କ୍ରାଙ୍କ ଓ ୱେଷ୍ଟେଜ ଲୁହା ଦ୍ରବ୍ୟରେ ଅବଦୁଲ କାଲାମ୍ଙ୍କ ପ୍ରତିମୂର୍ତ୍ତି…

ଛତ୍ରପୁର : ସବୁଜିମା ଉଦ୍ୟାନ ମଧ୍ୟରେ କ୍ରାଙ୍କ ଓ ୱେଷ୍ଟେଜ ଲୁହା ଦ୍ରବ୍ୟରେ ଅବଦୁଲ କାଲାମ୍ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଛତ୍ରପୁର ସରକାରୀ ଆଇ.ଟି.ଆଇ. ଆଉ ଏକ ଚର୍ଚ୍ଚା କୁ ଆସିଛି ବୋଲି କୁହାଯାଇଛି । ସ୍ୱର୍ଗୀୟ ଆତ୍ମନ ଙ୍କ ୯୨ତମ ଜନ୍ମ ଦିବସ ଅବସରରେ ଛତ୍ରପୁରର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର କୃତୀଛାତ୍ରଛାତ୍ରୀ ଓ ଗୁରୁଜନଙ୍କ ଦ୍ଵାରା ସାଇକେଲ ଓ ବାଇକ ର କ୍ରାଙ୍କ ଓ ଅନ୍ୟ ୱେଷ୍ଟେଜ ଲୁହା ଦ୍ରବ୍ୟରେ ନିର୍ମିତ ଏକ ପ୍ରତିମୂର୍ତ୍ତି ନିର୍ମାଣ କରିଛି ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ବୃକ୍ଷ ଚାରା ରୋପଣ ହୋଇଥିବା ଏକ ନୂତନ ପ୍ଲାନେଟସନ ନିର୍ମାଣ କରି ଛତ୍ରପୁର ଆଇ.ଟି.ଆଇ. ଖୁବ ଚର୍ଚ୍ଚାକୁ ଆସିଛି । ରବିବାର ମଧ୍ୟାହ୍ନରେ ଉନ୍ମୋଚନ ହୋଇଥିବାବେଳେ ଏବେ ଏହି ଅନୁଷ୍ଠାନ ସାରା ଓଡ଼ିଶାରେ ଆଉ ଏକ ଚର୍ଚ୍ଚାର ଇତିହାସରେ ସ୍ଥାନ ପାଇଥିବା ବିଷୟ ଛତ୍ରପୁର ସହର ପାଇଁ ଏକ ଗୌରବ ହାସଲ କରିଥିବା ସର୍ବତ୍ର ଆଲୋଚନା ହୋଇଛି ।

ଭାରତରତ୍ନ ଡ଼ଃ. ଏପିଜେ ଅବଦୁଲ କାଲାମ୍ ଙ୍କ ପବିତ୍ର ୯୨ତମ ଜନ୍ମ ଦିବସ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ସହ ତାଙ୍କରି ଜୟନ୍ତୀ ଦିବସରେ ଜୟଗାନ କରାଯାଇଛି । ଏହି ଅବସରରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କରି କର କମଳରେ ନୂତନ ଉଦ୍ୟାନ ମଧ୍ୟରେ ଡ଼ଃ. କାଲାମ ଙ୍କ ପ୍ରତିମୂର୍ତ୍ତି ର ଶୁଭ- ଉନ୍ମୋଚନ ହୋଇଯାଇଛି ।

nis-ad
Leave A Reply

Your email address will not be published.