା ନଥିବାରୁ କିପରି ବାଲି, ସିମେଣ୍ଟ ସହିତ ଅନ୍ୟାନ୍ୟ ଉପକରଣ ନେଇଁ ଘର କରିବେ ସେହି ନେଇଁ ସେମାନେବି ବିଶେଷ ଚିନ୍ତିତ ରହୁଥିବା ଜଣା ପଡ଼ିଛି। ରାସ୍ତ ଖଣ୍ଡିକ ପାଇଁ ପଂଚାୟତ ଓ ବ୍ଲକ ପ୍ରଶାସନଙ୍କୁ ବହୁ ବର୍ଷରୁ ଲିଖିତ ଭାବେ ଜଣାଇ ଆସୁ ଥିଲେବି କୌଣସି ସୁଫଳ ପାଇନଥିବା ଗ୍ରାମବାସୀ କହିଛନ୍ତି। ଏଣୁ ବାଧ୍ୟ ହୋଇ ମୁଣ୍ଡାମା ଗ୍ରାମର ଶତାଧିକ ମହିଳା ପୁରୁଷ ଏକ ଜୁଟ ହୋଇ ନିଜ ଗାଁକୁ ନିଜସ୍ୱ ପାରିଶ୍ରମିକରେ ରାସ୍ତା ନିର୍ମାଣ କରିବାକୁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି।ସ୍ବାଧୀନତାର ୭୬ ବର୍ଷ ପରେବି, ଗ୍ରାମାଞ୍ଚଳରେ ଗମନା ଗମନର ସୁବିଧା ନାହିଁ। ଏଣୁ ମୁଣ୍ଡାମା ଗ୍ରାମ ବାସୀଙ୍କ ଗମନା ଗମନର ସୁବ୍ୟବସ୍ଥା କରିବାକୁ ଯାଇ ବ୍ଲକ ଓ ଜିଲା ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ସମେତ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

nis-ad
Leave A Reply

Your email address will not be published.