ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ଚୋରା ବାଲି ଘାଟ ଉପରେ ଲଗାମ ନାହିଁ : ନେତା, ଅଧିକାରୀ ଙ୍କ ମିଲି ଭଗତ ରେ ଚାଲିଛି ଚୋରା ବାଲି ଚାଲାଣ… !


ହିଞ୍ଜିଳି // ବ୍ରହ୍ମପୁର:୨-୧୧ ଗଞ୍ଜାମ ଜିଲ୍ଲାର ଚୋରା ବାଲି ର ସମ୍ରାଟ କୃପାସିନ୍ଧୁ ମୁଦୁଲି କୁ ପୋଲିସ ଗିରଫ କରିଛି। ବର୍ତ୍ତମାନ ସମ୍ରାଟ ର ଇଶାରା ରେ ଚାଲିଥିବା ବାଲି ଘାଟ କେତେକ ସ୍ଥାନରେ ବନ୍ଦ ରହିଛି। ସବୁ ବାଲି ମାଫିଆ ସତର୍କତା ଅବଲମ୍ବନ କରୁଥିବା ବେଳେ ଏବେ ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ର ଶିକିରି,ନନ୍ଦିକ, ପୁଟିଆ ପଦର, ଋଷିକୂଲ୍ୟା ନଦୀ ଘାଟରୁ ଓ ଘୋଡ଼ା ହାଡ଼ ନଦୀ ଘାଟ ର ଚାନ୍ଦୁଲି ରୁ ଏହି ଭଳି ଵ୍ରହ୍ମଣ ଛାଇ, ଖରିଡା, କାଞ୍ଜିଆମ୍ମା ଏହି ସବୁ ଚୋରା ବାଲି ଘାଟ ରୁ ଦୈନିକ ସହ ସହ ଟ୍ରାକ୍ଟର ରେ ବାଲି ଚାଲାଣ ହେଉଛି।ଏହି ଚୋରା ବାଲି ଚାଲାଣ ରେ କେତେକ ସରପଞ୍ଚ ଓ ତାଙ୍କ ସମ୍ପର୍କୀୟ ମାନେ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି। ଏହି ଚୋରା ବାଲି କୁ ସ୍ଥାନୀୟ ଅଧିକାରୀ ଙ୍କ ଆଶିର୍ବାଦ ରହିଥିବା ଯୋଗୁଁ ନିର୍ବାଚିତ ପ୍ରତିନିଧି ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଚର୍ଚ୍ଚା ହେଉଛି।ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ଅଧିକାଂଶ ଅଧିକାରୀ ଓ ବଡ଼ ବାବୁ ମାନେ ଦୁର୍ନୀତି ର ସିଂହାସନ ରେ ବସିଥିଲେ ମଧ୍ୟ ତାଙ୍କ ପ୍ରତି ଖଣ୍ଡି ନେତା ଙ୍କ ସହଯୋଗ ରହିବା ନେଇ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ କୁ ନିଜେ ଗଞ୍ଜାମ ଏସ.ପି ଜେରା କରୁଥିବା ଯୋଗୁଁ ହିଞ୍ଜିଳି ର ମଧ୍ୟ ଗୁମର ଖୋଲିବାକୁ ଅଞ୍ଚଳର ସଚେତନ ନାଗରିକ ମାନେ ଦାବୀ କରୁଛନ୍ତି। ସରକାରୀ କାଗଜ କଲମ ରେ ଯେତିକି ବାଲି ଘାଟ ଦିଆଯାଇଛି, ତା ଠାରୁ ମାତ୍ରାଧିକ ଚୋରା ବାଲି ଘାଟରୁ ଖୁଲାମ ଖୁଲା ବାଲି ଚାଲାଣ ହେଉଛି। ଏହି ଚୋରା ବାଲି ଚାଲାଣ ଯୋଗୁଁ ଗ୍ରାମାଞ୍ଚଳ ରେ ଛୋଟ ବଡ଼ ଗଣ୍ଡ ଗୋଳ ହେଉଥିବା ନଜିର ରହିଛି। ଗଞ୍ଜାମ ଜିଲ୍ଲା ପାଳ ଓ ଏସ.ପି ଏହି ଚୋରା ବାଲି ଘାଟ ଉପରେ ଚଢ଼ାଉ କରିବାକୁ ସାଧାରଣ ରେ ଦାବୀ ହେଉଛି।

nis-ad
Leave A Reply

Your email address will not be published.