ଜିଲ୍ଲା ଆଦିବାସୀ ମହାସଂଘର ସମ୍ମିଳନୀ ଅନୁଷ୍ଠିତ

ମାଲକାନଗିରି (୨୯।୧୦) : ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଆଜି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସଦରରେ ଥିବା ଦଣ୍ଡକାରଣ୍ୟ ଖେଳ ପଡିଆ ପରିସରରେ ଜିଲ୍ଲା ଆଦିବାସୀ ମହାସଂଘର ସମସ୍ତ ନବ ଗଠିତ କର୍ମକର୍ତ୍ତା ଓ ସହ ସହ ସଂଖ୍ୟାରେ ସଦସ୍ୟ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଆଦିବାସୀ ମହାସଂଘର ନୂତନ କର୍ମକର୍ତ୍ତା ମାନେ ନିଜ ନିଜର ଦଇତ୍ଵ ନେଇ ଶପଥ ଗ୍ରହଣ କରିଥିଲେ । ପରେ ପରେ ଜିଲ୍ଲାରେ ଆଦିବାସୀଙ୍କ ବିକାଶ ପାଇଁ ଆବଶ୍ୟକୀୟ ଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରଯାଇଥିଲା । ଏଥିରେ ଜିଲ୍ଲା ଆଦିବାସୀ ମହାସଂଘର ସଭାପତି ବନ୍ଧୁ ମୁଦୁଲି, ସାଧାରଣ ସମ୍ପାଦକ ହରିବନ୍ଧୁ ଗୋଲରି, କୋଷାଧକ୍ଷ ଦେବେନ୍ଦ୍ର ଖିଲ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.