ଗଞ୍ଜାମ ଜିଲ୍ଲାରେ କ୍ରସର ୟୁନିଟ ମାଳ ମାଳ :ପ୍ରଶାସନ ର ଇଶାରା ରେ ଚାଲିଛି କୋଟି କୋଟି ଟଙ୍କାର ରାଜସ୍ବ ହଡପ…!

ସରକାରୀ ନିୟମ କୁ ଫୁ….


ବ୍ରହ୍ମପୁର:୨୩-୧୦ ଗଞ୍ଜାମ ଜିଲ୍ଲାରେ କ୍ରସର ୟୁନିଟ ଗୁଡି଼କ ସରକାରୀ ନିୟମକୁ ଉଲଂଘନ କରି ଖୁଲାମ ଖୁଲା ଚାଲିଛି ମାଳ ମାଳ କ୍ରସର ୟୁନିଟ। ଅଧିକାଂଶ କରି କନିଶି, ବ୍ରହ୍ମପୁର, ଦିଗପହଣ୍ଡି,କୁକୁଡ଼ାଖଣ୍ଡି,ପୁରୁଷୋତ୍ତମପୁର,ଆସିକା,ଅଞ୍ଚଳରେ ସରକାର ଙ୍କ ସମସ୍ତ ନୀତିନିୟମ କୁ ଉଲଘଂନ କରି କ୍ରସର ୟୁନିଟ ଚାଲିଛି।ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ମାନେ ଅଧିକାରୀ ରାଜନୈତିକ ନେତା ମାନଙ୍କୁ ସାଇଲେନ୍ସ ପ୍ଲିଜ କରି ଏହି ବେଆଇନ କ୍ରସର ୟୁନିଟ ଚଲାଉଥିବା ନେଇ ଚର୍ଚ୍ଚା ହେଉଛି। ପ୍ରଦୂଷଣ ବିଭାଗ ଧୃତରାଷ୍ଟ୍ର ର ଭୂମିକା ଗ୍ରହଣ କରିଛି,ଯାହା ଫଳରେ ଏହି ସବୁ ଅଞ୍ଚଳରେ ଅବାଧ ରେ ଚାଲୁଛି କ୍ରସର ୟୁନିଟ। କ୍ରସର ୟୁନିଟ ର ଗୁଣ୍ଡ ନିକଟରେ ଥିବା ଚାଷଜମି ରେ ପଡ଼ିବା ଯୋଗୁଁ ଜମିର ଉର୍ବରତା କମିଯିବା ଫଳରେ ବିଲଡର ମାନେ ଉକ୍ତ ଜମି କୁ ଶାଗମାଛ ଦରରେ କ୍ରୟ କରି ପ୍ଲଟିଙ୍ଗ କରୁଥିବା ଦେଖିବାକୁ ମିଳୁଛି। କ୍ରସର ର ନିକଟରେ ଥିବା ଗୃହ ମାଲିକ ମାନ ଯେତେ ଅଭିଯୋଗ କରିଲେ ମଧ୍ୟ ଅଧିକାରୀ ମାନେ କଂସାରି ଘରର ପାର ଭଳି ଅଭିନୟ କରୁଥିବା ଅଭିଯୋଗ ହେଉଛି। କ୍ରସର ୟୁନିଟ ସ୍ଥାପନ ପାଇଁ ଯେଉଁ ନୀତିନିୟମ ରହିଛି,ତହସିଲଦାର ମାନେ ମୋଟା ଅଙ୍କ ନେଇ ସବୁ କାଗଜପତ୍ର ହସ୍ତାନ୍ତର କରିବା ରେ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି। କ୍ରସର ୟୁନିଟ ଗୁଡ଼ିକରେ ନାବାଳକ ମାନଙ୍କୁ ନିୟୋଜିତ କରଯାଉ ଥିଲେ ମଧ୍ୟ ଶ୍ରମ ବିଭାଗ ସବୁ ଜାଣି ନ ଜାଣିବାର ଅଭିନୟ କରୁଛି।କ୍ରସର ୟୁନିଟ ରେ ରୀତିମତ ଶ୍ରମିକମାନେ ମୃତାହତ ହେବାର ନଜିର ରହିଛି।ଜାତୀୟ ରାଜପଥ ରେ ଥିବା କ୍ରସର ୟୁନିଟ ଯୋଗୁଁ ଅଧିକ ପ୍ରଦୂଷଣ ହେଉଥିବା ନେଇ ବୁଦ୍ଧିଜୀବି ମାନେ ଅଭିଯୋଗ କରୁଛନ୍ତି। ମୁଖ୍ୟତଃ କନିସି ତହସିଲ ଅଞ୍ଚଳ ରେ ମାଳ ମାଳ କ୍ରସର ୟୁନିଟ ରହିଛି ଯାହାକି ସବୁ ସ୍ଥାନୀୟ ତହସିଲଦାର ଓ ପୋଲିସ କୁ ହାତବାରିସୀ କରି ସରକାରୀ ନିୟମ କୁ ଫୁ କରି ଚାଲିଥିବା ଅଭିଯୋଗ ହେଉଛି l ଅନେକ ଦିନ ତଳେ ଗୋଲନ୍ଥରା ଥାନାରେ ଆଲୋକ ଜେନା ଥାନା ଅଧିକାରୀ ଥିବା ସମୟରେ ଅନେକ କ୍ରସର ୟୁନିଟ କୁ ତାଲା ପକାଇବା ସହିତ ଅନେକ କ୍ରସର ମାଲିକକୁ ଗିରଫ କରିଥିଲେ କିନ୍ତୁ ବର୍ତ୍ତମାନ ସବୁକିଛି ଓଲଟା ଜିଲ୍ଲା ପ୍ରଶାସନ ସବୁ ଜାଣି ଆଖିରେ ଅନ୍ଧ ପୁଟଳି ବାନ୍ଧି ନିରବ l ବାଲି, କ୍ରସର ୟୁନିଟ, ମାଇନ୍ସ ସବୁ ମାଇନ୍ସ ବିଭାଗ କୁ ସରକାରୀ ନିୟମ ଅନୁଯାଇ ହସ୍ତାନ୍ତର କରାଯିବା କୁ ନେଇ ତହସିଲଦାର ମାନଙ୍କୁ ଚିଠା ହୋଇଛି କିନ୍ତୁ ବର୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର କୌଣସି ତହସିଲଦାର ମାଇନ୍ସ ବିଭାଗ କୁ ହସ୍ତାନ୍ତର କରିନାହାନ୍ତି କାରଣ ଏଠାରେ ରାଜସ୍ବ ପ୍ରବଳ ଯାହା ସରକାର ପାଣ୍ଠି କୁ ଯାଏ ନାହିଁ ଏହା ଯାଏ ସିଧା ତହସିଲଦାର ଓ ସ୍ଥାନୀୟ ପୋଲିସ ପକେଟ କୁ, ଏହିସବୁ ଅଞ୍ଚଳ କୁ ଯଦି ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବେ ଏବଂ ଇଡି, ଜି ଏସ ଟି ଏବଂ ଭିଜିଲାନ୍ସ ତଦନ୍ତ କରାଯିବ ତେବେ ସରକାର ଅନେକ ରାଜସ୍ବ ପାଇବା ସହିତ କୁବେର ଅଫିସର ମାନଙ୍କ ଅସଲ ମୂଖା ଖୋଲିଯିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଅଭିଯୋଗ ହୋଇଛି..

nis-ad
Leave A Reply

Your email address will not be published.