ବିଦାୟ ନେଲା ପ୍ରଶାନ୍ତ ନୀଳୟମରୁ ଆସିଥିବା ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ରଥଯାତ୍ରା…

ମାଲକାନଗିରି, ୧୫।୧୦ ସୁଦୂର ଆନ୍ଦ୍ରପ୍ରଦେଶ ପ୍ରଶାନ୍ତି ନୀଳୟମ ଶ୍ରୀ ସତ୍ୟସାଇ ପୀଠରୁ ଓଡିଶା ଅଭିମୁଖେ ଆସିଥିବା ଶ୍ରୀ ସତ୍ୟସାଇଙ୍କ ଦିବ୍ୟ ପାଦୁକା ଯାତ୍ରାର ରଥ ଦୀର୍ଘ ୧୨ ଦିନ ମାଲକାନଗିରି ଜିଲ୍ଲାର ବିଭନ୍ନ ଅଞ୍ଚଳ ପରିକ୍ରମା କରି ସାରି ଆଜି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଭଗବାନ ଶ୍ରୀ ସତ୍ୟସାଇଙ୍କ ଦିବ୍ୟ ପାଦୁକା ଆନ୍ଧ୍ର ସ୍ଥିତ ପୂଟ୍ଟାପର୍ତୀ ଠାରୁ ଆସିଥିବା ସ୍ୱତନ୍ତ୍ର ରଥ ମାଲକାନଗିରି ଜିଲ୍ଲା ସତ୍ୟସାଇ ସେବା ସଂଘ ର ସଭାପତି ଦୁର୍ଗା ପ୍ରସାଦ ମହାପାତ୍ର ସେବା ସଂଘ ସଂଯୋଜକ ପ୍ରଶାନ୍ତ ସାହୁଙ୍କ ତତ୍ୱାବଧାନ ରେ ଜିଲ୍ଲାରେ ଦୀର୍ଘ ୧୪ ଦିନ ପରିକ୍ରମା କରି ଆଜି ଶେଷ ଦିନରେ ଜିଲ୍ଲା ସଦର ମହକୁମାସ୍ଥ କୁମୁଟିଗୁଡା ସାଇ ମନ୍ଦିର ପରିସର ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇ ଶେଷ ଭୋଗ ଲଗାଯିବା ପରେ ମାଥିଲି ହୋଇ ବୈପାରିଗୁଡା କୁ ପାଦୁକା ଯାତ୍ରା ରଥ ଯାଇଥିଲା। ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥ ଶ୍ରୀ ଶ୍ରୀ ସତ୍ୟସାଇ ଆଶ୍ରମ ପିଠିରେ ଶ୍ରୀ ସତ୍ୟସାଇ ସେବା ସଗଂଠନର ଆବାହକ କେ ଗୋପାଳ ରାଓ, ସରୋଜ ପାତ୍ର, ଅଧ୍ୟାପକ ରତ୍ନାକର ମିଶ୍ର, ଜୟଦେବ ରାଉଳ, ମନୀଷ ଦୟା, ଲିଲି ନାହକ, ଜି ଅନିତା, ଜି ବାବୁରାଓ ପ୍ରମୁଖ ସେବା କର୍ମକର୍ତା ଓ ଭକ୍ତମାନେ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହି ଶ୍ରୀ ସତ୍ୟସାଇଙ୍କ ଦିବ୍ୟ ପାଦୁକା ଯାତ୍ରା ଓ ସାଇ ମହିମା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଦିବ୍ୟପାଦୁକା ରଥ ଯାତ୍ରା ଜିଲ୍ଲାର ପ୍ରତ୍ୟେକ ଗ୍ରାମ ତଥା ସ୍କୁଲ ମାନଙ୍କରେ ପହଂଚିବା ପରେ ଏହି ପାଦୁକା ଯାତ୍ରା ରଥକୁ ଭବ୍ୟ ସ୍ବାଗତ କରିବା ସହ ଭଗବାନ ବାବାଙ୍କ ପାଦୁକାକୁ ଦର୍ଶନ ସ୍ପର୍ଶ ଓ ପ୍ରଣାମ କରି ଭକ୍ତମାନେ ଦିବ୍ୟ କୃପା ପ୍ରାପ୍ତ କରୁଛନ୍ତି। ଦିବ୍ୟ ପାଦୁକା ଯାତ୍ରା ସମୟରେ ଶ୍ରୀ ସତ୍ୟସାଇଙ୍କ ବିଭୁତି ଫଟୋ ଓ ପ୍ରସାଦ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା।

nis-ad
Leave A Reply

Your email address will not be published.