ଯାତ୍ରୀବାହୀ ଅଟୋ ସହ ଟାଟା ଏସି ଧକ୍କା, ୨ ଗୁରୁତର

ହିଞ୍ଜିଳିକାଟୁ (୧୭ା୧୦) : ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଲକ୍ଷ୍ମୀପୁର ଗ୍ରାମ ନିକଟରେ ଯାତ୍ରୀବାହୀ ଅଟୋ ସହ ଏକ ଟାଟାଏସି(ଓଡି୦୭ଏନ ୩୬୫୮) ଗାଡି ଧକ୍କା ଘଟି ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଶେରଗଡ ଥାନା ଅଲାରିଗଡ ଗ୍ରାମର ସୂର୍ଯ୍ୟ ନାହାକ(୫୨) ଓ ସୁରେନ୍ଦ୍ର ଭୂୟାଁ(୪୫) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଛି । ପ୍ରକାଶ ଯେ, ସୋମବାର ରାତି ପ୍ରାୟ ୧୨ଟାରେ କଙ୍କୋରଡା ଠାରୁ ଅଲାରିଗଡ ଅସୁଥିବା ଏକ ଯାତ୍ରୀବାହୀ ଅଟୋକୁ ବିପରୀତ ଦିଗରେ ଆସୁଥିବା ଏକ ଟାଟାଏସି ଗାଡିର ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ଯାତ୍ରୀବାହୀ ଅଟୋଟି ରାସ୍ତା ପ୍ୱାଶ୍ୱର୍ ଚାଷଜମି ମଧ୍ୟକୁ ଓଲଟି ପଡି ଗାଡିଟି ନଷ୍ଟ ହୋଇଯାଇଥିବା ବେଳେ ଦୂର୍ଘଟଣା ପରେ ଟାଟାଏସି ଗାଡିଟି ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡି ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

nis-ad
Leave A Reply

Your email address will not be published.