ବିଜେଡି ଯୁବ ସଭାପତିଙ୍କ ମହାନତା…

ଫୁଲବାଣୀ : ବିଜେଡି ଯୁବ ସଭାପତି ବିଷ୍ଣୁ ଚରଣ ମଲିକଙ୍କ ମହାନତା ତିନି ଯୁବକକୁ ବାଇକ ଦୁର୍ଘଟଣା ରୁ ଉଦ୍ଧାର କରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଲେ l ପ୍ରାପ୍ତ ସୂଚନା ଅନୁଯାୟୀ ଗୋଚ୍ଛାପଡା ପଞ୍ଚାୟତର ଡାଡିଲାଇ ଛକ ନିକଟରେ ବାଇକ ଭାରସାମ୍ଯ ହରାଇ 3ଜଣ ଯୁବକ ପଡିଥିବାର ଦେଖିବାକୁ ମିଳିଥିଲା l ମୋବାଇଲ ଟାୱାର ନଥିବାରୁ ଆମ୍ବୁଲାନ୍ସ ଯୋଗାଯୋଗ ହୋଇପାରି ନଥିଲା l ଏହି ସମୟରେ ସେହି ରାସ୍ତା ଦେଇ ବିଜେଡ଼ି ଯୁବ ସଭାପତି ବିଷ୍ନୁ ଚରଣ ମଲ୍ଲିକ କ୍ରାଣ୍ଡିବାଲି ଠାରୁ ଗୋଛାପଡ଼ାକୁ ଯାଉଥିଲେ l ସଙ୍ଗେ ସଙ୍ଗେ ନିଜ ଗାଡିରେ ଆହତ ତିନି ଜଣଙ୍କୁ ବସାଇ ଗୋଛାପଡ଼ା ମେଡିକାଲକୁ ନେଇଁ ଚିକିତ୍ସା କରାଇଥିଲେ l ସେଥି ମଧ୍ୟରୁ ଗୁରୁତର ଥିବା ବ୍ୟକ୍ତିଙ୍କୁ ଫୁଲବାଣୀ ମୂଖ୍ୟଚିକିତ୍ସାଳୟକୁ ମେଡିକାଲ ଗାଡ଼ିରେ ପଠାଇବା ବ୍ୟବସ୍ଥା କରାଇଥିଲେ l

nis-ad
Leave A Reply

Your email address will not be published.