ଏସୟୁଜେ ଓଡ଼ିଶା କନ୍ଧମାଳ ଜିଲ୍ଲା ବୈଠକ ଓ ବନ୍ଧୁମିଳନ…


ଫୁଲବାଣୀ ତା୦୧.୧୧: ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଓଡ଼ିଶା କନ୍ଧମାଳ ଜିଲ୍ଲାର ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଲବ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଘର ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସୟୁଜେ ଓଡ଼ିଶା ର ଲକ୍ଷ୍ୟ ଆଭିମୁଖ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ରାଜ୍ୟ ଉପସଭାପତି ସମରେଶ ମିଶ୍ର, ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ହେମାଙ୍ଗ ପ୍ରସାଦ ରାଉଳ, ରାଜ୍ୟ ଯୋଗାଯୋଗ ମୂଖ୍ୟ କାର୍ଯ୍ୟନିର୍ବାହୀ ଶଶିଭୂଷଣ ଷଡ଼ଙ୍ଗୀ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କ ସ୍ଵାର୍ଥ ରକ୍ଷା ଓ ସୁରକ୍ଷା ନିମନ୍ତେ ଏସୟୁଜେ କିପରି ଅହରହ କାର୍ଯ୍ୟ କରୁଛି ସେ ସମ୍ପର୍କରେ ସୂଚନା ରଖିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିମଳ କୁମାର ନାୟକ ଜିଲ୍ଲା ଓ ରାଜ୍ୟ ରେ ସଂଗଠନ ର କାର୍ଯ୍ୟକ୍ରମ ନେଇ ବକ୍ତବ୍ୟ ରଖିଥିଲେ। ଆଗାମୀ ଦିନରେ ସଭ୍ୟ ସଂଗ୍ରହ ଅଭିଯାନ କୁ ବ୍ୟାପକ କରିବାପାଇଁ ସେ ଉପସ୍ଥିତ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଜିଲ୍ଲା ର ବରିଷ୍ଠ ସଭ୍ୟ ଶିବାନନ୍ଦ ପଟ୍ଟନାୟକ ଙ୍କୁ ଆବାହକ ଓ ପ୍ରଶାନ୍ତ କୁମାର ପଣ୍ଡା ଙ୍କୁ ଉପ ଆବାହକ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଏମାନଙ୍କୁ ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ସହଯୋଗ କରିବେ ଏବଂ ଆଗାମୀ ଏକ ମାସ ମଧ୍ୟରେ ଜିଲ୍ଲା ର ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ଫୁଲବାଣୀ ବନ ବିଭାଗର ସହଯୋଗ ରେ ରାଜ୍ୟ ସଭାପତି କୈଳାଶ ନାୟକ ଙ୍କ ନେତୃତ୍ୱ ରେ ଫୁଲବାଣୀ କୋର୍ଟ ପରିସର ମୁଖ୍ୟ ରାସ୍ତାରେ କିଛି ଏସ ୟୁ ଯେ ପକ୍ଷରୁ ବୃକ୍ଷ ରୋପଣ ମଧ୍ୟ କରା ଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ଅଜିତ ମହାରଣା, ସାଗର ପ୍ରଧାନ, ରମେଶ ନାୟକ, ଆଦିତ୍ୟ ତ୍ରିପାଠୀ,ତ୍ରିପାଠୀ, ପ୍ରଶାନ୍ତ ଜେନା, ଅକ୍ଷୟ ନାୟକ, ରଞ୍ଜନ ଦାସ,ଆକୁଳାନନ୍ଦ ଦିଗଲ, ଗଣେଶ ନାୟକ,ଯୋଶେପ ଦିଗଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଶିବାନନ୍ଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.