ଆସିକା ର ଜନୈକ ଅଧିକାରୀ ଯୁବତୀଙ୍କ ପଛରେ ବାୟା.. !

ଚାଲିଛି ଟୁଁଙ୍ଗୁରୁ ଭଳ ର ପାର୍ଟ ଟୁ ପ୍ରେମ କାହାଣୀ…!


ବ୍ରହ୍ମପୁର: ୨୭-୧୦ ଚୋରି ଚୋରି ଚୁପକେ ଚୁପକେ ମାୟା ରେ ବାୟା ଜଣେ ଆସିକା ଏନ ଏ ସି ର ଜନୈକ ବାବୁ ଏବେ ମାତିଛନ୍ତି,ବୋଲି ଚର୍ଚ୍ଚା ଜୋର ଧରିଛି। ମହିଳା କର୍ମଚାରୀ ଙ୍କ ପ୍ରତି ଦୁର୍ବଳତା ,ବାହାର କୁ ଭ୍ରମଣ ରେ ନେବା ଓ ସରକାରୀ ଗାଡ଼ିର ଅପବ୍ୟବହାର ହେଉଥିବା ମଧ୍ୟ ଚର୍ଚ୍ଚାକୁ ଆସିଛି। ଏହି ଘଟଣା ଏବେ ଦାଣ୍ଡ ରେ ପଡ଼ି ହାଟରେ ଗାଡିଲାଣି ହେଲେ ବାବୁଙ୍କ କାହା ପ୍ରତି ଭ୍ରୁକ୍ଷେପ ନାହିଁ। ସୋସିଆଲ ମିଡ଼ିଆ ରେ ବାବୁ ଙ୍କ ସହିତ ମହିଳା ଙ୍କ ଜନ୍ମଦିନ ଓ ବାହାର କୁ ବୁଲି ଯିବାର ଫୋଟ ମଧ୍ୟ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି।ବାବୁ ଙ୍କ କାରନାମା ସମ୍ପର୍କରେ ଅନ୍ୟ କର୍ମଚାରୀ ମାନେ ଅତିଷ୍ଠ ହେବା ସହ ବାବୁ ଆଳ ଦେଖାଇ ବିଭିନ୍ନ କାର୍ଯ୍ୟ ରେ ବାହାରକୁ ଡାକିଲେ ଯିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି ଅନ୍ୟ କର୍ମଚାରୀ ।ଏହି ବାବୁ କାହାକୁ ମଧ୍ୟ ଖାତିର କରୁନାହାନ୍ତି। ଅନେକ ସମୟରେ କାର୍ଯ୍ୟ ର ବାହାନା ଦେଖାଇ ଭୁବନେଶ୍ୱର ଯାଇ ରଙ୍ଗିଲା ବାବୁ ମଜା ନିୟନ୍ତି ବୋଲି ଶୁଣିବାକୁ ମିଳୁଛି l ଲୋକେ ଆସିକା ର ଟୁଁଙ୍ଗୁରୁ ଭଳ ପ୍ରେମ ବୋଲି କୁହା କୁହି ହେଲେଣି l ବର୍ତମାନ କିଛି କଣ୍ଟ୍ରାକ୍ଟର କୁ ହାତ ବାରିସୀ କରି ସରକାରୀ ଧନ କୁ ଆତ୍ମସାତ କରି ଏହି ପରି ରଙ୍ଗୀନ ଦୁନିଆ ରେ ମାତି ଛନ୍ତି l ସରକାରୀ କାର୍ଯ୍ୟ କୁ ଫୁ କରି ନିଜ ନୁଆଁ ନୁଆଁ ପ୍ରେମ ରେ ଉବୁଟୁବୁ l ଏପରିକି ସ୍ଥାନ କାଳ ପାତ୍ର ବି ଭୁଲି ଯାଉଛନ୍ତି ପ୍ରେମ ଅନ୍ଧ ସତ କିନ୍ତୁ ଜଣେ ପଦ ଅଧିକାରୀ ଙ୍କ ଏହି ଭଳି କାର୍ଯ୍ୟକୁ କେବଳ ନିଜ ଅଫିସ କର୍ମଚାରୀ ନୁହନ୍ତି ସହରର ବୁଦ୍ଧିଜୀବୀ ଓ ସାଧାରଣ ରେ ନା ପସନ୍ଦ କରୁଛନ୍ତି l

nis-ad
Leave A Reply

Your email address will not be published.