ଚୌକିକୁ ସୁରକ୍ଷିତ ରଖିବା ପାଇଁ ପାଣ୍ଡିଆନ କୁ ଆମନ୍ତ୍ରଣ କରୁଛନ୍ତି ନେତା…!

ନଇଁ ନଦେଖୁଣୁ ଲଙ୍ଗଳା….!


ଭୁବନେଶ୍ୱର: ସ୍ବେଚ୍ଛା କୃତ ଅବସର ପରେ ଏବେ ଦୁଇ ଦୁଇ ଟି ଦାୟିତ୍ୱ ରେ ଥିବା ଭି.କେ ପାଣ୍ଡିଆନ ଙ୍କୁ ବିଭିନ୍ନ ଜିଲ୍ଲା ର ନେତା ମାନେନିର୍ବାଚନ ଲଢ଼ିବା ପାଇଁ ଆମନ୍ତ୍ରଣ କରୁଛନ୍ତି। ନିଜର ଚୌକି ପ୍ରଥମେ ତା ପରେ ନିଜ ଅଞ୍ଚଳ ର ବିକାଶ କୁ ଆଳ କରି ଅଧିକାଂଶ ଜିଲ୍ଲାର ନେତା ମାନେ ନିର୍ବାଚନ ମଇଦାନ ରେପାଣ୍ଡିଆନ ଙ୍କୁ ଆସିବାକୁ ବୟାନଆରମ୍ଭ କରିଛନ୍ତି। ବୟାନ ବାଜିର ସର୍ବେ ଆଗରେ ଅଛନ୍ତି,ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଚ୍ୟାଉ ବାବୁ ବୋଲି ଏବେ ଚର୍ଚ୍ଚାରେ ଆସିଛନ୍ତି। ଶାସକ ଦଳର ନେତା ଙ୍କ କହିବା ଅନୁଯାୟୀ ପାଣ୍ଡିଆନ ବାବୁ ରାଜ୍ୟ ର ଯେ କୌଣସି କୋଣ ଅନୁକୋଣରେ ରେ ନିର୍ବାଚନ ଲଢ଼ିଲେ ସେ ନିଶ୍ଚିତ ବିଜୟ ହେବେ।ନଈ ନ ଦେଖୁନୁ …. ଭଳି ଏବେ ବହୁ ନେତା ବୟାନ ବାଜୀ କରୁଥିବ ସାମାଜିକ ଗଣମାଧ୍ୟମ ରେ ଦେଖିବାକୁ ମିଳିଛି।ପାଣ୍ଡିଆନ ପ୍ରଥମେ ବିଜେଡି ରେ ସାମିଲ ହେବେ ତା ପରେ କେଉଁ ନିର୍ବାଚନ ମଣ୍ଡଳୀ ରୁ ରାଜନୈତିକ ମଇଦାନରେ ରେ ଲମ୍ପ ମାରିବେ। ତାହାକୁ ଅପେକ୍ଷା ନ କରି ନେତା ମାନେ ଶସ୍ତା ରାଜନିତୀ କରୁଛନ୍ତି,ବୋଲି ବିରୋଧୀ କହୁଛନ୍ତି। ଯଦି ପାଣ୍ଡିଆନ ରାଜନିତୀ କୁ ଆସିଲେ ଲୋକେ କିପରି ଜଣେ ଅଧିକାରୀ ରୁ ନେତା ହୋଇଥିବା ନେତା ଙ୍କୁ ଗ୍ରହଣ କରୁଛନ୍ତି। ତାହାକୁ ଦେଖି ବିରୋଧୀ ଦଳ ରଣକୌଶକ ଆରମ୍ଭ କରିଦେଇ ଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଙ୍କ ଛାଇ ଛାଇ ରେ ରହି ବିଜେଡି ରେ ଅଦୃଶ୍ୟ ଶକ୍ତି ଭାବେ ଚାଣକ୍ୟ ଭୂମିକା ନିଭାଉ ଥିବା ପାଣ୍ଡିଆନ ବାବୁ ଙ୍କଆଗାମୀ ରଣନୀତି ର ଅପେକ୍ଷା ରେ ବିରୋଧୀ।ନବୀନ ବାବୁଙ୍କ ଉତ୍ତରାଧିକାରୀ ର ଭୂମିକା କାହାକୁ ମିଳୁଛି।ନବୀନ ବାବୁ କାହା ମୁଣ୍ଡରେ ସୁନା କଳସୀ ଢ଼ାଳିଲେ ସେ ବିଜେଡ଼ି ର ମୁଖିଆ ମୁକୁଟ କେବେ ପିନ୍ଧିବ ରାଜ୍ୟ ବାସୀ ଚାହିଁ ବସିଛନ୍ତି।

nis-ad
Leave A Reply

Your email address will not be published.