ଯାତ୍ରୀବାହୀ ବସ୍ ସହ ପିକଅପ୍ ଭ୍ୟାନ ମୁହାମୁହିଁ ଧକ୍କା, ୧୦ରୁ ଉର୍ଦ୍ଧ୍ୱ ଆହତ…

ହିଞ୍ଜିଳିକାଟୁ (୧୬ା୧୦): ରବିବାର ସକାଳେ ହିଞ୍ଜିଳି ଥାନା ତଥା ୫୯ନଂ ଜାତୀୟ ରାଜପଥ ସମରଝୋଳ ଛକ ନିକଟସ୍ଥ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମ୍ମୁଖ ରାଜପଥ ଉପରେ ଯାତ୍ରୀବାହୀ ବସ୍ ସହ ପିକଅପ୍ ଭ୍ୟାନ ମୁହାମୁହିଁ ଧକ୍କା ଘଟି ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଓ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆହତ ମାନଙ୍କ ମଧ୍ୟରୁ ୪ଜଣ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ହୋଇଥିଲେ । ସେମାନେ ହେଲେ ସୋରଡା ଗ୍ରାମର ପିକଅପ୍ ଭ୍ୟାନ ମାଲିକ ସଦାନନ୍ଦ ମହାପାତ୍ର (୫୨), ଚାଳକ ମଧୁସୂଦନ ପ୍ରଧାନ (୩୨), ବସରେ ଯାତ୍ରା କରୁଥିବା ଆସିକା ଥାନା ଅଞ୍ଚଳର ରୀନା ଦାସ(୩୫) ଓ ଲକ୍ଷ୍ମୀ ଦାସ(୩୫) । ଆହୁରି ୭ରୁ ୮ ଜଣ ଆହତ ଯାତ୍ରୀ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟରଗ୍ରସ୍ତ ପିକଅପ୍ ଭ୍ୟାନକୁ ଜବତ କରିଥିବା ବେଳେ ଯାତ୍ରୀବାହୀ ବସ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ପ୍ରକାଶ ଯେ, ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ (ଓଡି୦୭ଇ ୨୯୯୫) ସହ ବ୍ରହ୍ମପୁର ଠାରୁ ସୋରଡା ଅଭିମୁଖେ ଯାଉଥିବା ପିକଅପ୍ ଭ୍ୟାନ (ଓଆର୦୭ୟୁ ୨୫୨୮) ସହ ସମରଝୋଳ ଛକ ନିକଟରେ ମୁହାଁମୁହିଁ ଧକ୍କା ଘଟିଥିଲା । ଖବର ଲେଖା ହେବା ସୁଦ୍ଧା ଘଟଣା ନେଥ ହିଞ୍ଜିଳି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ ।

nis-ad
Leave A Reply

Your email address will not be published.