ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର କ୍ରୀଡା ଉତ୍ସବ ୨୦୨୩ -୨୪…

ଛତ୍ରପୁର : ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର କ୍ରୀଡା ଉତ୍ସବ ୨୦୨୩ -୨୪ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ.ସୁମିତା ମିଶ୍ରଙ୍କ ଅଧ୍ୟକ୍ଷଟାରେ ସ୍ଥାନୀୟ ଷ୍ଟାଡିଅମ ପରିସର ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ ଛତ୍ରପୁର ବିଧାୟକ ସୁବାସ କୁମାର ବେହେରା ଯୋଗଦେଇ ଖେଳାଳି ମାନଂକୁ ଉତ୍ସାହିତ କରିବା ସହିତ କୃତି ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ | ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଦସ୍ୟା ବିଦ୍ୟୁତପ୍ରଭା ଦାଶ ଯୋଗଦେଇଥିଲେ, ଅଧ୍ୟାପିକା କବିତା ସାହୂ କାର୍ଯ୍ୟକ୍ରମ କୁ ସଂଯୋଜନା କରିବା ସହିତ କୃତି ଛାତ୍ରୀ ମାନଙ୍କର ନାମଗୁଡିକୁ ଘୋଷଣା କରିଥିଲେ , ଏଥିରେ ମହାବିଦ୍ୟାଳୟ ର ଅଧ୍ୟାପିକା ଓ କର୍ମଚାରୀ ଦୀପ୍ତିନନ୍ଦ, ଅଞ୍ଜଳି ସେଠି ,ମମତା ବେହେରା,ଡ ସୁଜାତା ବେହେରା, ସନ୍ତୋଷ ବିଷୋୟୀ, ଗୀତାଞ୍ଜଳି ସାମନ୍ତରାୟ , ଏମ.ଜନାର୍ଦନ ରାଓ ଏବଂ ପି.ନାଗମା ସହଯୋଗ କରିଥିଲେ | ଏହି କ୍ରୀଡା କାର୍ଯ୍ୟକ୍ରମ ରେ ସିଏଚ . ଅରବିନ୍ଦ କୁମାର ଓ ସୁନିତା ପାତ୍ର ପରିଚାଳନା କରିଥିଲେ |

nis-ad
Leave A Reply

Your email address will not be published.