ବେଗୁନିଆପଡ଼ାରେ ବାଣ ପ୍ରସ୍ତୁତି ବେଳେ ଜଣେ ମୃତ ଜଣେ ଗୁରୁତର…..

ଏବେ ନଳବଣ୍ଟା ଗ୍ରାମ ବାରୁଦ ଗଦା ରେ..!

ବ୍ରହ୍ମପୁର : ବେଗୁନିଆପଡ଼ା ଥାନା ଜଗତ ସାହିରେ ବାଣ ପ୍ରସ୍ତୁତି ବେଳେ ବିସ୍ପୋରଣ ଘଟି ଜଣେ ମୃତ ଜଣେ ଗୁରୁତର ହୋଇଥିବା ଜଣାପଡିଛି।ମୃତକ ଜଣକ ହେଲେ ଜିତୁ ପ୍ରଧାନ ଗୁରୁତର ଜଣ ହେଲେ ରାଜା ପୋଲାଇ।ଆଗକୁ ଦୀପାବଳୀ କୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ରେ ଦେଶୀ ବାଣ ପ୍ରସ୍ତୁତି ଚାଲୁଛି।ଆଜି ସନ୍ଧ୍ୟା ରେ ବେଗୁନିଆପଡ଼ା ଥାନା ଇଲାକାର ଜଗତ ସାହି ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟିଛି। ପ୍ରକାଶ ଥାଉ କି ଗଞ୍ଜାମ ଜିଲ୍ଲାର ଆସିକା ଥାନା ଇଲାକାର ୫୯ ଜାତୀୟ ରାଜପଥ କଡ଼ରେ ଥିବା ନଳବଣ୍ଟା ଗ୍ରାମ ରେ ଦଶହରା ପୂର୍ବରୁ ଗାଁ ରେ ପିଲାରୁ ବୁଢ଼ା ବିଭିନ୍ନ ପ୍ରକାର ବାଣ ପ୍ରସ୍ତୁତି ରେ ଲାଗି ପଡନ୍ତି। ନଳବଣ୍ଟା ର ବାଣ ର ଚାହିଦା ଜିଲ୍ଲା ତଥା ରାଜ୍ୟ ବାହାରେ ରହିଛି। ଏଠାରୁ ବାଣ ପ୍ରସ୍ତୁତ ହୋଇ ରୀତିମତ ବିଭିନ୍ନ ଅଞ୍ଚଳ କୁ ଚାଲାଣ ହୁଏ। କେବଳ ଦୀପାବଳୀ ର ଦୁଇ ତିନି ଦିନ ପୂର୍ବରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯିବାର ନଜିର ରହିଛି। ନଳବଣ୍ଟା ଗ୍ରାମରେ ବହୁ ଧନ ଜୀବନ ନଷ୍ଟ ହୋଇଥିବା ର ନଜିର ରହିଛି। କିନ୍ତୁ ବାଣ ବ୍ୟବସାୟ ଓ ପ୍ରସ୍ତୁତି ରେ ଅଧିକ ଲାଭ ଆଶା ରେ ଏହି କାର୍ଯ୍ୟ ରେ ଶିଶୁ ଶ୍ରମିକ ଓ ନାବାଳକ ଙ୍କୁ ମଧ୍ୟ ନିୟୋଜିତ କରଯାଉଥିବା ଅଭିଯୋଗ ହେଉଛି। ଆଗକୁ ଦୀପାବଳୀ ଥିବା ଯୋଗୁଁ ବେଆଇନ ବାଣ ପ୍ରସ୍ତୁତି ଉପରେ ଲଗାମ ଲଗାଇବାକୁ ସଚେତନ ମୋହଲ ରୁ ଦାବୀ ହେଉଛି।

nis-ad
Leave A Reply

Your email address will not be published.