ଅନ୍ୟ ରାଜ୍ୟର ଜୁଆଡ଼ି ଗଞ୍ଜାମ ମୁହାଁ : ପୋଲିସ ସହ ଫିକ୍ସିଂଙ୍ଗ ରେ ସଫଳ ହେଲେକି ଜୁଆ ଖେଳ ଚଲାଉଥିବା ଦଲାଲ…!

କାଣି ବିରାଡ଼ି ର କୁଜି ଅସରୋପା ଉପରେ ଦାଉ…


ବ୍ରହ୍ମପୁର: ୨୨-୧୦ ଗଞ୍ଜାମ ଜିଲ୍ଲାର କୋଣ ଅନୁକଣ ରେ ଜୋର ଦାର ଚାଲିଛି ଜୁଆ ଖେଳ ଆନ୍ଧ୍ରପ୍ରଦେଶ ଜୁଆଡ଼ି ଏବେ ଗଞ୍ଜାମ ମୁହାଁ ବୋଲି ଚର୍ଚ୍ଚା ଜୋର ଧରିଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, କୁକୁଡାଖଣ୍ଡି, ଚିକିଟି,ପାତ୍ରପୁର, ଦିଗପହଣ୍ଡି,ପାଟପୁର,ଗୋପାଳପୁର, ହିଞ୍ଜିଳି, ଆସିକା, କବିସୂର୍ଯ୍ୟନଗର,ଧରାକୋଟ, ଭଞ୍ଜନଗର, ପୁରଷତ୍ତମପୁର,ଗାଙ୍ଗପୁର,ଶେରଗଡ଼ ଆଦି ଅଞ୍ଚଳରେ ଏବେ ବଡ଼ ବଡ଼ ଜୁଆ ଆଡ୍ଡା ଚାଲିଥିବା ନେଇ ଚର୍ଚ୍ଚା ହେଉଛି। ବହୁ ଥାନା ଇଲାକାରେ ଜୁଆ ଆଡ୍ଡାର ଦଲାଲ ମାନେ ମ୍ୟାଚ ଫିକ୍ସିଂଙ୍ଗ କରି ଜୁଆ ଆଡ୍ଡା ଖୁଲାମ ଖୁଲା ଚଲାଉଥିବା ଯୋଗୁଁ ବାହାର ଜିଲ୍ଲାର ଖେଳାଳି ମାନେ ଆସୁଥିବା ନେଇ ଚାହା ଖଟି ରେ ଆଲୋଚନା ହେଉଛି।ବଡ଼ ବଡ଼ ଜୁଆ ଖେଳାଳି ମାନେ ନାମିଦାମୀ କାର ରେ ଆସି ସମ୍ବେଦନଶୀଳ ସ୍ଥାନରେ ଡେରା ପକାଇ ଗାଡ଼ି ରେ ଲକ୍ଷ ଲକ୍ଷ ଟଙ୍କା ରଖି ଏହି ଜୁଆ ଆଡ୍ଡା ରେ ସାମିଲ ହେଉଥିବା ଚର୍ଚ୍ଚା ହେଉଛି। ଆପାଟମେଣ୍ଟ ଓ ବଡ଼ ବଡ଼ ଜୁଆ ଆଡ୍ଡା ରେ ମଦ ମାଂସର ଆସର ର ଆୟୋଜନ ମଧ୍ୟ କୁଆଡ଼େ ହେଉଛି। କାଳେ ଉପର ଅଧିକାରୀ ଅଚାନକ ଆସିବାର ଭୟ ପାଇଁ ଖେଳ ଚାଲିଥିବା ଛକ ଯାଗା ମାନଙ୍କ ରେ ସୂଚନା ଦାତା ମାନଙ୍କୁ ନିୟୋଜିତ କରାଯାଇଛି । ଏବେ ଥାନା ବାବୁ ମାନଙ୍କ ଠାରୁ ଛୋଟ ଛୋଟ କର୍ମଚାରୀ ମାନେ ମଧ୍ୟ ଖୁଷ ମିଜାଜ ଥିବା ନେଇ ବାହାରେ ଚର୍ଚ୍ଚା ହେଉଛି। ପାର୍ବଣ ଋତୁ ପୂର୍ବରୁ ଯେମିତି ଜୁଆ ଆଡ୍ଡା ଉପରେ ଚଢ଼ାଉ ହେଉଥିଲା ବର୍ତ୍ତମାନ ଚଢ଼ାଉ ଧର୍ମକୁ ଆଖିଠାର ଭଳି ଜଣା ପଡୁଛି। ଏହି କାରଣ ରୁ ଚାହା ଖଟିରେ ଆଲୋଚନା ହେଉଛି ମ୍ୟାଚ ଫିକ୍ସିଂଙ୍ଗରେ ଜୁଆ ଆଡ୍ଡା ଚାଲିଛି ବୋଲି। ଯଦି କୌଣସି ଭଦ୍ର ବ୍ୟକ୍ତି ଜୁଆ ଆଡ୍ଡା ଚାଲିଥିବା କୁ ନେଇ ପୋଲିସ କୁ ଖବର ଦିଏ ତେବେ ଏହା ନିଶ୍ଚିନ୍ତ ଯେ ତା ଜୀବନ ପ୍ରତି ବିପଦ ର କଳା ବାଦଲ ଆସିଗଲା ଯାହା ଫଳରେ ପୋଲିସ ପ୍ରତି ସାଧାରଣ ଜନତା ର ଆଶା ଓ ଭରଷା ତୁଟି ବାକୁ ବସିଲାଣି l ଫେଲ ମାରୁଛି ଆମ ପୋଲିସ ବ୍ୟବସ୍ଥା ମଦ, ବାଲି, ଜୁଆ ଓ ଜମି ମାଫିଆଙ୍କ ଗେଲ୍ହା ପୁଅ ସାଜିଛି ପୋଲିସ ବୋଲି ବୁଦ୍ଧି ଜୀବି ଓ ସାଧାରଣ ରେ ଶୁଣିବାକୁ ମିଳୁଛି l ସୂଚନା ଥାଉକି ଦଶହରା ଠାରୁ କୁମାରୀ ପୂର୍ଣ୍ଣିମା ର କିଛି ଦିନ ଯାଏ ଖାସ କରି କୋଟି କୋଟି ଟଙ୍କା ର ଜୁଆ ଖେଳ ହୁଏ ଏହାକୁ ଚଲାନ୍ତି କିଛି ଦଲାଲ ଯେଉଁମାନେ କି ନେଇ ଆଣି ଥୋଇ ଜାଣନ୍ତି ଯାହାଫଳରେ ପଡୋଶୀ ଜିଲ୍ଲା ଓ ରାଜ୍ୟରୁ ସୁଅ ଛୁଟୁଛି ଜୁଆରି ମାନଙ୍କ, ପୋଲିସ ଏଠାରେ କାଣି ବିରାଡ଼ି ର କୁଜି ଅସରୋପା ଉପରେ ଦାଉ ପରି ଦାୟିତ୍ୱ ତୁଲାଉଥିବା ଦେଖିବାକୁ ମିଳୁଛି…

nis-ad
Leave A Reply

Your email address will not be published.