ଜିଲ୍ଲାର ପ୍ରାୟ ଶହେ ସ୍କୁଲର ୧୦ ହଜାର ଛାତ୍ରଛାତ୍ରୀ ଶିଖିଲେ ହାଇଡ୍ରୋ ରକେଟ୍ ଲଞ୍ଚିଂ କୌଶଳ…

ସୁନ୍ଦରଗଡ଼ ଠାରେ ବିଶ୍ଵ ଛାତ୍ରଛାତ୍ରୀ ଦିବସ ପାଳିତ

ସୁନ୍ଦରଗଡ (୧୭/୧୦) : ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ୍ ମ୍ୟାନ୍ ଡ. ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିନ ୧୫ ଅକ୍ଟୋବରକୁ ସାରା ପୃଥିବୀରେ ବିଶ୍ୱ ଛାତ୍ରଛାତ୍ରୀ ଦିବସ ରୂପେ ପାଳନ କରାଯାଏ । ଏହି ଦିବସ ପାଳନ କରି ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରର ବିକାଶ କରାଇବା ସହ ଭାରତର ଭବିଷ୍ୟତକୁ ନେଇ କରିଥିବା ଚିନ୍ତା ବିଷୟରେ ସେମାନଙ୍କୁ ପରିଚିତ କରାଇ ଦିଆଯାଇଥାଏ ।


ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଏକ ଅଭିନବ ଢଙ୍ଗରେ ପାଳନ କରିବା ପାଇଁ ଉଦ୍ୟମ କରାଯାଇଥିଲା । ବିଭିନ ବ୍ଲକ୍ ରେ ଚୟନ ହୋଇଥିବା ୧୦୦ ଟି ୫ଟି ହାଇସ୍କୁଲର ପିଲାମାନଙ୍କୁ ଏହି ଅବସରରେ ହାଇଡ୍ରୋ ରକେଟ୍ ପରୀକ୍ଷଣ କରି ଦେଖାଯାଇଥିଲା । ଏହି ୧୦୦ ଟି ବିଭିନ୍ନ ହାଇସ୍କୁଲରେ ୮ମ, ୯ମ ଏବଂ ୧୦ ମ ଶ୍ରେଣୀର ମୋଟ୍ ୧୦,୦୦୦ରୁ ଅଧିକ ଛାତ୍ରୀଛାତ୍ର ଏହି ପରୀକ୍ଷଣକୁ ନିଜ ଆଖିରେ ଦେଖିବା ସହ ଏହାର ଉତକ୍ଷେପଣ କୌଶଳକୁ ବୁଝି ଦେଖିଥିଲେ । ବୈଜ୍ଞାନିକ ସାର ଆଇଜାକ୍ ନ୍ୟୁଟନଙ୍କ ତୃତୀୟ ନିୟମ ଅନୁସାରେ ଏହି ରକେଟ୍ ଉତକ୍ଷେପଣ କାର୍ଯ୍ୟ କରିଥାଏ । ଗୋଟିଏ ଅଳ୍ପ ପାଣିଥିବା ଜାର ମଧ୍ୟରେ ବାଇସାଇକେଲ ପମ୍ପ ମାଧ୍ୟମରେ ବାୟୁ ଭର୍ତି କଲାପରେ ଏହା ଉପରକୁ ଉଠି ପୁଣି ତଳକୁ ଖସି ପଡିଥାଏ । ଏହାକୁ ହାଇଡ୍ରୋ ରକେଟ୍ ଲଞ୍ଚିଂ କୌଶଳ ବୋଲି କୁହାଯାଏ । ସମଗ୍ର ଜିଲ୍ଲାରେ ଏହି ପ୍ରକଳ୍ପର ନାମ “ବିଜ୍ଞାନ ପରୀକ୍ଷାଗାର ବା ପ୍ରୟୋଗଶାଳାରେ ଉଡ୍ଡାନ” ନାମ ଦିଆଯାଇଥିଲା । ଏହି କୌଶଳ ପ୍ରଦର୍ଶନ ସମୟରେ ବିଭିନ୍ନ ସ୍କୁଲରେ ବ୍ଲକ୍ ଶିକ୍ଷାଧିକାରୀ, ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ସ୍କୁଲ ପରିଚାଳନା କମିଟି ସଦସ୍ୟ, ପଂଚାୟତ ରାଜ ପ୍ରତିନିଧି ଯଥା ସରପଂଚ ଆଦି ଯୋଗ ଦେଇ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ ସ୍କୁଲରେ ଏହି ଅବସରରେ କଲାମଙ୍କ ଜୀବନୀ ଏବଂ କର୍ମପରାୟଣତାକୁ ନେଇ ପ୍ରାମାଣିକ ଚିତ୍ର ପ୍ରଦର୍ଶନ ମଧ୍ୟ ହୋଇଥିଲା ।

nis-ad
Leave A Reply

Your email address will not be published.