ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ତଃମହାବିଦ୍ୟାଳୟ ଫୁଟବଲ…

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ବିଜୁ ପଟ୍ଟନାୟକ କ୍ରୀଡା ପ୍ରାଙ୍ଗଣ ରେ ଦୁଇ ଦିନ ଧରି ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଆଜିର ଏହି ଫାଇନାଲ ମ୍ୟାଚ୍ ରେ ପୁରୀ ଜିଲ୍ଲା ର ଏସ୍ ସି ଏସ କଲେଜ ଭୁବନେଶ୍ୱର ର ଦେବରାୟ କଲେଜ କୁ ୨-୦ ଗୋଲ ରେ ପରାସ୍ତ କରି ଜୋନ ଚାମ୍ପିଅନ ହେବା ସହ ଉଭୟ ଦଳ ଆସନ୍ତା ୨୦ ତାରିଖ ରେ ହେବାକୁ ଥିବା ଆନ୍ତଃ ଜୋନ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଥମ ସେମିଫାଇନାଲ ରେ ପୁରୀ ର ଏସ ସି ଏସ କଲେଜ, ଖଣ୍ଡପଡ଼ା କଲେଜ କୁ ୨-୦ ଗୋଲ୍ ରେ ଓ ଦେବରାୟ କଲେଜ , ବାରଙ୍ଗ କୁଞ୍ଜବିହାରୀ କଲେଜ କୁ ୨-୦ ଗୋଲ୍ ରେ ପରାସ୍ତ କରି ଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ କୁ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଉଦଘାଟନ କରିଥିବା ବେଳେ ଉଦଯାପନୀ ଉତ୍ସବରେ କ୍ରୀଡା ପରିଷଦ ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ସୁନ୍ଦରାୟ ଓ ଉପସଭାପତି ଡକ୍ଟର କୀର୍ତ୍ତି ରଞ୍ଜନ ମଲ୍ଲିକ ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ କୁ ପରିଚାଳନା କରିଥିଲେ ଡକ୍ଟର ବେଣୁଧର ଦାସ, ଶ୍ରୀ ଚତୁର୍ଭୁଜ ଜେନା, ଡକ୍ଟର ପ୍ରବୀର୍ ମହାନ୍ତି ଓ ଶ୍ରୀ ପ୍ରଶାନ୍ତ ମହାନ୍ତି।

nis-ad
Leave A Reply

Your email address will not be published.