ନକଲି ୱାଇ-ଫର୍ମରେ ହେଉଛି ବାଲି ଚାଲାଣ : ପୋଲିସ କବ୍ଜା ରେ ବାଲି ମାଫିଆ…


ଭୁବନେଶ୍ୱର : ୨୩-୧୦ ଗଞ୍ଜାମ ଜିଲ୍ଲାର ମାଷ୍ଟେର ମାଇଣ୍ଡ ବାଲି ମାଫିଆ ଙ୍କ ସମେତ ରାୟଗଡ଼ା ଓ ପୁରୁଷୋତ୍ତମପୁର ବାଲି ମାଫିଆ ଏବେ ଜେଲ ରେ। ଅଧିକାଂଶ କରି ବାଲି ମାଫିଆ ଙ୍କ ହାତ ତୃତୀୟ ମୋହଲା ପର୍ଯ୍ୟନ୍ତ ରହିଥିବା ନେଇ ଚର୍ଚ୍ଚା ହେଉଛି। କୋଦଳା ପୋଲିସ ପେଟ୍ରୋଲିଂ ବେଳେ ବଡ଼ମାଧପୁର ବାଲି ଘାଟ ରୁ ୫ ଟି ବାଲି ବୋଝେଇ ଟ୍ରକ କୁ ଜବତ କରିଥିଲେ। ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲେ ଯେ ନକଲି ୱାଇ-ଫର୍ମ ରେ ବାଲି ଚାଲାଣ ହେବା କଥା। ଏହି ଚୋରା ବାଲି ଚାଲାଣ ବେଳେ ୱାଇ- ଫର୍ମ ର ତିନୋଟି ବହି ଏକ ଲକ୍ଷ ଟଙ୍କା ନଗଦ ଜବତ କରି ଖୋଲତାଡ଼ ବେଳେ ସବୁ ରହସ୍ୟ ପର୍ଦ୍ଧାଫାସ ହୋଇଥିଲା।ଏହି କାରନାମା ରେ ବ୍ରହ୍ମପୁର ର କୃପାସିନ୍ଧୁ ମୁଦୁଲି,ରାୟଗଡ଼ା ରଘୁନାଥ ପାଢ଼ୀ ଓ ପୁରୁଷୋତ୍ତମପୁର ର ମଙ୍ଗରାଜ ବେହେରା ଙ୍କୁ ଗିରଫ କରିଥିଲା। ଏହି କରିତକର୍ମା ବାଲି ମାଫିଆଙ୍କ ଗିରଫ ସମ୍ପର୍କରେ ଚର୍ଚ୍ଚା ହୋଇନ ଥିଲା। ନିସର୍ତ୍ତ ରେ ଗଞ୍ଜାମ ଜିଲ୍ଲାରେ କିପରି ଚୋରା ବାଲି ଚାଲାଣ ହେଉଛି,ରୀତିମତ ଖବର ପ୍ରକାଶ ହେଉଛି। ଜିଲ୍ଲା ମୁଖିଆ ଙ୍କ ନାକ ତଳେ ଚୋରା ବାଲି ଚାଲାଣ ହେଉଥିଲେ ମଧ୍ୟ ବଡ଼ ମାଛ କୁ ହାତ ମାରିବାକୁ କେହି ହେଲେ ସାହସ କରୁନଥିଲେ। ପୂର୍ବରୁ ବାଲି ମାଫିଆଙ୍କ ନାମରେ ବିଭିନ୍ନ ଥାନା ରେ ମାମଲା ଥିଲେ ମଧ୍ୟ ପୋଲିସ ବି ଚୁପଚାପ ରହିବା ନେଇ ଆଲୋଚନା ହେଉଥିଲା।ମାଫିଆ ଙ୍କ ନାମରେ ଥିବା ବେଆଇନ କ୍ରସର ଉପରେ ମଧ୍ୟ ପୂର୍ବରୁ ଆଇଟି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଗଞ୍ଜାମ ଜିଲ୍ଲାର ବାଲି ମାଫିଆଙ୍କ ସହିତ ଅପରାଧତତ୍ତ୍ୱ ମାନଙ୍କ ସୁ ସମ୍ପର୍କ ଓ ଅଧିକାରୀ ମାନଙ୍କ ଆଶୀର୍ବାଦ ଯୋଗୁଁ ସରକାରୀ ଖାଜାନା ଖାଲି ହେଉଥିବା ବେଳେ ଏମାନେ ଜଣେ ଜଣେ କୁବେର ପାଲଟିଛନ୍ତି, ବୋଲି ଚର୍ଚ୍ଚା ହେଉଛି। ପୋଲିସ ର ନଜର ଏବେ ବାଲି ମାଫିଆ ଙ୍କ ସହିତ ହାତକୁ ହାତ ମିଳାଇ ମୁଠା ମୁଠା ଟଙ୍କା ଆଦାୟ କରୁଥିବା

ରାଜନେତା ଓ ଭାଇ ମାନଙ୍କ ଉପର ଥିବା ଯୋଗୁଁ ଅଣ୍ଡର ଗ୍ରାଉଣ୍ଡ ରେ ରହିଥିବା ଚର୍ଚ୍ଚା ହେଉଛି। କୃପାସିନ୍ଧୁ ମୁଦୁଲି ଙ୍କ ସାମ୍ରାଜ୍ୟ ଗଞ୍ଜାମ ଜିଲ୍ଲାର ଆସିକା ରେ ଥିବା ଆଗ ଧାଡ଼ିର ମାଫିଆଙ୍କ ସହ ରହିଥିବା ଓ ଏଠାରେ ଥିବା ବାଲି ଘାଟରୁ ମୋଟା ପାଉଣା ର ସିଂହ ଭାଗ ରେ ଅଧିକାରୀ ନେତା ମାନେ ସାମିଲ ଥିବା ନେଇ ଚର୍ଚ୍ଚା ହେଉଛି। କେବଳ ଗଞ୍ଜାମ, ରାୟଗଡା ନୁହଁ ରାଜ୍ୟର ଅନେକ ବାଲୁଘାଟ ସ୍ଥାନୀୟ ତହସିଲଦାର ଓ ପୋଲିସ କୁ ହାତବାରିସୀ କରି ମାଫିଆ ମାନେ କୋଟି କୋଟି ଟଙ୍କା ରାଜସ୍ବ ଲୁଟୁ ଥିବା ନଜିର ରହିଛି ଏପରିକି କିଛି ତହସିଲଦାର ବାଲି ମାଫିଆ ଙ୍କ ଭାଗୁଆଳି ଭାବେ ମୁନାଫା ପାଉଥିବା କୁ ନେଇ ଅଭିଯୋଗ ହେଉଛି ମୁଖ୍ୟତଃ ମହାନଦୀ, ଋଷୁକଲ୍ୟା, ବଂଶଧରା, ଶଙ୍ଖ, କୋଇଲି, ବ୍ରାହ୍ମଣୀ ଆଦି ନଦୀ ଘାଟ ରୁ ପ୍ରବଳ ରୁ ଅତି ପ୍ରବଳ ଚୋରା ବାଲି ଚାଲାଣ ହେଉଛି ଏବଂ କିଛି ବାଲୁଘାଟ ମାଲିକ ମାନେ ବିନା ୱାଇ-ଫର୍ମରେ ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଛି ତେଣୁ ରାଜ୍ୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହିତ ଇଡି, ଜି ଏସ ଟି, ଏବଂ ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରାଗଲେ ଅନେକ ରାଜସ୍ବ ଚୋରୀ ରୋକା ଯିବା ସହିତ ଅନେକ ଅଫିସର ମାନଙ୍କ ଭଦ୍ରମୁଖା ପଦାକୁ ଆସି ଯିବ ବୋଲି ବୁଦ୍ଧି ଜୀବି ଓ ସାଧାରଣ ରେ ଦାବୀ ହେଉଛି

nis-ad
Leave A Reply

Your email address will not be published.