6 ଲକ୍ଷ ଟଙ୍କା ଲାଞ୍ଚ ନେଇ ଲାଞ୍ଚୁଆ କନଷ୍ଟେବଳ ଗିରଫ

ଫୁଲବାଣୀ – ବୌଦ୍ଧ ଜିଲ୍ଲା ବଘିଆପଡ଼ା ଗ୍ରାମରେ ଚାଲିଥିବା ବେଆଇନ୍ ଗଞ୍ଜେଇ ଗଛନ କାଟିବା ପାଇଁ ଗ୍ରାମବାସୀ ମାନଙ୍କ ଠାରୁ 6 ଲକ୍ଷ ଟଙ୍କା ଲାଞ୍ଚ ନେଉଥ‌ିବା ମାମଲାରେ ବୌଦ୍ଧ ଜିଲ୍ଲା ଏସ୍ ପିଙ୍କ ସ୍ବତନ୍ତ୍ର ୱାଡ଼ର କନଷ୍ଟେବଳ ହରିଶ୍ଚନ୍ଦ୍ର ସାହୁଙ୍କୁ ଫୁଲବାଣୀ ଭିଜିଲାନ୍ସ ଆଜି ଗିରଫ କରିଛି l ଫୁଲବାଣୀ ଭିଜିଲାନ୍ସ ଡିଏସ ପି ହେମନ୍ତ କୁମାର ମହାନ୍ତି, ବୌଦ୍ଧ ଡିଏସପି ସୁରେଶ କୁମାର କହଁରଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଭିଜିଲାନ୍ନ ଟିମ ତାଙ୍କୁ ବଘିଆପଡ଼ା ଫାଣ୍ଡି ନିକଟରୁ ଟଙ୍କା ସହିତ ଗିରଫ କରିଥିବା ସୂଚନା ମିଳିଛି l ଗିରଫ କରିବା ପରେ ଭିଜିଲାନ୍‌ସ ଅଧିକାରୀ ମାନେ ପଚରା ଉଚରା କରୁଛନ୍ତି । ଏ ନେଇ ଭିଜିଲାନ୍‌ସ ବିଭାଗ ପକ୍ଷରୁ ସୂଚନା ମିଳିଛି l

nis-ad
Leave A Reply

Your email address will not be published.