ନାବଳିକାକୁ ଅସଭ୍ୟ ଭାଷାରେ ଗାଳି ଗୁଳଜ ଓ ଧମକ ଦେବା ଅଭିଯୋଗରେ ଜଣେ ଗିରଫ…

ବ୍ରହ୍ମପୁର : ଗତକାଲି ଜୈନିକା ନାବାଳିକାର ମା ଗୋସାଇ ନୁଆଁଗାଁ ଥାନାରେ ଅଭିଯୋଗ କରିଥିଲେ । ଗୋସାଇନୁଆଁଗାଁ ଥାନା କେସ୍ ନମ୍ବର ୩୨୬/୨୦୨୩, ଅନୁଯାୟୀ ପୋଲିସ ମାମଲା ପଞ୍ଜିକୃତ କରି ତଦନ୍ତ ଆରମ୍ଭ ହୋଇଥିଲା | ଅଭିଯୋଗକାରୀ ଲିଖିତ ଅନୁଯାୟୀ ତାଙ୍କର ୧୭ ବର୍ଷ ବୟସ୍କା ଝିଅକୁ ଉଲା ସାହୁ ଏବଂ ତାଙ୍କ ଡ୍ରାଇଭର ତାଙ୍କ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ତାଙ୍କୁ ଧମକ ଦେଇଥିଲେ। ଅନୁସନ୍ଧାନ ସମୟରେ ଏହା ଜଣାପଡିଲା ଯେ ଉଲା ସାହୁ ୬ମାସ ପୂର୍ବରୁ ପୀଡିତା ଝିଅକୁ ଏଭଳି ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ଭାଷାରେ ଗାଳି କରି ଅପମାନିତ କରୁଥିବା ଶବ୍ଦ ଏବଂ ଅଙ୍ଗଭଙ୍ଗୀ ବ୍ୟବହାର କରୁଥିଲେ। ଗତକାଲି ସନ୍ଧ୍ୟାରେ ଉଲା ସାହୁ ପୁନର୍ବାର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ଭୟଙ୍କର ପରିଣାମ ଦେଇ ଧମକ ଦେଇଥିଲେ। ଆଜି ପୋଲିସ ଉଲ୍ଲା କୁ ଗିରଫ କରିବା ସହିତ ଅଧିକ ତଦନ୍ତ କରୁଥିବା ଏସପି ଡା. ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି।।

nis-ad
Leave A Reply

Your email address will not be published.