ଜିଲ୍ଲା ସୀମାନ୍ତରେ ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ…

ମାଲକାନଗିରି,୨୬।୧୦ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡାରେ ବିଧାନସଭା ନିର୍ବାଚନ ପୂର୍ବରୁ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଅଞ୍ଚଳରେ କାର୍ଯ୍ୟରତ ଦୁଇ ସକ୍ରିୟ ମାଓବାଦୀ ନକ୍ସଲବାଦ ତ୍ୟାଗ କରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦନ୍ତେୱାଡା ପୋଲିସ ଦ୍ୱାରା ପରିଚାଳିତ ନକ୍ସଲ ବିଲୋପ ଏବଂ ପୁନର୍ବାସ ନୀତି ଅଧୀନରେ ଘରକୁ ଫେରି ଅଭିଯାନରେ ଅନେକ ମାଓବାଦୀ ପୂର୍ବରୁ ଆତ୍ମସମର୍ପଣ କରିଛନ୍ତି । ତେବେ ଏହି ଯୋଜନାର ସଫଳତାକୁ ଦ୍ରୁଷ୍ଟିରେ ରଖି ଏବଂ ମାଓଗଡ ନିଜର ନୀତି ଆଦର୍ଶ ହରାଉଥିବା ସହ ଦୁର୍ବଳ ହେଉଥିବାରୁ ଆଜି ଦୁଇ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଦନ୍ତେୱାଡା ପୋଲିସ ଅଧୀକ୍ଷକଗୌରବ ରାୟଙ୍କ ନିକଟରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଥିବା ବେଳେ ଏମାନେ କଟେକଲ୍ୟାଣ ମାଓ କ୍ଷେତ୍ର କମିଟିର ସକ୍ରିୟ ସଦସ୍ୟ ଥିଲେ। ଉଭୟ ମାଓବାଦୀ ନକ୍ସଲ ବନ୍ଦ ସମୟରେ ରାସ୍ତା ଖୋଳିବା, ଗଛ କାଟିବା, ବୋମା ଖଞ୍ଜିବା, ନକ୍ସଲାଇଟ୍ ବ୍ୟାନର, ପୋଷ୍ଟର ଏବଂ ପାମ୍ପଲେଟ୍ ଲଗାଇବା ଘଟଣାରେ ସମ୍ପୃକ୍ତ ଥିଲେ। ତେବେ ଘରକୁ ଫେର ଅଭିଯାନ ଅଧ୍ୟମରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୬୫୨ ମାଓବାଦୀ ଏବଂ ୧୬୬ ପୁରସ୍କାର ଘୋଷିତ ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ଯୋଗ ଦେଇଥିବା ବେଳେ ଏହି ଦୁଇ ମାଓବାଦୀଙ୍କୁ ମଧ୍ୟ ସରକାରୀ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.