ଦୁର୍ନୀତି ର ସିଂହାସନ ରେ ରାଉରକେଲା ତହସିଲଦାର : ରାଜ୍ୟପ୍ରଶାନ ଜଳକା..!

ଦୁର୍ନୀତି ର ଚେର ରାଉରକେଲା ରୁ ଭୁବନେଶ୍ୱର ଲମ୍ବିଛି…..!!

କୋଟି କୋଟି ଟଙ୍କାର ସରକାରୀ ରାଜସ୍ବ ହାନି…ବାବୁଙ୍କ ରାଜସ୍ୱ ବୃଦ୍ଧି …


ସୁନ୍ଦରଗଡ଼// ରାଉରକେଲା : ୧୬ -୧୦ ସୁନ୍ଦରଗଡ଼ ଜିଲ୍ଲା ର ରାଉରକେଲା ତହସିଲ ଅଞ୍ଚଳରେ ଚୋରା ବାଲି ଚାଲାଣ ଏହୁତକ ଭାବେ ବୃଦ୍ଧି ପାଇବା ରେ ଲାଗିଛି ଜିଲ୍ଲା ପ୍ରଶାସନ ସବୁଜାଣି ଆଖିରେ ଅନ୍ଧ ପୁଟଳି ବାନ୍ଧି ଚୁପ ବସିଛି କହିଲେ କିଛିବି ଭୁଲ ହେବ ନାହିଁ l ଏଠାରେ ଅଧିକାରୀ ଓ ମାଫିଆଙ୍କ ପୁଷ ମାସ ଓ ସରକାର ଙ୍କ ସର୍ବନାଶ।ଏଠାରେ ସୂଚନା ଥାଉକି ସ୍ଥାନୀୟ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ଙ୍କ ପାଦ ପଡ଼ିଲା ୨୦୨୧ ମସିହା ରେ। କାର୍ଯ୍ୟ ରେ ଯୋଗ ଦେବା ପରେ ବାଲି ମାଫିଆଙ୍କ ସହ ବାବୁ ଙ୍କ ପ୍ରଥମେ କୁଆଡ଼େ ଦୋସ୍ତି ହେଲା। ତାପରେ ବାଲି ମାଫିଆ, ଖଣି ମାଫିଆ ଙ୍କ ସହ ହାତକୁ ହାତ ମିଶାଇ ବାବୁ ମାଫିଆଙ୍କ ସହିତ ପାର୍ଟନେର ହେବା ନେଇ ଚର୍ଚ୍ଚା ହେଲା। ସରକାର ଙ୍କ ରାଜସ୍ୱ ଖାଜାନା ଖାଲି କରିବା ସହ ନିଜ ପକେଟ ଭର୍ତ୍ତି କରିବାରେ ବାବୁ ବ୍ୟସ୍ତ ରହୁଛନ୍ତି,ବୋଲି ଏବେ ଚର୍ଚ୍ଚା ଅଞ୍ଚଳ ରେ ଜୋର ଧରିଛି। ବାବୁ ନାଲିବତୀ ରେ ଚଢ଼ି ବାଲି ମାଫିଆଙ୍କ ପାର୍ଟନେର ହୋଇ କୁବେର ପାଲଟିଛନ୍ତି।ଏପଟେ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ବାବୁ ଙ୍କୁ ହାତ ମାରିବାରେ ଜିଲ୍ଲା ରାଜା ମଧ୍ୟ ଭୟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ରାଉରକେଲା ତହସିଲ ର ପ୍ରଧାନ ପାଲି, ତରକେରା ୨/୩ କୋଏଲ,ତୁମକେଲା,ଲୁହାକେରା ଓ ସେକଟର ୧୬ ର ବାଲି ଘାଟରେ ଜେସିବି ଦ୍ୱାରା ବାଲି ଖନନ କରି ଦୈନିକ ସହ ସହ ଗାଡ଼ିରେ ବାଲି ଚାଲାଣ ହେଉଛି।ଏହି ସବୁ ବାଲି ଘାଟରେ ବାବୁଙ୍କ ଆଶୀର୍ବାଦ ରେ ମାଫିଆ ମାନେ ଜେସିବି ଦ୍ୱାରା ଯେପରି ବାଲି ଖନନ କରୁଛନ୍ତି, ବ୍ରହ୍ମଣୀ ନଦୀ ର ସେତୁ ଦୁର୍ବଳ ହେବାକୁ ଲାଗିଲାଣି ଏହା ସହ କୋଏଲ ନଦୀର ବନ୍ଧ ଦୁର୍ବଳ ହେବା ସହ ନଦୀ ର ଗତି ବଦଳିବାର ସମ୍ଭାବନା ଦେଖା ଦେଇଛି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ନିର୍ମାଣ କରୁଥିବା ବେଳେ ଅଧିକାରୀ ଓ ମାଫିଆ ମାନେ ନିଜର ସ୍ୱାର୍ଥ ପାଇଁ ଏହି ସୁରକ୍ଷା ବନ୍ଧକୁ ନଷ୍ଟ କରୁଛନ୍ତି। ସୁନ୍ଦରଗଡ଼ ଜିଲାପାଳ ଙ୍କୁ ଲୋକେ ଅଭିଯୋଗ କରିବାକୁ ମଧ୍ୟ ଭୟ କରୁଛନ୍ତି କାରଣ ଅଭିଯୋଗକାରୀ ପାଖକୁ ହତ୍ୟା ଧମକ ବି ଆସିଯାଉଛି । ତହସିଲଦାର ମହାଶୟ ଙ୍କ ପ୍ରତି ଭୁବନେଶ୍ୱର ର କେଉଁ ଅଦୃଶ୍ୟ ଶକ୍ତି ର ଆଶୀର୍ବାଦ ଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ମଧ୍ୟ ଚୁପ ହେବାକୁ ବାଧ୍ୟ ହେବା ଫଳରେ ପୋଲିସ ମଧ୍ୟ ହାତ ମାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ସରକାରୀ ନିୟମ କୁ ଫୁ କରି ବାବୁଙ୍କ ନିୟମ ରେ ଚାଲିଛି ଏଠାକାର ବାଲୁଘାଟ ବର୍ତମାନ ସରକାର ନିୟମ ଅନୁସାରେ ବାଲୁଘାଟ ତହସିଲଦାର ଙ୍କ ହାତରୁ ଯାଇ ମାଇନ୍ସ ବିଭାଗ କୁ ହସ୍ତାନ୍ତର ହୋଇସାରିଛି ଯାହାଫଳରେ ସମସ୍ତ କାଗଜ ପତ୍ର ତହସିଲଦାର ମାନେ ମାଇନ୍ସ ବିଭାଗକୁ ହସ୍ତାନ୍ତର କରିବା କଥା କିନ୍ତୁ ରାଉରକେଲା ତହସିଲଦାର ଅଞ୍ଚଳ ର ସମସ୍ତ ବାଲୁ ଘାଟ ର କାଗଜ ପତ୍ର ହସ୍ତାନ୍ତର କରିବା ସୂଚନା ମିଳୁଛି କିନ୍ତୁ ପ୍ରଧାନପାଲ୍ଲୀ ରେ ଥିବା ବାଲୁଘାଟ ର କାଗଜ ପତ୍ର ବର୍ତମାନ ସୁଦ୍ଧା ମାଇନ୍ସ ବିଭାଗ କୁ ହସ୍ତାନ୍ତର ହୋଇନଥିବା କୁ ନେଇ ଦୁର୍ନୀତି ର ଗନ୍ଧ ଉଙ୍କି ମାରୁଛି ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ ବି ହୋଇଛି କିନ୍ତୁ ପ୍ରଶାସନ ଚୁପ ବସିଥିବା ଦେଖିବାକୁ ମିଳିଛି l ଏଠାରେ ସୂଚନା ଥାଉକି ପ୍ରଧାନପାଲ୍ଲୀ ଥିବା ବାଲୁ ଘାଟ ରାଉରକେଲା ତହସିଲ ଅଞ୍ଚଳ ର ଗୁଡ ମାଠିଆ କହିଲେ ଚଳେ କାରଣ ଦିନକୁ ସହ ସହ ଚୋରା ରେ ବାଲି ଏହି ଘାଟରୁ ଚାଲାଣ ହୋଉଥିବା ଅଭିଯୋଗ ହେଉଛି ସ୍ଥାନୀୟ ତହସିଲଦାର ସ୍ଥାନୀୟ ଆର ଆଇ ଙ୍କ ଜରିଆରେ ଏହି ଚୋରା ବାଲି ମାଫିଆ ଙ୍କ ଠାରୁ ମୋଟା ଅଙ୍କର ମୁନାଫା ପାଇଁ ଶୀତତାପ କୋଠରୀ ରେ ବସି ମସଗୁଲ ଜୀବନ ବିତାଉ ଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ରାଜ୍ୟସରକାର ଏଥି ପ୍ରତି ଦୃଷ୍ଟି ଦେବା ସହିତ ରାଜ୍ୟ ଭିଜିଲାନ୍ସ ଦ୍ଵାରା ତଦନ୍ତ ପରିସର ଭୁକ୍ତ କରି ଅନୁସନ୍ଧାନ କରାଯାଉ ବୋଲି ବୁଦ୍ଧିଜୀବୀ ତଥା ସାଧାରଣ ରେ ଦାବୀ ହେଉଛି l ଯାହାଫଳରେ ବାବୁଙ୍କ ଅସଲି ମୂଖା ଖୋଲିବା ସହିତ ସରକାର ଙ୍କ ରାଜସ୍ୱ ବଢ଼ିବ ବୋଲି ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି…

nis-ad
Leave A Reply

Your email address will not be published.