କାର ବାଇକ ମୁହାଁମୁହିଁ ଧକ୍କା ; ୩ ଆହତ…

ଛତ୍ରପୁର : ଗଞ୍ଜାମ ଥାନା ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୩ ଜଣ ଆହାତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହାତଙ୍କ ମଧ୍ୟରୁ ଅଗସ୍ତିନୂଆଗାଁ ର ବିଶ୍ୱନାଥ ନାହାକ ଓ ଶିବରାମ ସ୍ୱାଇଁ ଗୁରୁତର ଥିବା ବେଳେ ହରି ନାହାକ ଆହାତ ହୋଇଛନ୍ତି । କେଏ୦୧ ଏମପି -୧୮୯୭ ନଂ କାର ଓଡି୦୭ଏଏସ- ୧୧୧୭ ନଂ ବାଇକକୁ ଧକ୍କା ଦେଇଥିଲା । ଗଞ୍ଜାମ ଥାନାର ଏଏସ୍‌ଆଇ କ୍ଷେତ୍ରମୋହନ ସାହୁ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । ବିଶ୍ୱନାଥ ଓ ଶିବରାମଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାନେଇ ବ୍ରହ୍ମପୁର ସ୍ତାନାନ୍ତର କରାଯାଇଥିଲା ।

nis-ad
Leave A Reply

Your email address will not be published.