ପାର୍ବଣରେ ଡିଜେ ବନ୍ଦ…

ହିଞ୍ଜିଳିକାଟୁ (୧୮/୧୦) : ଆଗାମୀ ଦୁର୍ଗାପୂଜା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିରାଡ଼ମ୍ବର ଭାବେ ଆନନ୍ଦ ଉଲ୍ଲାସ, ଶାନ୍ତିପୂର୍ଣ୍ଣ ଏବଂ ସୌହାର୍ଦପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହେବା ନିମନ୍ତେ ଵୁଧବାର ଦିନ ହିଞିଳି ଥାନା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁର୍ଗାପୂଜା କିପରି ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳା ମଧ୍ୟରେ ହେବ ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଈଥିଲା ଓ ବିସର୍ଜନ ସମୟରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେବା ସହ ପୂଜା କମିଟି କର୍ମକର୍ତ୍ତା, ନେତୃସ୍ଥାନୀୟ ବ୍ୟକ୍ତି, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନସାଧାରଣଙ୍କର ସହଯୋଗ କାମନା କରିଥିଲେ। ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ବଣିକସଂଘ ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ବିଶ୍ଵମ୍ବର ସାହୁ, ଦୂର୍ଗାପୂଜା କମିଟି ସଭାପତି ପ୍ରମୋଦ କୁମାର ମହାପାତ୍ର ଓ ଯୁଗଳ ପଣ୍ଡା ପୂଜାରେ ଆୟୋଜିତ ହେବାକୁ ‌ଥିବା ବିଭିନ୍ନ କାର୍ଯ୍ୟକ୍ରମର ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ସୂଚନା ପ୍ରକାରେ ୨୦ ତାରିଖ ଶୁକ୍ରବାର ଦିନ କଳସ ଯାତ୍ରାରେ ଆସି ଦେବୀଙ୍କୁ ଙ୍କୁ ଆମନ୍ତ୍ରଣ ପରେ ସପ୍ତମୀ ପୂଜା ଆରମ୍ଭ, ମହାଷ୍ଟମୀ ଦିନ ରାତ୍ରରେ ପୁଜାପେଣ୍ଡାଲ ପରିସରରେ ମହାଷ୍ଟମୀ ଭୋଗ ହେବା ପରେ ସଂଘ ତରଫରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ ଓ ଜନସାଧାରଣ ଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ୨୨ ସନ୍ଧ୍ୟାରେ ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେ ଭଜନ ସମାରୋହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବା ପାଇଁ କମିଟି ତରଫରୁ ସ୍ଥିର କରାଯାଇଛି । ୨୫ ତାରିଖ ରେ ମା’ଦୁର୍ଗାଙ୍କ ଭସାଣି ଉତ୍ସବ ଯଥା ରୀତିନୀତି ଅନୁଯାଇ ଅନୁଷ୍ଠିତ ହେବ। ଗତକିଛିଦିନ ତଳେ ହିଞ୍ଜିଳିକାଟୁ ଅଞ୍ଚଳ ଗଣେଶପୂଜା ଭସାଣୀରେ ଡିଜେ ସାଉଣ୍ଡ୍‌ର ବ୍ୟବହାରକୁ ନେଇ ସାଧାରଣରେ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ପୁଲିସ ପ୍ରଶାସନ ଏହାକୁ ହୃଦୟଙ୍ଗମ କରି ଚଳିତ ଦୁର୍ଗାପୂଜା ଓ ଭସାଣୀ ଉତ୍ସବରେ ଡିଜେ ସାଉଣ୍ଡକୁ ସମ୍ପୁର୍ଣ୍ଣରୂପେ ବ୍ୟବହାର ନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ‌।ହିଞିଳି ଥାନା ପକ୍ଷରୁ ଆଇଆଇସି ଶ୍ରୀନିବାସ ସେଠି ଥାନା ଅଞ୍ଚଳରେ ରହିଥିବା ବିଭିନ୍ନ ଦୁର୍ଗାପୂଜା କମିଟିର ମୁଖ୍ୟମାନଙ୍କୁ ଡାକି ଡିଜେ ସାଉଣ୍ଡ୍ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି। ଯେଉଁମାନେ ପୁଲିସର ଏହି ପରମର୍ଶକୁ ନମାନି ଭସାଣୀ ସମୟରେ ଡିଜେ ସାଉଣ୍ଡ୍ ବ୍ୟବହାର କରନ୍ତି ତେବେ ପୁଲିସ ସେମାନଙ୍କ ବିରୋଧରେ ଆଇନ୍‌ଗତ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହ ଡିଜେସାଉଣ୍ଡ ମାଲିକଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହିଞିଳି ଥାନା ଏସ ଆଇ ସୁନିଲ ଖଣ୍ଡଗୋରି,ଏ ଏସ ଆଇ ଟୁକୁନା ସ୍ଵାଇଁ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନଷ୍ଟେବଳ ଜିତେନ୍ଦ୍ର କୁମାର ଗୌଡ ବୈଠକରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.