ନିଖିଳ ଉତ୍କଳ ଖଡୁରା ସାମାଜ ପକ୍ଷରୁ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ…

ଫୁଲବାଣୀ : ଦରିଦ୍ର ସେବା କୁ ନାରାୟଣ ସେବା ବୋଲି ବ୍ରତ ରୂପେ ପାଳନ କରି ଆସିଛି ନିଖିଳ ଉତ୍କଳ ଖଡୁରା ସମାଜ,ଫୁଲବାଣୀ, କନ୍ଧମାଳ l ସଭାପତି ଓ ସମ୍ପାଦକଙ୍କ ପ୍ରଚେଷ୍ଟା ଓ ସଦସ୍ଯଙ୍କ ସହଯୋଗ ମନୋଭାବ ଯୋଗୁଁ ପ୍ରତ୍ୟେକ ପର୍ବ ପର୍ବାଣୀ ହିନ୍ଦୁ ଧର୍ମର ହେଉ କି ମୁସଲମାନ ଧର୍ମ ହେଉ ସବୁ ବର୍ଗର ଲୋକଙ୍କ ସହ ଭାଇଚାରା ବଜାୟ ରଖି ପାରୁ ପର୍ଯ୍ୟନ୍ତ ସହଯୋଗ କରି ଆସିଛି ଏହି ସାମାଜ l ଏହି ସାମାଜ ଖୁବ କମ ସମୟ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ରକ୍ତ ସଂଗ୍ରହ, ବୃକ୍ଷ ରୋପଣ କାର୍ଯ୍ୟକ୍ରମ, କାଉଡିଆଙ୍କ ନିମନ୍ତେ ଭୋଜନ ବ୍ଯବସ୍ଥା କ୍ଷେତ୍ରରେ ଖୁବ ପ୍ରଶଂସିତ ହୋଇ ପାରିଛି l ସାମାଜ ସଭାପତିଙ୍କ ନେତୃତ୍ଵରେ ରେ ସମ୍ପାଦକ ଓ ସଦସ୍ଯଙ୍କ ସହଯୋଗରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଫୁଲବାଣୀ ଠାରେ ସନ୍ଧ୍ୟା ସମୟରେ ଦଶହରା ପାଇଁ ଜାତି ସଂଗଠନକୁ ସୁଦୃଢ କରିବା ଏବଂ ଏକତା ନିମନ୍ତେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଖଡୁରା ସାମାଜ ର କୋଣ ଅନୁକୋଣରୁ ଅନେକ ଭାଇମାନେ ଯୋଗ ଦେଇଥିଲେ l ଶେଷରେ ସମସ୍ତ୍ ସଦସ୍ଯଙ୍କ ଆଲୋଚନା ପ୍ରକାରେ ଆଗାମୀ ଦିନରେ ଆହୁରି ଅନେକ ଉନ୍ନତି ମୂଳକ ପଦକ୍ଷେପ ନେବା ପାଇଁ ସ୍ଥିରିକୃତ ହୋଇଛି ବୋଲି ସଭାପତି ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.