ଭଞ୍ଜନଗର ନୂତନ ଉପଜିଲ୍ଲାପାଳଭାବେ ଅନିଲ କୁମାର ସେଠୀଙ୍କ ଯୋଗଦାନ

ଭଞ୍ଜନଗର : ଆଜି ଭଞ୍ଜନଗର ନୂତନ ଉପଜିଲ୍ଲାପାଳଭାବେ ଅନିଲ କୁମାର ସେଠୀ ଯୋଗଦାନ କରିଛନ୍ତି । ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର , ବରିଷ୍ଠ ଏଷ୍ଟାବ୍ଲିସମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା,ଉପଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ସହାୟକ ବଂଶୀଧର ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିହାର ରଞ୍ଜନ ମହାନ୍ତି,ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି, , ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ଏବଂ ସବୁ ବିଭାଗର ବରିଷ୍ଠ ରାଜସ୍ବ ସହାୟକ ଓ କନିଷ୍ଠ ସହାୟକଙ୍କ ସହ କାର୍ଯ୍ୟାଳୟର ସବୁ କର୍ମଚାରୀଗଣ ନୂତନ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ପୂର୍ବରୁ ଶ୍ରୀ ସେଠୀ କେଉଁଝର ଆନନ୍ଦ ପୁର ଉପଖଣ୍ଡ ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ସୁଦକ୍ଷ ପ୍ରଶାସକଭାବେ ବହୁ ଖ୍ୟାତି ଅର୍ଜନ କରିଛନ୍ତି । ସେ ଜନହିତରେ ସରକାରୀ ଯୋଜନାକୁ ସଫଳରୂପେ ରୂପାୟନ କରିବାକୁ ପ୍ରତିଶୃତିବଦ୍ଧ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେ ସମସ୍ତ କର୍ମଚାରୀଗଣଙ୍କୁ 5T ଅନୁଯାୟୀ ଦଳଗତ ସ୍ୱଛତା, ବୈଷୟିକ ଜ୍ଞାନ ସହ ଠିକ ସମୟରେ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ପ୍ରକାଶ ଥାଉ କି, ଏହା ପୂର୍ବରୁ ଉପଜିଲ୍ଲାପାଳ ଥିବା ଜ୍ୟୋତି ଶଙ୍କର ରାୟଙ୍କ ର କନ୍ଧ ମାଳ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି,ଆଜି ବିଶେଷ ସୂତ୍ରରୁ ଜଣାପଡିଛି ଶ୍ରୀ ରାୟ ଆଜି କନ୍ଧମାଳରେ ଉପଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି |

nis-ad
Leave A Reply

Your email address will not be published.