ମୋସେବା କେନ୍ଦ୍ର ପରିଚାଳକ ସଂଘ ତରଫରୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ…

ବାଲିଗୁଡା : କନ୍ଧମାଳ ଜିଲ୍ଲାର ମୋ ସେବା କେନ୍ଦ୍ର ପରିଚାଳକ ସଂଘ ବାଲିଗୁଡା ଶାଖା ପକ୍ଷରୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଏକ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।ସଂଘର ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ଗୋଟିଏ ପଞ୍ଚାୟତରେ କେବଳ ଗୋଟିଏ ମୋ ସେବା କେନ୍ଦ୍ର ରଖାଯାଉ । ସମସ୍ତ ଆସବାବପତ୍ର ସହ ପଞ୍ଚାୟତରେ ଗୃହ କିମ୍ବା ପଞ୍ଚାୟତର ଯେକୌଣସି ସ୍ଥାନରେ ଏକ ସ୍ଥାୟୀ ଅଫିସ୍ ଗୃହ (ଯଥା – ଟେବୁଲ୍ ଚେୟାର୍, ବିଦ୍ୟୁତ ବିଲ୍, ଇଣ୍ଟରନେଟ୍ ଇତ୍ୟାଦି ) ଯୋଗାଇ ଦିଆଯାଉ । ବର୍ତ୍ତମାନ ଆମ୍ଭେ ଜାଣିବାକୁ ପାଇଲୁ ଯେ, ରାଜ୍ୟ ସରକାର ନୂତନ ଭାବେ ସିଏସପି + ଖୋଲିବାକୁ ଯାଉଛନ୍ତି। କିନ୍ତୁ ପଞ୍ଚାୟତରେ ସେବା ଯୋଗାଇଆସିଥିବା ମୋ ସେବା କେନ୍ଦ୍ର ବିଷୟରେ ଚିନ୍ତା ନ କରି ନୂତନ ସିଏସପି + ଦେବାପାଇଁ ସରକାର ସ୍ଥିର କରିଛନ୍ତି। ଏହାଦ୍ବାରା ବର୍ଷ ବର୍ଷ ଧରି ଖୋଲା ଯାଇଥିବା ମୋ ସେବା କେନ୍ଦ୍ର ପରିଚାଳକ ମାନଙ୍କ ଜୀବିକା ଉପରେ ଘୋର୍ ଆଘାତ ସୃଷ୍ଟି ହେବ । ଏଣୁ ମୋ ସେବା କେନ୍ଦ୍ର କୁ ସିଏସପି + ପ୍ରଦାନ କରାଯାଉ । , ସମସ୍ତ ସରକାରୀ ସେବା ଗୁଡିକ ପବ୍ଲିକ ପୋର୍ଟାଲ କୁ ନ ଦେଇ ମୋ ସେବା କେନ୍ଦ୍ର ମାଧ୍ୟମରେ ପ୍ରଦାନ କରନ୍ତୁ। ପବ୍ଲିକ ରେ କରିବା ଦ୍ବାରା ବିଭିନ୍ନ ସମୟରେ ସାଧାରଣ ଲୋକମାନେ ଦଲାଲ ମାନଙ୍କ ଦ୍ବାରା ଆର୍ଥିକ ଶୋଷଣ ର ଶିକାର ହେଉଛନ୍ତି। କିଛି ମାତ୍ରାରେ ପାରିଶ୍ରମିକ (ବେତନ) ପ୍ରଦାନ କରାଯାଉ । ମୋ ସେବା କେନ୍ଦ୍ର ରେ ଦିଆଯାଉଥ‌ିବା ସେବା ଗୁଡ଼ିକରେ ମୋ ସେବା କେନ୍ଦ୍ର ର ନାମ ରହୁ । ଆଧାର ପଞ୍ଜିକରଣ ସହିତ ଆଧାର ସଂଶୋଧନ କରିବା କେନ୍ଦ୍ରକୁ ପ୍ରଦାନ କରିବା ଏହା ୫-ଟି ଅନ୍ତର୍ଭୁକ୍ତ ଏକ ଯୋଜନା ହୋଇଥିବାରୁ ରାଜସ୍ବ ବିଭାଗର ସମସ୍ତ ଅନ ଲାଇନ କାର୍ଯ୍ୟ – ତଥା ଜାତିଗତ/ବାସିନ୍ଦା/ ଆୟ ପ୍ରମାଣ ପତ୍ର ଆଦି ସମସ୍ତ ପ୍ରକାର ତିନି ବର୍ଷ ପୂର୍ବେ ଯେଉଁ ଇ-ଜିଲ୍ଲା ଜରିଆରେ ହୋଇ ଆସୁଥିଲା,ଠିକ ସେହିଭଳି ପୁଣି ଥରେ ଓଡିଶା ୱାନ ପୋର୍ଟାଲ ମଧ୍ଯରେ ଉପଲବ୍ଧ କରିବାରେ ପ୍ରାଧାନ୍ୟ ଦିଆଯାଉ । ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘ ର କୋଷାଧକ୍ଷ ରାମ ବଳରାମ ଦାସ, ନିମେଷ ଦିଗାଲ, ପବିତ୍ର ମୋହନ ପାତ୍ରଙ୍କ ସମେତ ସମସ୍ତ ସେବା କେନ୍ଦ୍ରର କର୍ମକର୍ତା ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.